ସାଉଥ ଇଣ୍ଡଷ୍ଟ୍ରି ର ଫେମସ Actor ମାନଙ୍କର ରିଅଲ ଲାଇଫ ବାପା-ପୁଅ ଯୋଡି

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ବର୍ତ୍ତମାନ ବଲିଉଡ ର ତାରକା ମାନେ ଯେଉଁ ସ୍ତରରେ ଅଛନ୍ତି ସେ ବିଷୟରେ ତ ସମସ୍ତଙ୍କୁ ଜଣା ଅଛି , କିନ୍ତୁ ଯତେବେଳେ ସାଉଥ୍ ସିନେମା ଜଗତ ବିଷୟରେ କଥା ଉଠିଥାଏ ସେତେବେଳେ , କେଉଁଠି ନା କେଉଁଠି ବଲିଉଡ ସିନେମା ଜଗତ ପଛରେ ପଡିଥାଏ। କାରଣ ସାଉଥ୍ ଚଳଚିତ୍ର ଜଗତରେ ଆମକୁ ଲଗାତାର ଜଣେ ପରେ ଜଣେ ନୂଆ ତାରକା ଦେଖିବାକୁ ମିଳୁଛି। ଏପରି ତାରକା ମାନଙ୍କର ଦମଦାର ଅଭିନୟ ଦ୍ୱାରା ସେମାନେ ସମସ୍ତଙ୍କର ମନ କିଣି ପାରୁଛନ୍ତି । ତେଣୁ ବର୍ତ୍ତମାନ ହିନ୍ଦୀ ସିନେମା ଠାରୁ ଅଧିକ ସାଉଥ୍ ସିନେମା ଦେଖିବା ପାଇଁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି।

ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ସାଉଥ୍ ର ତାରକା ମାନଙ୍କ ବିଷୟରେ ନୁହେଁ ଏହା ସହିତ ତାଙ୍କର ଅସଲ ଜୀବନର ପିତା ଓ ପୁତ୍ରଙ୍କ ଯୋଡ଼ି ବିଷୟରେ ମଧ୍ୟ କହିବୁ , ଯେଉଁମାନେ ମିଳିତ ଭାବେ ସାଉଥ୍ ସିନେମା କୁ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି। ତେବେ ଚାଲନ୍ତୁ ଦେଖିବା ଏହି ସାଉଥ୍ ର ଅସଲ ଜୀବନର ପିତା -ପୁତ୍ର ଙ୍କ ଯୋଡି ବିଷୟରେ ।

୧.ଜୁନିୟର ଏନ.ଟି.ଆର ଏବଂ ନନ୍ଦମୁରି ହରୀକୃଷ୍ଣ-ଜୁନିୟର ଏନ.ଟି.ଆର “ଜନତା ଗ୍ୟାରେଜ” ଭଳି ଅନେକ ସୁପରହିଟ ସିନେମା ସାଉଥ୍ ସିନେଜଗତକୁ ଦେଇଛନ୍ତି । ସେ ଏପରି ଏକ ତାରକା ଯେ ତାଙ୍କର ସିନେମା ଆସିବା ପୂର୍ବ ରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥାଏ । ଯଦି ଆମେ ତାଙ୍କ ପିତାଙ୍କ କଥା କହିବା ତେବେ ସେ ୬୦ଦଶକ ର ଜଣେ ଦିଗଜ ଅଭିନେତା ରହିସାରିଛନ୍ତି ।

ସେ “ସୀତାରାମ ରାଜୁ” ଓ “ଶିବରାମ ରାଜୁ” ଭଳି ସିନେମାରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ର ମନ କିଣି ନେଇଥିଲେ, କିନ୍ତୁ ଦୁଖଃ ର ଵିଷୟ ଯେ ଆଜି ସେ ଆମ ମଧ୍ୟରେ ଆଉ ନାହାନ୍ତି। ସେ ୨୦୧୮ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟବରଣ କରିଥିଲେ।

୨.ରାମଚରଣ ଓ ଚିରଞ୍ଜୀବ- “ୟେବଦୁ” , “ଜ଼ନଜୀର” ଭଳି ଅନେକ ସୁପର୍ ହିଟ୍ ଫିଲ୍ମ ସେ ସାଉଥ୍ ସିନେଜଗତକୁ ଦେଇଛନ୍ତି ଯାହା ଫଳରେ ସେ ମେଘାଷ୍ଟାର ଭାବେ ପରିଚିତ ହୋଇପାରିଛନ୍ତି। ଯଦି ଆମେ ତାଙ୍କର ଅସଲ ଜୀବନ ର ପିତା ଙ୍କ ବିଷୟରେ କଥା ହେବା ତେବେ ଅଧିକ କିଛି ପରିଚୟ ଦେବାକୁ ପଡିବନାହିଁ। କାରଣ ତାଙ୍କ ପିତା ଆଉ କେହି ନୁହଁନ୍ତି ସାଉଥ୍ ର ଦିଗଜ ଅଭିନେତା ତଥା ମେଘାଷ୍ଟାର ଚିରଞ୍ଜୀବ ଏହି ଦୁଇ ପିତା ପୁତ୍ର ଙ୍କ ଯୋଡି “ମଗଧିରା” ଓ “ବ୍ରୁସ ଲି” ଭଳି ସିନେମା ରେ ଦେଖିବାକୁ ମିଳିଛି। ଏହି ଦୁଇ ଜଣ ବହୁତ ଭଲ ଅଭିନେତା ଅଟନ୍ତି।

3.ରବି ତେଜା ଓ ଭୂପତିରାଜୁ ରାଜଗୋପାଳ ରାଜୁ- ସାଉଥ୍ ଚଳଚିତ୍ର ଜଗତକୁ “ଆମର ଆକବର ଆଣ୍ଠୋନି “, “ଜିନେ ନେହି ଦୁଙ୍ଗା” ଭଳି ଅନେକ ସୁପର୍ ହିଟ୍ ସିନେମା ଦେଇଆସିଛନ୍ତି , କିନ୍ତୁ ବର୍ତ୍ତମାନ ସମୟରେ ସେ ଏକ ପ୍ରକାର ଅବସର ନେବା ଭଳି ସିନେଜଗତ ରୁ ଦୁରେଇଯାଇଛନ୍ତି ।

ଯଦି ଆମେ ତାଙ୍କର ପିତାଙ୍କ କଥା କହିବା ତେବେ ସେ ହେଉଛନ୍ତି ଭୂପତିରାଜୁ ରାଜଗୋପଲ ରାଜୁ। ତାଙ୍କୁ ଲାଇମ ଲାଇଟ ରେ ରହିବା ବିଲକୁଲ ବି ପସନ୍ଦ ନୁହେଁ , କିନ୍ତୁ ଆପଣଙ୍କ ଜାଣିବା ପାଇଁ କହିଦେଉଛୁ ଯେ ତାଙ୍କ ପିତା ଜଣେ ଫେମିନିଷ୍ଟ ଭାବରେ ଜଣାଶୁଣା ଅଟନ୍ତି।ସେ ଏହି କ୍ଷେତ୍ରରେ ବହୁତ ସଫଳ ମଧ୍ୟ ଅଟନ୍ତି।

୪.ପ୍ରକାଶ ରାଜ ଓ ମଂଜୁନାଥ- ପ୍ରକାଶ ରାଜ କେବଳ ସାଉଥ୍ ଚଳଚିତ୍ର ଜଗତର ନୁହେଁ ତା ସହିତ ହିନ୍ଦୀ ସିନେମାରେ ମଧ୍ୟ ଜଣା ଶୁଣା ଅଭିନେତା ଅଟନ୍ତି । ତାଙ୍କ ପିତା ଲାଇମ ଲାଇଟ କୁ ଆସିବାକୁ ବିଲକୁଲ ବି ପସନ୍ଦ କରିନଥାନ୍ତି।ଏତେ ବୟସ ହୋଇଥିଲେ ମଧ୍ୟ ପ୍ରକାଶ ରାଜ ତାଙ୍କ ପିତା ଙ୍କ ର ବହୁତ ଧ୍ୟାନ ରଖିଥାନ୍ତି।

ତେବେ ବନ୍ଧୁଗଣ ଏ ଥିଲା ସାଉଥ୍ ଚଳଚିତ୍ର ଜଗତର କେତେକ ଅସଲ ଜୀବନର ପିତା-ପୁତ୍ର ଙ୍କ ଯୋଡ଼ି। ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *