Sumit-Tapswini ବିବାଦ: 17 ହଜାର ଟଙ୍କା ପାଇଁ ଚାଲିଛି ଟଣା-ଓଟରା

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁରର ଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦର ଆଜି ହେବ ଶୁଣାଣି । ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ସହ ଶ୍ୱଶୁର ଘରେ ରହିବା ମାମଲାର ଶୁଣାଣି ଏସଡିଜେଏମଙ୍କ କୋର୍ଟରେ ହେବ । ସେହିପରି ତପସ୍ୱିନୀଙ୍କୁ ଭରଣପୋଷଣ ମାମଲାର ଶୁଣାଣି ଜିଲ୍ଲା ଦୌରାଜଜ କୋର୍ଟରେ ହେବ । ଦିନକୁ ଦିନ ଏହି ମାମଲା ଗଡ଼ି ଚାଲିଥିବା ବେଳେ ଏହାର ସମାଧାନ କେବେ ହେବ ତାହାକୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।


ସୁମିତଙ୍କ ମାଆ ଓ ଜେଜେମାଆଙ୍କ ପକ୍ଷରୁ ଆଗତ ପିଟିସନକୁ କୋର୍ଟ ଖାରଜ କରିଦେଇଥିବାରୁ ସୁମିତଙ୍କ ପକ୍ଷ ଉପର କୋର୍ଟକୁ ଯିବେ ବୋଲି ତାଙ୍କର ଓକିଲ କହିଥିଲେ । ତେବେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା । ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ସୁମିତ ୧୭ ହଜାର ଟଙ୍କା ନଦେବା ଘଟଣା । ସୁମିତ ଟଙ୍କା ନଦେବା ନେଇ ତପସ୍ୱିନୀ କରିଥିବା ଆବେଦନ ଉପରେ ରାୟ ।

ଘଟଣା ଉପରେ ତପସ୍ୱିନୀ ପୁଣି ଏକ ପିଟିସନ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ତେବେ ସୂଚନାଯୋଗ୍ୟ ଯେ ତପସ୍ୱିନୀ ସୁମିତଙ୍କୁ ନିଜ ସ୍ୱାମୀ ବୋଲି କହିବା ସହ ଘରେ ବୋହୂ ରୂପେ ସ୍ୱୀକାର କରିବାକୁ ଦାବି କରି ସୁମିତଙ୍କ ବ୍ରହ୍ମାନଗର ବାସ ଭବନ ସାମ୍ନାରେ ଧାରଣାରେ ବସିଥିଲେ । ଏହି ମାମଲା କୋର୍ଟକୁ ମଧ୍ୟ ଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ରହିବା ସହ ମାସକୁ ୧୭ ହଜାର ଟଙ୍କା ଦେବା ପାଇଁ କହିଥିଲେ ।

ସେପଟେ ସୁମିତ୍ ତାଙ୍କୁ ୧୦ ହଜାର ଟଙ୍କା ନଦେବା ସହ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ପୁଣି ଥରେ ପିଟିସନ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ତପସ୍ୱିନୀଙ୍କୁ ଟଙ୍କା ନଦେବା ମାମଲାର ସ୍ୱତନ୍ତ୍ର ଭାବରେ ପିଟିସନ କରିବାକୁ ନେଇ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *