ବାହାଘର ପରେ ସ୍ବାମୀଙ୍କ ସହ ଏବେ ଶାଶୁଘରେ କେମିତି ଅଛନ୍ତି ଓଡିଆ ହିରୋଇନ Lipsa Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାଘର ପରେ ଶାଶୁଘରେ କେମିତି ଅଛନ୍ତି ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ! ତେବେ ନିକଟ ଅତୀତରେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କର ତାଙ୍କର ଦୀର୍ଘ ଦିନର ପୁରୁଷ ବନ୍ଧୁ ଆକାଶଙ୍କ ସହ ବିବାହ ହୋଇଯାଇଛି । ତେବେ ଯେଉଁ ବାହାଘରକୁ ବହୁତ ଧୂମଧାମ ଭାବରେ ଆଡମ୍ବର ସହକାରେ କରଯାଇଥିଲା । ତେବେ ଏହି ବାହାଘରରେ ଓଲିଉଡ ସିନେମା ଓ ସିରିଏଲ ଜଗତର ଅନେକ ଜଣାଶୁଣା କଳାକାର ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଲାଲ ଟୁକୁ ଟୁକୁ ସାଧବ ବୋହୁବେଶ ସାଜି ବସିଥିବ ଲିପ୍ସାଙ୍କୁ ଫିଲ୍ମ ଷ୍ଟାଇଲରେ ବରଣମାଳା ପିନ୍ଧାଇ ଆକାଶ ବୈଦିକ ରୀତିନୀତିରେ ବେଦୀ ଉପରେ ବାହା ହୋଇ ଲିପ୍ସାଙ୍କୁ ନିଜର ଜୀବନସାଥି କରି ତାଙ୍କ ବାସଭବନକୁ ନେଇ ଯାଇଥିଲେ । ତେବେ ଲିପ୍ସାଙ୍କ ବାହାଘରକୁ ୩ ଦିନ ବିତି ଯାଇଛି । ତେବେ ଲିପ୍ସା ଏକ ଖାଣ୍ଟି ଓଡିଆ ଘରର ବୋହୁ ଭଳି ନିଜ ଶାଶୁ ଘରେ ଚଳୁଛନ୍ତି ।

ନୂଆ ନୂଆ ମଥାରେ ସିନ୍ଦୁର, ହାତରେ ଶଙ୍ଖା, ବେକରେ ମଙ୍ଗଳସୂତ୍ର ଓ ଟ୍ରାଡିସନାଲ ୱିଅର ଶାଢୀରେ ଲିପ୍ସା ଖୁବ ସୁନ୍ଦର ଦେଖାଯାଉଛନ୍ତି । ତେବେ ବିବାହିତ ନାରୀ ରୂପରେ ଏହା ପ୍ରଥମ ଥର ଲିପ୍ସାଙ୍କୁ ଆମେ ଦେଖୁ ନାହୁଁ । ଆଗରୁ ମଧ୍ୟ ଅନେକ ଥର ରିଲ୍ ରେ ଅଭିନେତ୍ରୀ ଲିପ୍ସାଙ୍କୁ ଏହି ଖାଣ୍ଟି ଓଡିଆ ଘରର ବୋହୁ ରୂପେ ଦେଖିବାକୁ ମିଳିଛି ।

ତେବେ ଏବେ କିନ୍ତୁ ପ୍ରକୃତରେ ନିଜ ଶାଶୁ ଘରେ ମଥାରେ ପାଟଓଢଣୀ ଦେଇ ଆକାଶଙ୍କ ଘରର ଘରଣୀ ପାଳଲଟି ଯାଇଛନ୍ତି ସୁନ୍ଦରୀ ଲିପ୍ସା ! ତେବେ ଲିପ୍ସା ଅନେକ ଗୁଡିଏ ଫିଲ୍ମ, ସିରିଏଲ, ଆଲବମ ଓ ୱେବସିରିଜରେ ମଧ୍ୟ କାମ କରିଥିବାର ନଜର ଆସିଛନ୍ତି । ତେବେ ଏବେ ପର୍ଯ୍ୟନ୍ତ ମଧ୍ୟ ଲିପ୍ସାଙ୍କର ଅଭିନୟ ଜାରୀ ରହିଥିଲା ।

ତେବେ ବାହାଘର ପାଇଁ କିଛି ଦିନ ଫିଲ୍ମ ଦୁନିଆରୁ ବିରତୀ ନେଇଥିବା ବେଳେ ଆଗାମୀ ସମୟରେ ଲିପ୍ସାଙ୍କର ଅଭିନୟ କ୍ଯାରିଅର ଜାରୀ ରହିବ ବୋଲି ଆଶା ରହୁଛି । ତେବେ ଆକାଶ ଓ ଲିପ୍ସାଙ୍କର ବୈବାହିକ ଜୀବନ ବହୁତ ଭଲରେ ରହୁ ବୋଲି ସବୁଆଡୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟି ଆସିଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *