Jyotish Shastra- ଆସନ୍ତା କାଲିଠାରୁ ଏହି 4 ଟି ରାଶିର ଆରମ୍ଭ ହେଉଛି ଖରାପ୍ ସମୟ, ରୁହନ୍ତୁ ସାବଧାନ

ଆପଣମାନେ ଜାଣିଛନ୍ତି ଯେ ରାଶି ଚକ୍ରରେ ୧୨ ଗୋଟି ରାଶି ରହିଛି ଆଉ ରାଶି ମାନଙ୍କର ରାଶିଫଳ ଗ୍ରହମାନଙ୍କର ଚଳନ ନେଇ ହୋଇଥାଏ । ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରଶୀମାନଙ୍କ ଉପରେ ପଡିଥାଏ । ପ୍ରତ୍ୟକ ବ୍ୟକ୍ତିଙ୍କର କୁଣ୍ଡଳୀ ବା ଜାତକ ଏହି ରଶୀମାନଙ୍କ ସହିତ ଜଡିଥାଏ । ଏହି ଗ୍ରହମାନଙ୍କର ଚଳନ ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇଥାଏ ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ବି ପଡିଥାଏ ।

ସେହିପରି ପ୍ରତିଦିନ ଗ୍ରହମାନଙ୍କର କିଛି ନା କିଛି ପରିବର୍ତନ ଘଟୁଛି , ତାକୁ ନେଇ ଆସନ୍ତା କାଲି ଠାରୁ ୪ ଟି ରାଶି ଉପରେ ଖରାପ ପ୍ରଭାବ ପଡିବାକୁ ଯାଉଛି । ଏହି ଚାରିଗୋଟି ଲୋକଙ୍କୁ ସାବଧାନର ସହିତ ରହିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯେଉଁ ରାଶି ମାନଙ୍କ ଉପରେ ଆଗାମୀ ଦିନ ମାନଙ୍କରେ ଅଘଟଣ ମାଡି ଆସୁଛି ।

ମିଥୁନ ରାଶି

ଲୋକ ପ୍ରିୟତା ହ୍ରାସ ପାଇବ , ନିଜର ଆସ୍ଥା ହରାଇବେ, ଅର୍ଥାଭାବ ଅନୁଭବ କରିପାରନ୍ତି । ଆକସ୍ମିକ କୌଣସି କଳହରେ ପଡ଼ିପାରନ୍ତି , ଆର୍ଥିକ କ୍ଷତି ସହିବେ । ପାଇଥିବା ଧନ ହରାଇ ବସିବେ , କୌଣସି ଏକ ବଡ ଯୋଜନାରେ ପରିବର୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ , ଖର୍ଚ ବଢିବାରୁ ବିଚଳିତ ରହିବେ । କୌଣସି ଆତ୍ମୀୟଙ୍କ ଦ୍ଵାରା ଅସୁବିଧାରେ ପଡ଼ିପାରନ୍ତି । ପ୍ରତିକାର ହେଉଛି ଗାଇକୁ ସବୁଜ ଘାସ କି ଅନ୍ୟ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି

ଆପଣ ମାନଙ୍କର ମାନସିକ ଅଶାନ୍ତି ବଢିପାରେ । ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯଥା କାମରେ ସମୟ ବିନିଯୋଗ କରିବେ । କୌଣସି ଜାଗାରୁ ଅପମାନିତ ହୋଇ ପାରନ୍ତି , ଅବାଞ୍ଛିତ ପରିସ୍ଥିତିରେ ପଡିଯିବେ । ଶାରୀରିକ କଷ୍ଟ ଭୋଗିବେ , ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କର ପ୍ରତିକାର ହେଉଛି ଗରିବ ଲୋକଙ୍କୁ କିଛି ଅନ୍ନ ବା କିଛି ସାହାଯ୍ୟ କରନ୍ତୁ ।

ମୀନ ରାଶି

ଅର୍ଥ ଅଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତନ ହେବ , ମାନ ସମ୍ମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇପାରିବେ ନାହିଁ। ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ । ଉପରିସ୍ଥ କର୍ମଚାରୀଙ୍କ ଦ୍ଵାରା ଚାପ ବଢିଯିବ । ଆଳସ୍ୟ ବଢିଯିବ, ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି , ତେଣୁ ସର୍ବଦା ସଚେତନ ରୁହନ୍ତୁ । ମାନସିକ ଉଦବେଗ ବଢିଯିବ । କାର୍ଯ୍ୟରେ ଅବନତି ଘଟିବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତ୍ୟେକ ମଙ୍ଗଳ ବାର ହନୁମାନ ଚାଳିଶା ପାଠ କରନ୍ତୁ ଓ ହନୁମାନ ମନ୍ଦିର ଯାଇ ହନୁମାନଙ୍କ ଚରଣରେ ମୁଣ୍ଡିଆ ମାରନ୍ତୁ।

ବିଛା ରାଶି

ଭୟଭୀତ ଚିନ୍ତା ଭିତରେ ଦିନ ଅତିବାହିତ ହେବ । ବହୁଦିନର ଅନୁସନ୍ଧାନରେ ବିଫଳ ହେବେ , ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ , ମାନସିକ ଚାପ ବଢିପାରେ । ବ୍ୟସ୍ତତା ଭିତରେ ସମୟ କଟିପାରେ , ଦେହର କ୍ଲେଶ ଦେଖାଦେବ , ଅଭାବ ଅନଟନରେ ଦିନ କଟିପାରେ । ବିଶ୍ବାସ ଘାତକତାର ଶିକାର ହୋଇ ପାରନ୍ତି , ନିଜ ଦେହ ଉପରେ କଷ୍ଟ ରହିଛି ସତର୍କ ରୁହନ୍ତୁ । ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଆପଣଙ୍କର ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ବା ବସ୍ତ୍ର ଦାନ କରନ୍ତୁ ।

ତେବେ ବନ୍ଧୁଗଣ ଏହା ଥିଲା ସେହି ଚାରିଗୋଟି ରାଶି ଯେଉଁ ମାନଙ୍କର ଭାଗ୍ୟ ଆଗାମୀ ଦିନ ମାନଙ୍କରେ ବହୁତ ଖରାପ ରହିଛି । ତେଣୁ ଆପଣମାନେ ସର୍ବଦା ସାବଧାନତା ଓ ସତର୍କତା ଅବଲମ୍ବନ କରନ୍ତୁ , ଏହା ସହିତ ଆମକୁ କମେନ୍ଟ କରି ଜଣାନ୍ତୁ । ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *