ବିବାହ ପରେ ପ୍ରଥମ ଥର ଅଷ୍ଟମଙ୍ଗଳାରେ ସ୍ବାମୀଙ୍କ ସହ ବାପଘରକୁ ବୁଲିବାକୁ ଗଲେ ଅଭିନେତ୍ରୀ Riya…ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିକଟ ଅତୀତରେ ଓଡିଆ ସିନେ ଜଗତର ଚୁଲବୁଲି ନାୟିକା ରିୟା ଦେଙ୍କର ବିଭାଘର ସମ୍ପର୍ଣ୍ଣ ହୋଇଛି । ସଂପୂର୍ଣ୍ଣ ବେଙ୍ଗୋଲି ରୀତିନୀତିରେ ବିବାହ କାର୍ଯ୍ୟକୁ ବହୁ ଧୂମଧାମରେ କରାଯାଇଛି । ରିୟା ଦେ’ ଓ ସୁନୀଲଙ୍କର ବିବାହର ସମସ୍ତ ରିଚୁଆଲ ଗୁଡିକ ଖୁବ ଆଡମ୍ବର ସହକାରେ ପାଳନ କରଯାଇଥିଲା । ଯେଉଁଥିରେ ଯୋଗ ଦେବା ପାଇଁ ଓ ଖୁସିର ମାହୋଲକୁ ଅଧିକ ସରଗରମ କରିବା ପାଇଁ ଓଡିଆ ସିନେ ଜଗତର ବହୁ ଚର୍ଚିତ କଳାକାର ମାନେ ମଧ୍ୟ ଆସିଥିଲେ ।

ରିୟା ଦେଙ୍କର ଘରପରିବାର ଓ ବନ୍ଧୁପରିଜନ ତଥା ଓଡିଆ ସିନେ ଇଣ୍ଡଷ୍ଟ୍ରିର କେତେକ ଅଭିନେତା ଓ ଅଭିନେତ୍ରୀଙ୍କର ମାହୋଲରେ ରିୟାଙ୍କର ହଳଦୀ ସେରିମୋନି, ସଙ୍ଗୀତ, ମେହେନ୍ଦୀ ସେରିମୋନି ଓ ବିବାହ ଖୁବ ଜାକଜମକରେ କରଯାଇଥିଲା । ଏହି ବିବାହକୁ ନେଇ ଓଡିଆ ହିରୋଇନ ରିୟା ଦେ ଓ ତାଙ୍କର ସ୍ଵାମୀ ସୁନୀଲ ବହୁତ ଖୁସି ଥିବାର ତାଙ୍କ ମୁହଁରେ ଜଣାପଡୁଥିଲା ।

ଏହା ସହିତ ବିବାହ ପରେ ରିୟାଙ୍କର ଶାଶୁଘରେ ମଧ୍ୟ ଯେଉଁ ସବୁ ବିବାହ ପରର ନୀତି ହେବା କଥା ତାହା ମଧ୍ୟ ବିଧି ଅନୁସାରେ ପାଳିତ ହୋଇଛି । ଯେଉଁଥିରେ ରିୟାଙ୍କର ଶାଶୁଘରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ କରାଯାଇଛି । ଓଡିଆର ଆଗ ଧାଡିର ସୁନ୍ଦରୀ ଅଭିନେତ୍ରୀ ରିୟା ଦେ ଙ୍କର ବିବାହର ସମସ୍ତ ଖବର ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଏଥି ସହିତ ଅଭିନେତ୍ରୀ ରିୟାଙ୍କର ବିବାହର ୭ ଦିନ ବିତି ଯାଇଛି । ଯେଉଁ କାରଣରୁ ବିବାହ ପରର ଅଷ୍ଟମଙ୍ଗଳା ବିଧି ଆଜି ପାଳିତ ହୋଇଛି । ଅଭିନେତ୍ରୀ ରିୟା ଦେ ଓ ତାଙ୍କ ନବ ବିବାହିତ ସ୍ଵାମୀ ସୁନୀଲ ମିଶି ରିୟାଙ୍କର ବାପାଘରକୁ ପରମ୍ପରାର ବିଧି ଅନୁସାରେ ଅଷ୍ଟମଙ୍ଗଳା କରିବାକୁ ଯାଇଛନ୍ତି । ଅଭିନେତ୍ରୀ ରିୟା ବାହାଘରର ୭ ଦିନ ପରେ ପ୍ରଥମ କରି ତାଙ୍କ ବାପାଘରକୁ ଯାଉଥିବାରୁ ତାଙ୍କର ଖୁସି କହିଲେ ନସରେ ।

ଏହି ଖୁସିରେ ସାମିଲ ହେବା ପାଇଁ ରିୟାଙ୍କ ସ୍ଵାମୀ ମଧ୍ୟ ରିୟାଙ୍କ ସହିତ ତାଙ୍କ ବାପଘରକୁ ଯାଇଛନ୍ତି । ସୂଚନା ଅନୁସାରେ ବିବାହ ପରେ ରିୟା ତାଙ୍କ ବାପଘରକୁ ଯିବା ସମୟରେ ରିୟାଙ୍କର ଘର ପରିବାର ଓ ତାଙ୍କ ସାଙ୍ଗସାଥି ରିୟାଙ୍କର ବାଟକୁ ଚାହିଁବସିଥିଲେ । ଯେତେବେଳେ ରିୟା ଓ ତାଙ୍କ ସ୍ଵାମୀ ସୁନୀଲ ରିୟାଙ୍କ ଘରେ ପହଞ୍ଚିଲେ ।

ସେଠାରେ ଉପସ୍ଥିତ ଥିବା ରିୟାଙ୍କର ପରିବାରର ସମସ୍ତ ସଦସ୍ୟ ନୂଆଁ ଜ୍ଵାଇଁ ଓ ନବବିବାହିତା ରିୟାଙ୍କୁ ଘରକୁ ଆଦର ସହକାରେ ପାଛୋଟି ନେଇଥିଲେ । ତାପରେ ରିୟା, ସୁନୀଲ ଓ ତାଙ୍କ ପରିବାରର ସମସ୍ତଙ୍କ ଉପସ୍ଥିତରେ ଓଡିଆ ଅଭିନେତ୍ରୀ ରିୟାଙ୍କର ବାପଘରେ ଖିଆପିଆର ଆସର ଓ ଖୁସି  ଦେଖିବାକୁ ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *