ତୋର 3 କୁ ମୋର 3: ସ୍ୱାମୀକୁ ୩ ଦିନ ଲେଖାଏଁ ଭାଗ ବାଣ୍ଟିନେଲେ ଦୁଇ ସ୍ତ୍ରୀ, ରବିବାର ଦିନ କାହା ସହ ରହିବେ ଯୁବକ ?

ବନ୍ଧୁଗଣ ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ । ଆଗ କାଳରେ ପ୍ରେମର ବହୁତ ମହତ୍ଵ ରହିଥିଲା କାରଣ ସେତେବେଳେ ଉଭୟ ପୁରୁଷ ଓ ମହିଳା ପ୍ରେମର ସମ୍ମାନ କରୁଥିଲେ । ପୂର୍ବ କାଳରେ ବିବାହ ପରେ ଉଭୟ ପୁରୁଷ ଓ ମହିଳା ଅନ୍ୟ କୌଣସି ମଣିଷ ସହ ସ-ମ୍ବ-ନ୍ଧ-ରେ ରହୁନଥିଲେ କାରଣ ଏହାକୁ ସେତେବେଳେ ପାପ ମନା ଯାଉଥିଲା ।

ହେଲେ ବର୍ତ୍ତମାନ ସମୟ ବହୁତ ବଦଳି ଯାଇଛି । ସୋସିଆଲ ମିଡିଆ ଦ୍ଵାରା ଝିଅ ପୁଅ କଥାବାର୍ତ୍ତା ହୋଇ ପ୍ରେମ ବନ୍ଧନରେ ବାନ୍ଧି ହେଉଛନ୍ତି । ଏମିତିକି ବିବାହ ମଧ୍ୟ କରୁଛନ୍ତି । ଗତ କିଛି ଦିନ ହେବ ଏକ ଘଟଣା ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଏହି ଘଟଣାଟି ହେଉଛି ପ୍ରେମ ସମ୍ବନ୍ଧିତ । ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ହେଉଛି ଅଜିମନଗରର । ବନ୍ଧୁଗଣ ଫେସବୁକ ହେଉଛି ଏକ ଏପରି ଆପ୍ଲିକେସନ ଯେଉଁଥିରେ ଅଧିକାଂଶ ଝିଅ ପୁଅ ପ୍ରେମ ସ-ମ୍ବ-ନ୍ଧରେ ରହୁଛନ୍ତି ।

ଗତ କିଛି ଦିନ ତଳେ ଏକ ବିବାହିତ ଯୁବକ ଏକ ଯୁବତୀଙ୍କ ସହ ଫେସବୁକରେ କଥା ହୋଇ ତାଙ୍କ ସହ ଲିଭିଙ୍ଗ ରିଲେସନରେ ରହିଥିଲେ । ଲିଭିଙ୍ଗରେ ରହିବା ସମୟରେ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଥିଲେ ।

ଏହାପରେ ଯୁବତୀ ଜଣକ ଅଜିମନଗରରୁ ରାମପୁର ଯାଇ ନିଜ ପ୍ରେମିକଙ୍କ ସହ ବିବାହ କରିଛନ୍ତି । ପ୍ରେମିକ ଜଣକ ପୂର୍ବରୁ ବିବାହିତ ଥିଲେ କିନ୍ତୁ ଏହି ଦ୍ଵିତୀୟ ବିବାହ ପାଇଁ ଯୁବକଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ରାଜି ହୋଇଥିଲେ । ଗାର୍ଲଫ୍ରେଣ୍ଡ ସହ ବିବାହ କରିବା ପରେ ଯୁବକଙ୍କୁ ଉଭୟ ପତ୍ନୀ ଭାଗ କରି ନେଇଛନ୍ତି । ଦୁଇଜଣ ପତ୍ନୀ ଯୁବକଙ୍କ ବାପା ମାଙ୍କ କଥା ମଧ୍ୟ ବିଚାର କରିଛନ୍ତି ।

ଭାଗ ବାଣ୍ଟ ହେବା ପରେ ଯୁବକ କେତେକ ଦିନ କାହା ସହ ରହିବେ ତାହା ମଧ୍ୟ ସ୍ତିର ହୋଇଛି । ପ୍ରଥମ ପତ୍ନୀଙ୍କ ସହ ସୋମବାର, ମଙ୍ଗଳବାର, ବୁଧବାର ଓ ଦ୍ୱିତୀୟ ପତ୍ନୀ ଗୁରୁବାର, ଶୁକ୍ରବାର ଏବଂ ଶନିବାର ରହିବେ। ରବିବାର ଦିନ ବାପା-ମା’ଙ୍କ ସହ ସମୟ ବିତାଇବେ ବୋଲି ଦୁଇ ପତ୍ନୀ ନିଷ୍ପତ୍ତି ନେଇଥିଲେ ।

ବନ୍ଧୁଗଣ ଯୁବକ ଜଣକ ଅଜିମନଗର ପୋ-ଲି-ସ ଷ୍ଟେସନ ଅଞ୍ଚଳର ଧନକପୁରୀ ଟଣ୍ଡା ଅଞ୍ଚଳର ଚଣ୍ଡିଗଡ଼ରେ ସେଲୁନ କାମ କରୁଥିଲେ । ଯୁବକ ଜଣକଙ୍କ ନାମ ହେଉଛି ତକମିଲ ଅହମ୍ମଦ । ଦେଢ଼ ବର୍ଷ ପୂର୍ବରୁ ଆସାମର ଜଣେ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ । ସେ ପୂର୍ବରୁ ବିବାହିତ ଥିଲେ କିନ୍ତୁ ସେ ନିଜ ବିବାହ ସମ୍ପର୍କରେ ଯୁବତୀଙ୍କୁ କିଛି କହି ନଥିଲେ ।

ଯୁବତୀ ଆସାମରୁ ନିଜ ଘର ଛାଡି ଯୁବକଙ୍କ ପାଖକୁ ଚଣ୍ଡିଗଡ଼କୁ ଚାଲିଯାଇଥିଲେ ଓ ଦୁହେଁ ଘର ଭଡା ନେଇ ଏକାଠି ରହିବାକୁ ଲାଗିଲେ । ଯୁବତୀ ଗର୍ଭବତୀ ହେବାରୁ ଯୁବକ ତାଙ୍କୁ ଛାଡି ନିଜ ଗାଁକୁ ପଳାଇଥିଲା । କିଛି ଦିନ ରହିବା ପରେ ଯୁବତୀ ଆସାମ ନିଜ ଘରକୁ ଫେରିଯାଇଥିଲେ ।

କିଛି ଦିନ ପରେ ଯୁବତୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ । ବନ୍ଧୁଗଣ ତିନି ମାସ ପରେ ଯୁବତୀ ନିଜ ପୁଅଙ୍କ ସହ ନିଜ ସ୍ଵାମୀର ସନ୍ଧାନ ପାଇଁ ରାମପୁର ଆସି ଯାଇଥିଲେ । ଏହାପରେ ସେ ଅଜିମନଗର ପୋ-ଲି-ସ ଷ୍ଟେସନକୁ ଯାଇ ସାହାର୍ଯ୍ୟ ମାଗିଥିଲେ ଯାହାଦ୍ୱାରା ତାଙ୍କର ବିବାହ ହୋଇପାରିଥିଲା । ଆପଣ ମାନଙ୍କୁ ଏହି ଘ-ଟ-ଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *