‘Sumit ଯେଉଁ କୋର୍ଟକୁ ଗଲେ ବି କିଛି ହେବ ନାହିଁ, ସେ ଯେମିତି…’ ଶୁଣନ୍ତୁ କଣ କହୁଛନ୍ତି Tapaswini ଙ୍କ ଓକିଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ର ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ବିବାଦ ମାମଲାର ବଡ ଶୁଣାଣି କଲେ ଓଡିଶା ହାଇକୋର୍ଟ । ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ପ୍ରତି ମାସ ୧୦ରେ ତପସ୍ୱିନିଙ୍କ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ହେଉଛି ହାଇକୋର୍ଟଙ୍କ ଅନ୍ତରିଣ ରାୟ ଫେବ୍ରୁଆରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି ।

ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ ନେଇ ପୂର୍ବରୁ ନିର୍ଦ୍ଦେଶ ଥିଲା । ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ହେଲେ ସୁମିତଙ୍କୁ ମିଳିଲା ଆଉ ଏକ ଝଟକା  । ତଳକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଜାରି ରଖିବା ପାଇଁ ସୁମିତଙ୍କୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି ।

ତେବେ ନିକଟରେ ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହୋଇଥିଲା । ପିଟିସନରେ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା ଦର୍ଶାଇଥିଲେ କୋର୍ଟ । ଆଉ ଏଥିପାଇଁ ଉଭୟ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟ ନୋଟିସ୍ କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୮କୁ ଦିନ ଧାର୍ଯ୍ୟ କରାଯାଇଛି ।

ଡିସେମ୍ବର ୨୦ ତାରିଖରେ ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲାରେ ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାପରେ ତପସ୍ୱିନୀଙ୍କୁ ଶାଶୂଘରେ ପୂରାଇବା ପାଇଁ ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ପଶିଗଲେ ଶତାଧିକ ମହିଳା । ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ମହିଳାମାନେ ପଶିଥିଲେ । ମେନ୍ ଗେଟ୍ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା ।


ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଗେଟ୍ ଭାଙ୍ଗିଲୁ ବୋଲି କିଛି ମହିଳା କହିଥିଲେ । ଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଏସ୍‌ପି ପହଞ୍ଚି ବୁଝାସୁଝା କରିଥିଲେ । ଭଙ୍ଗାରୁଜା ନେଇ ସୁମିତଙ୍କ ବାପା ପ୍ରମୋଦ ଥାନାରେ ଏତଲା କରିଥିଲେ । ଆଉ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ଥାନାରେ ମାମଲା ଦାୟର ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଥିଲେ । ତାଙ୍କ ଏବଂ ପରିବାର ସଦସ୍ୟମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।


ତେବେ ତପସ୍ୱିନୀ ଙ୍କ ଓକିଲ ଙ୍କ କହିବା ଅନୁସାରେ  ତପସ୍ୱିନୀ ଓ ଡାକ୍ତର ସୁମିତ୍ ସାହୁଙ୍କ ବିବାହ ବିବାଦ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ହାଇକୋର୍ଟ ପ୍ରତି ମାସ ୧୦ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ୟ୍ୟ ହୋଇଛି ।

ତେବେ ହୋଇକୋର୍ଟରେ ତଳ କୋର୍ଟଙ୍କ ରାୟ କାଏମ୍ ରହିବା ପରେ ସୁମିତ ଙ୍କୁ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ହେବ । ତପସ୍ବିନୀଙ୍କୁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ଡାକ୍ତର ସୁମିତ ଙ୍କୁ ନିର୍ଦ୍ଦେଶ ଥିଲା । ସୂଚନାଯୋଗ୍ୟ, ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ବୋଲି ଜିଲ୍ଲା ଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏବଂ ସୁମିତ ଯେ କୌଣସି କୋର୍ଟ ଗଲେ ମଧ୍ୟ କିଛି ଲାଭ ହେବ ନାହିଁ ବୋଲି ତପସ୍ୱିନୀ ଙ୍କ ଓକିଲ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *