ଓଡିଆ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ Family & Biography ବିଷୟରେ ଏମିତି କିଛି କଥା ଯାହା ଆଗରୁ ଆପଣମାନେ କେବେବି ହେଲେ ଜାଣିନଥିବେ

ଆପଣମାନେ ଓଡିଆ ସିନେମା ଆକ୍ଟର ଅଶ୍ରୁମୋଚନଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଆଜି ଆମେ ଅଶ୍ରୁମୋଚନଙ୍କ ପରିବାର ଓ ଜୀବନୀ ବିଷୟରେ ଏମିତି କିଛି କଥା ଜାଣିବା ଯାହା ଆଗରୁ ଆପଣମାନେ କେବେ ବି ଜାଣି ନଥିବେ । ଆପଣମାନେ ଅଶ୍ରୁମୋଚନ ମହାନ୍ତିଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କର ଜବରଦସ୍ତ ଆକଟିଂ ପାଇଁ ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନେଇ ପାରିଛନ୍ତି । ସେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି ।

ତାଙ୍କର ଜନ୍ମ 1959 ମସିହା କେନ୍ଦୁଝରର ଆନନ୍ଦପୁର ରେ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ହେଉଛି 61 ବର୍ଷ । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ନୟନା ମହାନ୍ତି । ଅଶ୍ରୁମୋଚନ ଙ୍କର 2 ଟି ସନ୍ତାନ ଅଛନ୍ତି । ତାଙ୍କ ପୁଅ ହେଉଛନ୍ତି ଆଶୀର୍ବାଦ ମହାନ୍ତି ଓ ଝିଅ ହେଉଛନ୍ତି ଅଶ୍ରୀତା ମହାନ୍ତି ।

ଅଶ୍ରୁମୋଚନ +2 ସାଇନ୍ସ ଆନନ୍ଦପୁର କଲେଜ ରେ ଶିକ୍ଷାଲାଭ କରିଥିଲେ । କଳା ପ୍ରତି ତାଙ୍କର ଆଗ୍ରହ ହେତୁ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ପାଠ ପଢିଥିଲେ । ଓଡିଶାର ସୁନାମଧନ୍ୟ ଅଭିନେତା ଅଜିତ ଦାଶ ଓ ବିଜୟ ମହାନ୍ତି ଙ୍କ ନେତୃତ୍ଵରେ ଅଶ୍ରୁମୋଚନ ଶିକ୍ଷାଲାଭ କରିଥିଲେ । ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ବହୁତ ଆଗ୍ରହ ଥିଲା ।

ସେଥିପାଇଁ ସେ ମଞ୍ଚ ନାଟକରୁ ହିଁ ଅଭିନୟ ଆରମ୍ଭ କରିଥିଲେ । ସେ ଏକ ମେକପ ଆର୍ଟିଷ୍ଟ ଭାବେ ଓଡିଆ ସିନେମା ରେ ପ୍ରବେଶ କରିଥିଲେ । ମାଗୁଣି ର ଶଗଡ ଫିଲ୍ମ ପାଇଁ ସେ ବହୁତ ଚର୍ଚ୍ଚାରେ ଆସିଥିଲେ । ଏହା ପରେ ସେ ପୁଅ ମୋର କଲାଠାକୁର, ମନେ ରହିବ ଏ ପ୍ରେମ କାହାଣୀ, ଏମିତି ଏ ବନ୍ଧନ ଆଦି ବହୁତ ହିଟ ଫିଲ୍ମ ରେ ଅଭିନୟ କରିଛନ୍ତି ।

ମଞ୍ଚନାଟକ, ଟେଲିଭିଜନ ରେ ମଧ୍ୟ ତାଙ୍କ ଅଭିନୟର ଜାଦୁ ଦେଖେଇଛନ୍ତି । ସେ ଓଡିଆ ଯାତ୍ରା ରେ ନିର୍ଦ୍ଦେଶନା ଦେବା ସହ ଧାରାବାହିକ ଓ ଫିଲ୍ମ ରେ ମଧ୍ୟ ନାୟକ ଓ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଅଶ୍ରୁମୋଚନ ଙ୍କ ଅଭିନୟ ଗୁଡିକ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

ସେଥିପାଇଁ ସେ ଖୁବ କମ ଦିନ ମଧ୍ୟରେ ଲୋକପ୍ରିୟ ହୋଇ ପାରିଥିଲେ । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଅଶ୍ରୁମୋଚନ ଙ୍କ ଅଭିନୟ କିପରି ଲାଗେ ଆମକୁ ନିଶ୍ଚିତ ଭାବରେ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *