Hrithik ଙ୍କ ସହ ଡିଭୋର୍ସ ପରେ ପୁଣି ଥରେ ଏହି Actor ଙ୍କ ପ୍ରେମରେ ପଡିଛନ୍ତି Sussanne Khan, ନାଁ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ, ପୁଣି ପ୍ରେମରେ ପଡିଲେ ବଲିଉଡ ର ହ୍ୟାଣ୍ଡସମ ତଥା ଧୁମ ବୟ ହ୍ରିତିକ ରୋସନଙ୍କ ପୂର୍ବତନ ପତ୍ନୀ ସୁଜେନ ଖାନ । ହ୍ରିତିକ ଙ୍କ ଠାରୁ ଛାଡପତ୍ର ପରେ ଏବେ ସେ ଆଉ ଜଣଙ୍କ ପ୍ରେମରେ ଉବୁ ଡୁବୁ । ଏ ନେଇ ସେ ନିଜେ ମୋହର ମାରିଛନ୍ତି । ପ୍ରେମରେ ଥିବା ନେଇ ସୋସିଆଲ ମିଡ଼ିଆ ରେ ଫୋଟୋ ସେୟାର କରି ସୁଜେନ୍ ଫ୍ୟାନ ମାନଙ୍କୁ ଈଶାରା ଦେଇଛନ୍ତି । ତେଣୁ ଏଥର କଥାଟା ପୁରା ପକ୍କା ଲାଗୁଛି । ପୂର୍ବରୁ ସୁଜେନ ଅଭିନେତା ଅର୍ଜୁନ ରାମପାଲ ଙ୍କୁ ଡେଟ କରୁଥିବାର ନେଇ ଚର୍ଚ୍ଚା ହେଉଥିଲା ।

କିନ୍ତୁ ପରେ ସେ ଅଭିନେତା ଅର୍ସଲାନ ଗୋନିଙ୍କୁ ଡେଟ କରୁଥିବାର ଶୁଣିବାକୁ ମିଳିଥିଲା । ଏବି ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକେଇଛନ୍ତି ସୁଜେନ । ସେ ଅର୍ସଲାନ ଗୋନୀଙ୍କ ପ୍ରେମରେ ଥିବା ନେଇ ସ୍ପଷ୍ଟ କରିଛନ୍ତି । ସେ ଅର୍ସଲାନ ଙ୍କ ସହ ସମ୍ପର୍କରେ ଥିବା ନେଇ ଇନଷ୍ଟାଗ୍ରାମ ରେ ଅଫିସିଆଲ ରୂପେ ଘୋଷଣା କରିଛନ୍ତି ।

ଅର୍ସଲାନ ଗୋନୀଙ୍କ ଜନ୍ମଦିନ ଅବସରରେ ସୁଜେନ ନିଜ ଫ୍ୟାନ ମାନଙ୍କୁ ଏକ ଭଲ ଖବର ଦେଇଛନ୍ତି । ଉଭୟ ପରସ୍ପର କୁ ଆଲିଙ୍ଗନ କରିଥିବାର ଫୋଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନ ଦେଇ ଲେଖିଛନ୍ତି ହାପି ବାର୍ଥଡେ ” ମୁଁ ତୁମ ପାଇଁ ଏକ ଏଭଳି ଦୁନିଆ ଚାହୁଁଛି, ଯେଉଁଠାରେ ସବୁକିଛି ତୁମ ପାଇଁ ସର୍ବୋତ୍ତମ ଥିବ । ତୁମେ ଯାହା ଚାହୁଁଛ ତାହା ତୁମେ ପାଇବ ।

ତୁମ ଚାରିପାଖରେ ଖୁସି ଓ ପ୍ରକୃତ ପ୍ରେମ ରହୁ । ତୁମେ ସବୁଠାରୁ ସୁନ୍ଦର ଶକ୍ତି ଯାହାକୁ ମୁଁ ଭେଟିଛି ” । ଅର୍ସଲାନ ଗୋନି ସୁଜେନ ଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟକୁ ନିଜ ଇନଷ୍ଟା ଷ୍ଟୋରିରେ ସେୟାର କରିଛନ୍ତି । ଏଥିରେ ହାର୍ଟ ଇମୋଜି ସେୟାର କରିଛନ୍ତି । ଯେଉଁଭଳି ଭାବରେ ସୋସିଆଲ ମିଡିଆରେ ଅର୍ସଲାନ ଏବଂ ସୁଜେନ ଦୁହିଙ୍କ ପ୍ରଶଂସା କରିବାରେ ଥକୁ ନାହାନ୍ତି, ଏଥିରୁ ସ୍ପଷ୍ଟ ଜଣା ପଡିଯାଉଛି ଯେ ଉଭୟ ପରସ୍ପରକୁ ପ୍ରେମରେ କେତେ ବୁଡ଼ିକି ରହିଛନ୍ତି ।

ସୂଚନା ଅନୁଯାୟୀ ଏକ ଗେଟ ଟୁଗେଦର ପାର୍ଟି ରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ଉଭୟ ପରସ୍ପର ସହ କଥା ମଧ୍ୟ ହୋଇଥିଲେ । ଏବଂ ଉଭୟ ଡେଟିଙ୍ଗ କରିବା ଆରମ୍ଭ କରିଦେଇଥିଲେ । ବନ୍ଧୁଗଣ ଆପଣ  ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *