ସାଉଥର ଫେମସ ଅଭିନେତା ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପତ୍ନୀ, ଜୁନିୟର NTR ଙ୍କ ପତ୍ନୀ ତ ଅସଲ ଜୀବନରେ ଅଟନ୍ତି ଜଣେ ରାଜକୁମାରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣିଥିବେ । ସାଉଥର ଏହି ଅଭିନେତା ମାନେ ନିଜ ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ଅଧିକାଂଶ ଲୋକ ବଲିଉଡ ଅଭିନେତାଙ୍କ ଠାରୁ ସାଉଥ ଅଭିନେତା ମାନଙ୍କୁ ଅଧିକ ପସନ୍ଦ କରୁଛନ୍ତି । ଆପଣ ମାନେ ସାମସ୍ତେ ସାଉଥର ସମସ୍ତ ଅଭିନେତା ମାନଙ୍କୁ ଦେଖିଛନ୍ତି ହେଲେ ଆପଣ କଣ ଏମାନଙ୍କ ରିଅଲ ଲାଇଫ ପତ୍ନୀଙ୍କୁ ଦେଖିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସାଉଥର ଏପରି କିଛି ଅଭିନେତା ଓ ତାଙ୍କ ରିଅଲ ଲାଇଫ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛି, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରଜନୀ କାନ୍ତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥ ଓ ବଲିଉଡର ସୁପର ଷ୍ଟାର ରଜନୀ କାନ୍ତ । ରଜନୀ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ରାଜିନୀଙ୍କ ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ଲଥା ରାଜିନୀ କାନ୍ତ । ଏହି ଦୁଇଜଣ ୧୯୮୧ ମସିହାରେ ପରସ୍ପର ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ସୁନ୍ଦର ଝିଅ ମଧ୍ୟ ଅଛନ୍ତି । ରଜନୀଙ୍କ ଦୁଇ ଝିଅଙ୍କ ନାମ ହେଉଛି ସୌନ୍ଦର୍ଯା ଓ ଐଶ୍ଵର୍ଯ୍ୟ । ରଜନୀଙ୍କ ପତ୍ନୀ ହେଉଛନ୍ତି ଜଣେ ଫିଲ୍ମ ନିର୍ମାତା ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ସାରା ଫିଲ୍ମ କରିସାରିଛନ୍ତି ।

ସୁରିୟା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସାଉଥ ଓ ବଲିଉଡର ଫେମସ ଅଭିନେତା ସୁରିୟା । ଆପଣ ମାନେ ସମସ୍ତେ ସୁରିୟାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସୁରିୟା ସମଗ୍ର ଭାରତ ବର୍ଷରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ସୁରିୟାଙ୍କ ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ଜ୍ୟୋତିକା । ଜ୍ୟୋତିକା ମଧ୍ୟ ଜଣେ ଫେମସ ଅଭିନେତ୍ରୀ ଅଟନ୍ତି ଓ ସେ ସାଉଥରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଦୁଇଜଣ ୨୦୦୬ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ ।

ଜୁନିୟର ଏନଟିଆର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତା ଜୁନିୟର ଏନଟିଆର । ଏନଟିଆର ବହୁତ କମ ସମୟ ମଧ୍ୟରେ ଏହି ସାଉଥ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଏନଟିଆରଙ୍କ ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ଲକ୍ଷ୍ମୀ ପ୍ରାନ୍ଥିଆ । ଏହି ଦୁଇଜଣ ୨୦୧୧ରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ ଓ ଆଜି ମଧ୍ୟ ଏହି ଦୁଇଜଣ ପରସ୍ପରକୁ ବହୁତ ଭଲ ପାନ୍ତି । ଲକ୍ଷ୍ମୀ ଆନ୍ଧ୍ର- ପ୍ରଦେଶର ଏକ ରାଜକୀୟ ପରିବାରରୁ ଆସିଛନ୍ତି ।

ମହେଶ ବାବୁ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ଫେମସ ଓ ହ୍ୟାଣ୍ଡସମ ଅଭିନେତା ମହେଶ ବାବୁ । ମହେଶ ସବୁବେଳେ ନିଜ ଅଭିନୟ ଓ ନିଜ ଲୁକ୍ ପାଇଁ ଚର୍ଚା ରେ ରୁହନ୍ତି । ମହେଶଙ୍କ ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ନମ୍ରତା ସେରୋଡକର । ନମ୍ରତା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ଓ ସେ ଉଭୟ ବଲିଉଡ ଏବଂ ସାଉଥ ଫିଲ୍ମରେ ଅଭିନୟ କରିଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *