‘ତାଙ୍କ ଫ୍ୟାମିଲି ଆମ ଫ୍ୟାମିଲି ଭିତରେ ଆଲୋଚନା ହେଲେ…’ Soumya ଙ୍କ ବିଷୟରେ Sonali ଙ୍କ ବାପା ଯାହା କହିଲେ ନା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କାଲି ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲିଙ୍କ ବାପା ନିଜର ପ୍ରତିକ୍ରିୟା ରଖିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୋନାଲିଙ୍କ ବାପା ଗଣମଧ୍ୟମ ସାମ୍ନାରେ କହିଛନ୍ତି-‘ମୋ ଝିଅ ତାଙ୍କୁ ବହୁତ ପରିବର୍ତ୍ତନ କରେଇଛି ବହୁତ ସୁଯୋଗ ଦେଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଯଥା ତଥା ଯେମିତି ପୁଣି ଆଜି ପାଟିତୁଣ୍ଡ ହେଇଥିବ କାଲି ସକାଳେ ସେ ଗୋଡ ଧରିବେ କହିବେ ସୋନାଲି ମୋର ଭୁଲ ହେଇଯାଇଛି । ନହଲେ ମୋ ସ୍ତ୍ରୀକୁ ଫୋନ କରି କହିବେ ଆଣ୍ଟି ମୋର ଭୁଲ ହେଇଯାଇଛି’ ।

ଆଗକୁ ସେ କହିଛନ୍ତି-‘ଏମିତି ଭାବରେ ତାଙ୍କର କାର୍ଯ୍ୟ କଳାପ ଚାଲିଲା ତା ପରେ ମୋ ଝିଅ ଥରେ କହୁଥିଲା ଯେ, ମୋ ଝିଅ ଆସିବା ପୂର୍ବରୁ ଦୁଇଟି ଝିଅଙ୍କ ସହ ତାଙ୍କର ସମ୍ପର୍କ ଥିଲା । ଗୋଟେ ଝିଅ କିଏ କଲିକତାର ଆଉ ଗୋଟେ ଝିଅ କଥା ମୁ ଜାଣି ନାହିଁ ହେଲେ ସେ ଦୁଇଟି ଝିଅ ତାଙ୍କୁ ଛାଡି ଯାଇଛନ୍ତି । ମୋ ଝିଅ ତାଙ୍କୁ ସାଙ୍ଗେ ସାଙ୍ଗେ ଫୋନ କଲା ଯେ, ଡାଡି ଆଉ ମମି ମତେ ସୋମ୍ୟର ମୁହଁ ଦେଖାଅ’ ।

ଆଗକୁ ସେ କହିଛନ୍ତି-‘ସେ ଅତି କମରେ ୨୦-୩୫ ଥର ଫୋନ କରିଛି ନେହୁରା ହୋଇ ମଧ୍ୟ କହିଛି କିନ୍ତୁ ସେମାନେ କେହି ଶୁଣିଲେ ନାହିଁ । ନା ତାଙ୍କ ଭଉଣୀ ଶୁଣିଲେ ନା ତାଙ୍କ ମା ଶୁଣିଲେ ବରଂ ମୋ ଝିଅକୁ ଶୋଦା ଶୋଦୀ କରିଲେ କହିଲେ, ତୁ ଡାହାଣୀ ଚିରଗୁଣୀ ତୁ ମୋ ଛୁଆକୁ ମାରିଦେଲୁ । ଏମିତି କହିବା ପରେ ମୋ ଝିଅ ବିକଳ ହୋଇ କାନ୍ଦୁ ଥାଏ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୋନାଲିଙ୍କ ବାପା ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *