ସୁଶାନ୍ତ ସିଂହ ରାଜପୁତଙ୍କ ପରେ Bollywood ର ଆଉ ଜଣେ ଅଭିନେତାଙ୍କର ମୁମ୍ବାଇ ରେ ସନ୍ଦେହ ଜନକ ଭାବେ ମୃତ୍ୟୁ, ପରିବାର ଆଣିଲେ ହତ୍ୟାର ଅଭିଯୋଗ

ବର୍ତ୍ତମାନ ଏକ ବଡ ଖବର ମୁଜାଫ୍ଫରପୁର ରୁ ଆସୁଛି, ଯେଉଁଠି ବିହାରର ଏକ ନବୋଦିତ କଳାକାର ଙ୍କର ମୁମ୍ବାଇରେ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମୃତକ କଳାକାରଙ୍କ ନାମ ଅକ୍ଷତ ଉତ୍କର୍ଷ ଅଟେ ଯିଏ ମୁମ୍ବାଇ ରେ ଫିଲ୍ମ ଇଣ୍ଡଷ୍ଟ୍ରି ରେ କାର୍ଯ୍ୟରତ ଥିଲେ ।

ସୂଚନା ଅନୁସାରେ ଅକ୍ଷତ ବଲିଉଡ ର ନୂଆ ନୂଆ କଳାକାର ଥିଲେ । ସେ ମୁଜାଫ୍ଫର ପୁର ର ସିକନ୍ଦର ପୁର ର ବାସିନ୍ଦା ଥିଲେ । ମୃତକ ର ପରିଜନ ଅକ୍ଷତ ଉତ୍କର୍ଷ ଙ୍କର ସନ୍ଦେହ ଜଣକ ମୃତ୍ୟୁ ହେବା ପରେ ହତ୍ୟାର ଆରୋପ ଲଗାଇଛନ୍ତି ।

ମୃତକ ଙ୍କ ମାମୁଁ ରଞ୍ଜିତ ସିଂହ ବୟାନ ଦେଇ କହିଛନ୍ତି କି ରବିବାର ଦିନ ରାତି 9 ଟା ରେ ଅକ୍ଷତ ଙ୍କ ପିତାଙ୍କ ସହ କଥା ବାର୍ତ୍ତା ହୋଇଥିଲା, କିନ୍ତୁ ଏହା ପରେ ବିଳମ୍ବିତ ରାତିରେ ତାହାର ମୃତ୍ୟୁର ଖବର ମିଳିଲା । ଏହା ସହିତ ଅକ୍ଷତ ଙ୍କ ମାମୁଁ ମୁମ୍ବାଇ ପୋଲିସ ଙ୍କ ଉପରେ ସହଯୋଗ ନ କରିବାର ଆରୋପ ଲଗାଇଛନ୍ତି ।

ଅକ୍ଷତ ମୁଜାଫ୍ଫର ପୁର ର ସିକନ୍ଦର ପୂର ର ବାସିନ୍ଦା ଥିଲେ ଓ ସେ ବିଜୟନ୍ତ ଚୌଧୁରୀ ଓରଫ ରାଜୁ ଚୌଧୁରୀଙ୍କ ପୁଅ ଥିଲେ । ତାଙ୍କର ଶବ ମୁମ୍ବାଇ ରୁ ପାଟଣା ରେ ପହଞ୍ଚି ସାରିଛି । ଅକ୍ଷତ ଙ୍କ ପରିଜନଙ୍କ ଆରୋପ ଅଟେ କି ମୁମ୍ବାଇ ପୋଲିସ ଏହି ମାମଲାରେ କୌଣସି ପ୍ରକାରର ସହଯୋଗ କଲେ ନାହିଁ ।

ଏହା ସହିତ କୌଣସି ପ୍ରକାରର ରିପୋର୍ଟ ମଧ୍ୟ ଲେଖିଲେ ନାହିଁ । ବର୍ତ୍ତମାନ ଏହି ଘଟଣା ବିଷୟରେ ବିସ୍ତୁତ ସୁଚାନା ପାଇଁ ଅପେକ୍ଷା ରହିଛି । ଆପଣ ତ ଜାଣିଛନ୍ତି ଏହା ପୂର୍ବରୁ ମୁମ୍ବାଇ ରେ ରହୁଥିବା ବିହାରର ଷ୍ଟାର ଆକ୍ଟର ସୁଶାନ୍ତ ସିଂହ ରାଜପୁତ ଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇ ସାରିଛି ଓ ତାଙ୍କର ମୃତ୍ୟୁ ର ରହସ୍ୟ ବି ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରି ନାହିଁ ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *