ଦେଖନ୍ତୁ Special Report: ଟୀକା ନେଲେ ମାଗଣାରେ ମିଳିବ ମୋବାଇଲ

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର ଦ୍ଵିତୀୟ ଲହର ନିଜ କୋପ ବର୍ଷାଇଛି । ଦିନକୁ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି ।

ଏହି ସବୁ ଅବସ୍ଥାକୁ ଆଖିରେ ରଖି ଭାରତ ସରକାର ଟୀକା କାରଣ ବ୍ୟବସ୍ତା ଲାଗୁ କରିସାରିଛନ୍ତି । କାରଣ କରୋନା ସଂକ୍ରମଣକୁ ରୋକିବା ପାଇଁ ଟୀକା ଏକ ବଡ ଅସ୍ତ୍ର ପାଲଟି ପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଟୀକା କାରଣ ବ୍ୟବସ୍ତା ଲାଗୁ ହୋଇସାରିଛି ଓ ବହୁତ ଲୋକ ଟୀକା ନେଇ ସାରିଛନ୍ତି ।

କରୋନା ଟୀକା ଦେବା ସହିତ ସରକାର କିଛି କଟକଣା ମଧ୍ୟ ଜାରି କରିଛନ୍ତି । କେତେକ ରାଜ୍ୟର ସରକାର ମାନେ ରାଜ୍ୟରେ ଲକଡାଉନ ବ୍ୟବସ୍ତା କରିଛନ୍ତି । ଏହା ସହିତ ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ ପାଳନ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ବନ୍ଧୁଗଣ ଟୀକା କରଣ ବ୍ୟବସ୍ତାରେ ଅନେକ ଲୋକ ଟୀକା ନେଉଛନ୍ତି ହେଲେ କିଛି ଏପରି ମଧ୍ୟ ଲୋକ ଅଛନ୍ତି ଯେଉଁ ମାନେ ଟୀକା ନେବା ପାଇଁ ଇଛା ପ୍ରକାଶ କରୁ ନାହାନ୍ତି । କେତେକ ଲୋକ ଟୀକା ନେବା ପାଇଁ ଭୟ କରୁଛନ୍ତି । ତେଣୁ ବନ୍ଧୁଗଣ ଲୋକ ମାନଙ୍କ ପାଇଁ ଏକ ନୂଆ ସ୍କିମ ନେଇ ଆସିଛି ଭୋପାଳ ଜିଲ୍ଲା ପ୍ରଶାସନ ।

ଭୋପାଳ ଜିଲ୍ଲା ପ୍ରଶାସନ ଟୀକା ନେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ସ୍ମାର୍ଟ ଫୋନ ଦେବାର ଘୋଷଣା କରିଛନ୍ତି । ବନ୍ଧୁଗଣ ଏହା ହେଉଛି ଏକ ଆଶ୍ଚର୍ଯ୍ୟ କଥା ହେଲେ ଏହା ସତ । ଅଧିକ ରୁ ଅଧିକ ଲୋକ ଟୀକା ନିଅନ୍ତୁ ବୋଲି ଭୋପାଳ ପ୍ରଶାସନର ଲକ୍ଷ ରହିଛି । ଲୋକଙ୍କୁ ମୋବାଇଲ ଫୋନ ଦେବା ପାଇଆନ ଏକ ଆକର୍ଷଣୀୟ ଅଫର ଦିଆଯିବ ।

ଏହି ଅଫର ଦ୍ଵାରା ଅଧିକ ରୁ ଅଧିକ ଲୋକ ଟୀକା ଦେବାକୁ ଆସିବେ । ଏହି ଅଫରକୁ ଦେଖି ଅଧିକ ରୁ ଅଧିକ ଲୋକ ଟୀକା ନେବା ପାଇଁ ଆସିବେ । ତେଣୁ ଯେଉଁ ଥାଏ କମ ଟୀକା କରଣ ହୋଇଛି ସେଠାରେ ଏହି ବ୍ୟବସ୍ତା କରାଯିବ । ବାସ୍ତବ କଥା ହେଉଛି କୌଣସି ଭୁଲ ଧାରଣା ହେତୁ ଭୋପାଳର ଗ୍ରାମାଞ୍ଚଳର ଲୋକମାନେ ଟୀକା ନେବାକୁ ମନା କରୁଛନ୍ତି ।

ତେଣୁ ଜନସାଧାରଣ ମାନଙ୍କୁ ଟୀକା ଦେବା ପାଇଁ ଭୋପାଳ ପ୍ରଶାସନ ନେଇ ବଡ ଘୋଷଣା କରିଛି । ଲୋକଙ୍କୁ ଉତ୍ସାହିତ କରିବା ପାଇଁ ମୋବାଇଲ ଫୋନ ଦେବାର ଘୋଷଣା କରାଯାଇଛି । ଏଥିପାଇଁ ଲାଭା ମୋବାଇଲ କମ୍ପାନୀ ସହ ଡିଲ କରିଛି ପ୍ରଶାସନ । ଏହି ଯୋଜନା ଅନୁସାରେ କମ୍ପାନୀ ଦ୍ଵାରା ଲୋକଙ୍କୁ ମୋବାଇଲ ଫୋନ ଦିଆଯିବ ।

ତେଣେ ଏହି ଯୋଜନା ଅନୁଯାଇ ଗ୍ରାମାଞ୍ଚଳର ଯେଉଁ ଲୋକମାନେ ଟୀକା ନେବେ ସେମାନଙ୍କ ମଧ୍ୟରୁ ଏକ ଲକି ଡ୍ର ବଛାଯିବ । ଏହି ଲକି ଡ୍ର ମାଧ୍ୟମରେ 10 ଜଣଙ୍କୁ ମିଳିବ ମୋବାଇଲ ଫୋନ । ତା ହେଲେ ବନ୍ଧୁଗଣ ଆମ ଓଡିଶାରେ ଏହି ନିୟମ ଲାଗୁ ହେବା ଉଚିତ ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *