ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ତାଙ୍କ କଥା ବାର୍ତ୍ତା ଲୋକ ମାନଙ୍କୁ ଆକର୍ଷିତ କରିଥାଏ । ଏହା ସହିତ ସୁର ଭାଇ କେତେକ ଆଲବମ ଗୀତରେ ଗୀତ ଗାଇଛନ୍ତି ଓ ଅଭିନୟ ମଧ୍ୟ କରିଛନ୍ତି ।

କଂଗ୍ରେସ ଦଳକୁ ସମର୍ଥନ କରୁଥିବା ସୁର ଭାଇ ଏବେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଆପଣ ମାନେ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ପଞ୍ଚାୟତ ନିର୍ବାଚନ ଚାଲିଛି । ପଞ୍ଚାୟତ ନିର୍ବାଚନର ଫଳାଫଳ ପାଖେଇ ଆସିଛୁ ଓ ତା ପୂର୍ବରୁ ସୁର ଭାଇ ନିଜ ଭବିଷ୍ୟବାଣୀ କରିଛନ୍ତି । ଏଥର ପଛକୁ ହାତିବ ବିଜେପି ଆଉ କଂଗ୍ରେସ ଉପରକୁ ଉଠିବ ଏଭଳି କିଛି ଆକଳନ କରିଛନ୍ତି ସୁର ଭାଇ ।
ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ତାର ମାତ୍ର ୬୦ ଆସିଥିଲା ଏବେ ସେକେଣ୍ଡ ପୋଜିସନ ଆମେ ଗ୍ରହଣ ସାରିଲୁଣି ଦାଖଲ କରିସାରିଲୁଣି । ଆଉ ୧୦-୧୫ ଦିନ ଭୋଟ ଅଛି ଯଦି ହୁଏ ନମ୍ବର ୧କୁ ଆମେ ଚାଲିଯାଉ ପାରୁ । ନମ୍ବର ୨ ବିଜେଡି ଆସିବ ଆଉ ନମ୍ବର ୩ରେ ବିଜେପି ରହିଯିବ । ତାଙ୍କର ଏଥର ପଇସା ପତ୍ର ନାହିଁ ବିଜେପି ବାଲା ଆଉ ବାଣ୍ଟୁ ନାହାନ୍ତି’ ।
ଆଗକୁ ସୁର ଭାଇ କହିଛନ୍ତି-‘ଧର୍ମେନ୍ଦ୍ର ଦେଉଥିଲା ଆର ଥରକ ଟଙ୍କା ସେ ଏଥର ଯାଇ ୟୁପିରେ ତେଣୁ ଆଙ୍କର ପା ଅଧା କ୍ୟାଣ୍ଡିଡେଡ ୱିଡ୍ରଲ କରି ନେଇଗଲେଣି ଆଉ ଅଧା ଆସି ଆମ ପାଖରେ ସରେନ୍ଦ୍ର କଲେଣି । ଏଥର ଆମେ ନୁହେଁ ତମେ ତେଣୁ ଏଥର ସେକେଣ୍ଡ ପୋଜିସନ କଂଗ୍ରେସ ଯଦି ପୁଳେ ନୋଟ ଛାଡିବ ତା ହେଲେ ଫାଇଟକୁ ଆସିବ ନହଲେ ସେ ଥାର୍ଡ, ଆମେ ସେକେଣ୍ଡ ଆଉ ବିଜେଡି ଏବେ ଅଛି ଫାର୍ଷ୍ଟରେ’ ।

ତେବେ ବନ୍ଧୁଗଣ ସୁର ଭାଇଙ୍କ ଏହି ଆକଳନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଅନେକ ଲୋକ ଏଥିପ୍ରତି ନିଜର ମତ ଦାନ କରୁଛନ୍ତି । ତା ହେଲେ ସୁର ଭାଇଙ୍କ ଏହି ଆକଳନ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

