ଓଡିଶା ର ଫେମସ ଅଭିନେତ୍ରୀ Bhumika Das ଙ୍କ Family & Biography

ଓଡିଆ ଫିଲ୍ମ ଜଗତର ସବୁଠୁ କମ ବୟସର ଅଭିନେତ୍ରୀ ଭୂମିକା ଦାଶ, ଯାହାଙ୍କ ବୟସ ମାତ୍ର 17 ବର୍ଷ । ତଥାପି ଏତେ କମ ବୟସରେ ସେ ସଫଳତାର ଏତେ ଗୁଡିଏ ସିଡି ଚଢି ସାରିଲେଣି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଆଜି ଏହି ଭିଡିଓ ରେ ତାଙ୍କ ପରିବାର ତାଙ୍କ ସମ୍ପତ୍ତି, ଘର ଗାଡି ସବୁ କିଛି ବିଷୟରେ ଆଲୋଚନା କରିବା ଓ ତାଙ୍କ ବିଷୟରେ ଆମେ ଆପଣଙ୍କୁ କିଛି ଅଜଣା ତଥ୍ୟ ଦେବୁ ଯାହା ଆପଣ ଆଜି ପର୍ଯ୍ୟନ୍ତ କେବେ ବି ଶୁଣି ନଥିବେ ।

2003 ମସିହାରେ ଭୁବନେଶ୍ଵରରେ ଭୂମିକା ଦାଶ ଙ୍କ ଜନ୍ମ ହୋଇଥିଲା । ସେ ଶିଶୁ କଳାକାର ଭାବରେ ପ୍ରଥମ ଓଡିଆ ଫିଲ୍ମ କରିଥିଲେ ରୁମକୁ ଝୁମାନା ମାତ୍ର 11 ବର୍ଷ ବୟସରେ ଓ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ତାଙ୍କର ପ୍ରଥମ ଫିଲ୍ମ ପାଇଁ ସେ ବେଷ୍ଟ ଚାଇଲ୍ଡ ଆର୍ଟିସ୍ଟ ଭାବେ ଓଡିଶା ଷ୍ଟେଟ ଫିଲ୍ମ ଆୱାର୍ଡ ପାଇଥିଲେ ।

ସେ ଗପ ହେଲେ ବି ସତ ଓ ରୁମକୁ ଝୁମାନ ଏହି 2 ଟି ଫିଲ୍ମ ରେ ଶିଶୁ କଳାକାର ଭାବରେ କାମ କରିଥିଲେ । 2017 ମସିହାରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରଥମ ଓଡିଆ ଫିଲ୍ମ କରିଥିଲେ ତୁ ମୋ ଲଭ ଷ୍ଟୋରି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି ଫିଲ୍ମ କଲା ବେଳେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସେ ନବମ ଶ୍ରେଣୀରେ ପଢିବା ବେଳେ ଆଉ ଗୋଟିଏ ଫିଲ୍ମ ମଧ୍ୟ କରିଥିଲେ ହୀରୋ ନମ୍ବର 1 । ତାହା ପୁଣି ଓଡିଶାର ସୁପର ଷ୍ଟାର ବାବୁସାନ ଙ୍କ ସହିତ ।

ଆଉ ତା ପରେ ସେ ଯେତେବେଳେ ମେଟ୍ରିକ ପଢିଲେ ସେହି ସମୟରେ ମଧ୍ୟ ସେ 2 ଟି ଓଡିଆ ଫିଲ୍ମ କଲେ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ସେ ମେଟ୍ରିକ ରେ 97 % ରଖି ପାସ କରିଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ ଅର୍ଚ୍ଚିତା ଓ ଏଲିନା ସାମନ୍ତରାୟ ଙ୍କ ପରି ଏକ ଓଡିଶୀ ଡ୍ୟାନ୍ସର ଥିଲେ । ସେ ଏତେ କମ ବୟସରୁ ବହୁ ଗୁଡିଏ ଆୱାର୍ଡ ପାଇ ସାରିଲେଣି, ତରଙ୍ଗ ସିନେ ଆୱାର୍ଡ, ଓଡିଶା ଷ୍ଟେଟ ଫିଲ୍ମ ଆୱାର୍ଡ୍ସ ଭଳି ଅନେକ । ବର୍ତ୍ତମାନ ଚାଲନ୍ତୁ ତାଙ୍କ ପରିବାର ବିଷୟରେ ଜାଣିବା ।

ତାଙ୍କ ବାପାଙ୍କ ନାମ ହେଲା ପ୍ରଶାନ୍ତ କୁମାର ଦାଶ ଓ ମା ଙ୍କ ନାମ ହେଲା ତୃପ୍ତି ଦାଶ । ତାଙ୍କର ଗୋଟିଏ ଛୋଟ ଭାଇ ମଧ୍ୟ ଅଛି । ସେ ନିଜର ସଫଳତାର ଶ୍ରେୟ ସବୁବେଳେ ନିଜ ବାପା ମା ଙ୍କୁ ଦେଇ ଆସିଛନ୍ତି । ବର୍ତ୍ତମାନ ଚାଲନ୍ତୁ ତାଙ୍କ ସମ୍ପତ୍ତି ବିଷୟରେ ଜାଣିବା । ଭୂମିକା ଦାଶ ବହୁ ଗୁଡିଏ ବ୍ରାଣ୍ଡ ର ପ୍ରମୋଶନ କରିଥାନ୍ତି । ଆପଣ ମଧ୍ୟ ଦେଖିଥିବେ ।

ଭୁବନେଶ୍ବରରେ ଭୂମିକା ଦାଶ ଙ୍କର ବହୁତ ବଡ ଆଲିଶାନ ଘର ଅଛି । ତାଙ୍କ ର ଗୋଟିଏ କାର ମଧ୍ୟ ଅଛି । ସେ ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ 5 ରୁ 10 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ଓ ବ୍ରାଣ୍ଡ ପ୍ରମୋଶନ କରିବା ପାଇଁ 2 ରୁ 3 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।

ଏ ପର୍ଯ୍ୟନ୍ତ ତାଙ୍କର ମୋଟ ସମ୍ପତ୍ତି ଯାହା ଅନୁମାନ କରା ଯାଇଛି ତାହା 50 ରୁ 70 ଲକ୍ଷ ମଧ୍ୟରେ ଅଛି । ତେବେ ଆପଣଙ୍କୁ ଭୂମିକା ଦାଶ ଙ୍କ ସହ କାହାର ଯୋଡି ସବୁଠୁ ଭଲ ଲାଗେ ଆମକୁ କମେନ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *