ଶ୍ରମିକମାନଙ୍କ ପାଇଁ ଆଗକୁ ଆସିଲେ ସଲମାନ ଖାନ, ସିଧା ଖାତାକୁ ଟ୍ରାନ୍ସଫର କଲେ ଏତେ କୋଟି ଟଙ୍କା

ସରକାରଙ୍କ ସହିତ ବଲୀଉଡ ଷ୍ଟାରମାନେ ବି କରୋନା ଭାଇରସ ବିରୁଦ୍ଧରେ ଯୁଦ୍ଧରେ ସାଥ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କେତେକ ଷ୍ଟାର ଏହି ଭାଇରସ ଦ୍ଵାରା ପ୍ରଭାବିତ ଶ୍ରମିକ ଓ ଦିନ ମଜୁରିଆ ବ୍ୟକ୍ତିଙ୍କ ସାହାର୍ଯ୍ୟ କରିବା ପାଇଁ ସାମ୍ନାକୁ ଆସିସାରିଛନ୍ତି । ଏହି ଆଧାରରେ ବର୍ତ୍ତମାନ ଅଭିନେତା ସଲମାନ ଖାନ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ୨୫୦୦୦ ଦିନ ମଜୁରିଆଙ୍କୁ ସମସ୍ତ ସମ୍ଭବ ସାହାର୍ଯ୍ୟ କରିବାର ଘୋଷଣା କରିଛନ୍ତି । ଏହା ସହିତ ସେ ସାହାର୍ଯ୍ୟ କରିବା ଆରମ୍ଭ ବି କରି ଦେଇଛନ୍ତି ।

ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର ଦିନ ମଜୁରିଆ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଖାତାରେ ପାଖାପାଖି ୪ କୋଟି ୮୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିସାରିଛନ୍ତି । ଆସନ୍ତା ଦିନର ଅବସ୍ଥାକୁ ଦେଖି ସେ ଆସନ୍ତା ମାସରେ ବି ଏହିଭଳି ଶ୍ରମିକମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରିବେ । ଫେଡରେଶନ ଅଫ ୱେସ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୋୟୀ (Fwice) ପାଖରେ ଥିବା ସୂଚନା ଅନୁସାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିନ ମଜୁରିଆଙ୍କ ସଂଖ୍ୟା ୧୯୦୦୦ ଅଟେ । ଏଥିରେ ୩୦୦୦ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ‘ୟଶରାଜ ଫିଲ୍ମ’ ଦୁଇ ଦିନ ପୂର୍ବେ ୫ – ୫ ହଜାର ଟଙ୍କା ଟ୍ରାନ୍ସଫର କରି ସାରିଛନ୍ତି ।

ବାକି ୧୬୦୦୦ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାରେ ସଲମାନ ଖାନ ୩ – ୩ ହଜାର ଟଙ୍କା ଟ୍ରାନ୍ସଫର କରିଛନ୍ତି । ଏହିଭଳି ଦବଙ୍ଗ ଖାନ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାରେ ପାଖାପାଖି ୪ କୋଟି ୮୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି । ମହାରାଷ୍ଟ୍ରରେ କରୋନା ଭାଇରସର ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ସରକାର ଲକଡାଉନର ଅବଧିକୁ ବଢାଇ ପାରନ୍ତି । ଏହି କଥାକୁ ଧ୍ୟାନରେ ରଖି ସଲମାନ ଖାନ ଆସନ୍ତା ମାସରେ ବି ଶ୍ରମିକମାନଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରି ପାରନ୍ତି । ସଲମାନ ଖାନ ଆସନ୍ତା ମାସରେ ପୁରା ୧୯୦୦୦ ଶ୍ରମିକମାନଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରିବେ ।

ଅନ୍ୟ ପଟେ ଫେଡରେଶନ ଅଫ ୱେସ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୋୟୀ ର କହିବା ଅଟେ କି ତାଙ୍କ ପାଖରେ ଯେଉଁ ୧୯୦୦୦ ଶ୍ରମିକମାନଙ୍କ ସୂଚନା ଅଛି ତାହା ବହୁତ କମ ଅଟେ । ସେଥିପାଇଁ ଫେଡରେଶନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନ୍ୟ ସଂସ୍ଥାମାନଙ୍କୁ ବି ଦିନ ମଜୁରିଆଙ୍କ ସୂଚନା ଦେବା ପାଇଁ କହିଛନ୍ତି । ଯାହା ଦ୍ଵାରା ଏହି କଠିନ ସମୟ ମଧ୍ୟରେ ଶ୍ରମିକମାନଙ୍କୁ କଷ୍ଟର ସାମ୍ନା କରିବାକୁ ନ ପଡୁ । ଅନ୍ୟ ପଟେ ଯଦି ଆପଣ ମୁମ୍ବାଇରେ ରହୁଛନ୍ତି ଓ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅଛନ୍ତି ତେବେ ଫେଡରେଶନ ଅଫ ୱେସ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୋୟୀକୁ ନିଜର ସୂଚନା ନିଶ୍ଚିତ ଦିଅନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ବି ସାହାର୍ଯ୍ୟ ମିଳି ପାରିବ ।

ଆପଣଙ୍କୁ କହିଦେଉଛୁ କି କରୋନା କାରଣରୁ ପୁରା ଦେଶ ୨୧ ଦିନ ଲକଡାଉନରେ ଅଛି । ଯେଉଁ କାରଣରୁ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପୂରାପୂରି ବନ୍ଦ ପଡିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ହଜାର ହଜାର ଦିନ ମଜୁରିଆ ବି ଅଛନ୍ତି । ଲକଡାଉନ କାରଣରୁ ତାଙ୍କୁ ଆର୍ଥିକ ଅସୁବିଧା ସହିବାକୁ ପଡୁଛି । ଏମିତିରେ ବଲୀଉଡରେ କେତେକ ଷ୍ଟାର ଏହି ଶ୍ରମିକମାନଙ୍କ ସାହାର୍ଯ୍ୟ କରୁଛନ୍ତି । ଏହି ପରି ଦେଶର ସମସ୍ତ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *