ବନ୍ଧୁଗଣ, ସୂଚନା ଅନୁଯାୟୀ ଡାକ୍ତର ସୁମିତ ବର୍ତ୍ତମାନ ଏକ ଅଡିଓ ଦ୍ଵାରା ଏଭଳି କିଛି କହିଛନ୍ତି ଯାହା ଆପଣ ଶୁଣିଲେ, ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସୁମିତ ଙ୍କ କହିବା ଅନୁଯାୟୀ, ଦେଖନ୍ତୁ ଏତେ ସବୁ ଆମେ କୋର୍ଟ କୁ ଯାଉଛୁ, କୋର୍ଟ ର ଆଦେଶ କୁ ଆମ୍ଭେ ସନ୍ନମାନ ମଧ୍ୟ କରୁଛୁ । ଆମ୍ଭ ଘର ପ୍ରୋପୋଟି ସଂପୂର୍ଣ୍ଣ ରୂପେ ନଷ୍ଟ କରିଦେଲେ । ତପସ୍ଵିନୀ ଦାସ, ପ୍ରମିଳା ତ୍ରିପାଠୀ, ତପସ୍ଵିନୀ ଦାସ ଙ୍କ ପୁରା ଫ୍ୟାମିଲି ସଂପୂର୍ଣ୍ଣ ଭାବରେ ଆମ୍ଭକୁ ଫସାଇବାରେ ଲାଗିଛନ୍ତି ।
ଏହା ଭାବିକି ଆମ୍ଭେ ଘରେ ପଶି ରହିଛୁ । ମୋ ମା’ ହେଉଛନ୍ତି ହାର୍ଟ ପେସେଣ୍ଟ, ଜେଜେମା ଙ୍କ ଦେହ ଭଲ ରହୁନାହିଁ, ବାପା ମଧ୍ୟ କାନ୍ଦି କାନ୍ଦି ରହିଲେଣି, ଆମ୍ଭ ଜୀବନ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦେଲେ । ଆଇନ ର ସନ୍ନମାନ ନାହିଁ, କୋର୍ଟ ର ସନ୍ନମାନ ନାହିଁ, ଗୋଟେ ଅଫିସର ସନ୍ନମାନ ନାହିଁ ତଥା କାହାକୁ ସନ୍ନମାନ ନାହିଁ । କାହାକୁ ସନ୍ନମାନ କରିଲେ ନାହିଁ, ସବୁ ଭାଙ୍ଗିକି ପଶି ଗଲେ, ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦେଲେ ଆମ୍ଭକୁ ।
ମାତ୍ର ଭଡାଘର କଥା କିଛି ହୋଇନି, ଅପିଲ ପରେ ରିଜେକ୍ଟ କରିଦେଇଛନ୍ତି କୋର୍ଟ । କୋର୍ଟ ର ନିର୍ଣ୍ଣୟ ଉପରେ ହିଁ ଆମ୍ଭେ ଅପେକ୍ଷା କରିଛୁ ମାତ୍ର ଭଡା ଘର କଥା କିଛି ନାହିଁ । ଏହି ସମସ୍ତ ବିଷୟ ଆମ୍ଭେ ସମସ୍ତଙ୍କୁ ଜଣାଇଛୁ ଆଶା କରିଛୁ ଆମ୍ଭକୁ ସମସ୍ତେ ହେଲ୍ପ କରିବେ ତଥା ଆମ୍ଭକୁ ଉଚିତ ନ୍ୟାୟ ମିଳିବ । ଏହିସବୁ ବହୁତ ଭୁଲ ହେଉଛି ଗୋଟିଏ ଷୋସାଇଟି ରେ ଗୋଟେ କୋର୍ଟ ଏଗେଷ୍ଟ ରେ ଯାଉଛନ୍ତି ।
ଏହାର ଅର୍ଥ ପୋଲିସ ପ୍ରଶାସନ ର କିଛି ଭାଲ୍ୟୁ ନାହିଁ ? ତଥା କୋର୍ଟ ର କିଛି ଭାଲ୍ୟୁ ନାହିଁ ? ଯଦି ସମସ୍ତେ ଅଛନ୍ତି ତେବେ କାହିଁକି ସମସ୍ତେ ଏହିସବୁ ଜିନିଷ କରୁଛନ୍ତି ? ବର୍ତ୍ତମାନ ତାଙ୍କର ଆଚରଣ କିଭଳି ଅଛି ଏବଂ ପୂର୍ବ ରୁ ତାଙ୍କର ଆଚରଣ କିଭଳି ଥିଲା ଆପଣ ମାନେ ଭିଡିଓ ମାଧ୍ୟମରେ ଦେଖିଥିବେ । ମୋ ଲାଇଫ ତଥା ମୋ ଫ୍ୟାମିଲି ର ଲାଇଫ ସଂପୂର୍ଣ୍ଣ ଭାବରେ ବିପଦ ଘେରାରେ ଅଛି । ଆମ୍ଭେ ମାନେ ଶେଫ ଫିଲ କରୁ ନାହୁଁ ।
ସେମାନେ ସୁରକ୍ଷିତ ନାହାଁନ୍ତି ସେଥିପାଇଁ ଆମ୍ଭ ନାମରେ କେସ ପକାଇଛନ୍ତି, ସବୁ ତ କରୁଛନ୍ତି ତେବେ ଆମ୍ଭ ଘରେ ଆସି ତପସ୍ଵିନୀ କାହିଁକି ଜବରଦସ୍ତ ଚେଷ୍ଟା କରୁଛନ୍ତି ? କୋର୍ଟ ଆଦେଶ ଦେଲା ପରେ ମଧ୍ୟ କାହିଁକି କୋର୍ଟ ଏଗନେଷ୍ଟ ରେ ଯାଉଛନ୍ତି ? ଆଇନ କୁ ନିଜ ହାତରେ ନେଉଛନ୍ତି । ମାତ୍ର ୭ ଜନ୍ମ ରେ କେବେ ମଧ୍ୟ ଏଭଳି ସାଥିରେ ରହିବା ଆଉ ହେବାର ନାହିଁ ବୋଲି ଡାକ୍ତର ସୁମିତ କହିଛନ୍ତି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।