‘ମୋ ଠାରୁ କ୍ୟାରିୟର ଆରମ୍ଭ କରିଥିଲା ରାଜେଶ୍ଵରୀ, ହେଲେ ସେ ଆଜି ଏମିତି…’ ଦେଖନ୍ତୁ Rajeswari ଙ୍କ ମୃତ୍ୟୁକୁ ନେଇ କଣ କହିଲେ ସିରିଏଲ ଡିରେକ୍ଟର Pradeep Das, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଡାଇରେକ୍ଟର ପ୍ରଦୀପ ଦାସ ଅତି ମର୍ମହାତ ହୋଇ କହିଛନ୍ତି ରାଜେଶ୍ଵରୀ ତାଙ୍କ ଠାରୁ କାମ ଆରମ୍ଭ କରିଥିଲେ । ପ୍ରଥମେ ବସୁନ୍ଧରା ସିରିୟଲରେ ଅଭିନୟ କରିଥିଲେ, ଏହାପରେ ଦେବୀ, ଅନେକ ସିରିୟଲରେ ଏକାଠି କାମ କରିଛନ୍ତି ବୋଲି କହିଛନ୍ତି ଡାଇରେକ୍ଟର ପ୍ରଦୀପ ଦାସ । ସେ ନିଜ ଜୀବନରେ ଷ୍ଟ୍ରଗଲ କରି ନିଜ ଚେଷ୍ଟାରେ ତଥା ନିଜ କଷ୍ଟରେ ଓଡିଶାରେ ଗୋଟିଏ ସ୍ଵତନ୍ତ୍ର ଜାଗା ବନାଇବାରେ ସଫଳ ହୋଇଥିଲେ ।

ଏହା ସହିତ ସେ ବହୁତ ଭଲ ପିଲା ଅଟନ୍ତି, ପାରିବାରିକ ସମ୍ପର୍କ ମଧ୍ୟ ଖୁବ ଭଲ ଥିଲା ଡାଇରେକ୍ଟର ପ୍ରଦୀପ ଦାସ ଙ୍କ ସହିତ । ମାତ୍ର ୨୦୧୮ ମସିହାରୁ ତାଙ୍କର କ୍ୟାନ୍ସର ଡିଟେକ୍ଟ ହୋଇଥିଲା, ଲଂସ ଏବଂ ବ୍ରେନ ଟ୍ୟୁମର । ଟ୍ରିଟମେଣ୍ଟ ଚାଲିଥିଲା ଏବଂ ରାଜେଶ୍ଵରୀ ଙ୍କ ସ୍ଵାମୀ ସିଙ୍ଗାପୁରରେ ଥିଲେ ଭୁବନେଶ୍ବରକୁ ଚାଲି ଆସିଲେ । ଟ୍ରିଟମେଣ୍ଟ ଚାଲିଥିଲା ଏବଂ ରାଜେଶ୍ଵରୀ ଭଲ ହୋଇ ଆସୁଥିଲେ ।

ମାତ୍ର ସେ ତାଙ୍କ ବାପାଙ୍କ ଘର ବାଲେଶ୍ଵରକୁ ଯାଇଥିଲେ । ଏବଂ ଦିନ ୧୦ ରୁ ୧୧ ପର୍ଯ୍ୟନ୍ତ ସେ ବହୁତ ଭଲଥିଲେ । ହଠାତ ୧୨ଘଟିକା ସମୟରେ ତାଙ୍କ ମୁଣ୍ଡବିନ୍ଧା ଆରମ୍ଭ ହେଲା । ଏହାପରେ ସମସ୍ତେ କହିଲେ ଯେ ତାଙ୍କୁ ବାଲେଶ୍ଵର ହସ୍ପିଟାଲକୁ ନେଇଜାଆନ୍ତୁ । ଏବଂ ତାଙ୍କର ଟ୍ରିଟମେଣ୍ଟ କରି ଏଠାକୁ ନେଇ ଆସିବା ।

ସେଠାକୁ ଯିବାପରେ ଟ୍ରିଟମେଣ୍ଟ ଚାଲିଲା ଏବଂ ସନ୍ଧ୍ୟାବେଳେ ତାଙ୍କୁ ବହୁତ ବ୍ୟତିବ୍ୟସ୍ଥ ଲାଗିଲା । ଏହାପରେ ବାଲେଶ୍ବରରୁ ଆଣିବା ବ୍ୟବସ୍ଥା କରାଗଲା । ଭୁବନେଶ୍ଵରର ସମ ହସ୍ପିଟାଲରେ ପହଞ୍ଚିଲା ବେଳକୁ ପାଖାପାଖି ୨ ଟା ବାଜି ଯାଇଥିଲା । ତେବେ ସେଠାରେ ଡାକ୍ତର ଦେଖି କହିଲେ ଯେ ସେ ଆଉ ନାହାଁନ୍ତି ବୋଲି ।

ଡାଇରେକ୍ଟର ପ୍ରଦୀପ ଦାସ କହିଛନ୍ତି ଯେ ସେ ଯେତେ ଅନୁଧ୍ୟାନ କରିଛନ୍ତି ଅଭିନେତ୍ରୀ ରାଜେଶ୍ଵରୀକୁ ସେ ଜଣେ ସାହସୀ ମହିଳା ଅଟନ୍ତି । ତାଙ୍କର ଏତେ ପଜେଟିଭ ମାଇଣ୍ଡ ଥିଲା ଯେ ଅନ୍ୟ କେହି ହୋଇଥିଲେ ନିଶ୍ଚିତ ଭାବରେ ଡରିଯାଇଥାନ୍ତେ । ତେବେ କିଛି ଅସୁବିଧା ହେଲେ ତାଙ୍କ ପରିବାର ଲୋକେ ଯିବା ପୂର୍ବରୁ ଡାକ୍ତରଙ୍କ ପାଖକୁ ସେ ନିଜେ ପଳାଇ ଯାଇଥିବେ ।

ଏବଂ ସେ ନିଜ ସମ୍ବନ୍ଧରେ ସବୁକିଛି ଜାଣିଥିଲେ ଯେ ଏହା ହେବ ବୋଲି । ଏଣୁ ଏଭଳି ଜଣେ ଫାଇଟର ଝିଅଟି ଏଭଳି ହଠାତ ଚାଲିଯିବ କେହି ବିଶ୍ଵାସ କରିପାରୁନାହାଁନ୍ତି । ତେବେ ବନ୍ଧୁଗଣ ଏହି ମର୍ମହାତ ବିବରଣୀକୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *