‘Soumya ଜଣେ ସନ୍ଦେହୀ ସ୍ୱଭାବର ପିଲା, Soumya ଚାହୁଁଥିଲେ ସୋନାଲି…’ ସୌମ୍ଯଙ୍କ ଚରିତ୍ରକୁ ନେଇ କିଛି ଏମିତି କହିଲେ Sonali ଙ୍କ ମା’, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏହି କରୋନା କାଳରେ ମଧ୍ୟ ରାଜ୍ୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହୁଛି । ତେବେ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି ।ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ।

ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲିଙ୍କ ମା ଗାନମାଧ୍ହୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୋନାଲିଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ସୋମ୍ୟଙ୍କ ସହ ମୋ ଝିଅ ଯେତେବେଳେ କଥା ବାର୍ତ୍ତା କରେ ମୁ ତାକୁ ପଚାରେ କାହା ସହ କଥା ହେଉଛୁ । ମୋ ଝିଅ ମତେ ପ୍ରଥମେ କହିଥିଲା ସେ ମୋର ସାଙ୍ଗ’ ।

ଆଗକୁ ସେ କହିଛନ୍ତି-‘ମୁ ସେତିକିରେ ସୀମିତ ହେଇକି ଥିଲି ତା ପରେ ଆସ୍ତେ ଆସ୍ତେ କଥା ଯେତେବେଳେ ଅଧିକ ହେଲା ମୁ ସେଥିପାଇଁ ତାକୁ ପଚାରିଲି ତୁ ସେଇ ପିଲା ସାଥେ କଥା ହେଉଛୁ ନା ଆଉ କିଏ ସେ କହିଲା ସେ ସୋମ୍ୟ ସହ କଥା ହେଉଛି । ପ୍ରଥମେ ସେମାନେ ସାଙ୍ଗ ଥିଲେ ତା ପରେ ସେ ମୋତେ କହିଲା ତାକୁ ସୋମ୍ୟ ଭଲ ଲାଗୁଛି ଆଉ ସୋମ୍ୟ ବି ତାକୁ ଲାଇକ କରୁଛି । ଆମେ ଦେଖୁଥିଲୁ ପିଲାଟି ଭଲ ଆଉ ଭଲ ପାଠ ବି ପଢିଛି କିଛି ବାଛିବାକୁ ନଥିଲା’ ।

ଆଗକୁ ସେ କହିଛନ୍ତି-ପ୍ରସ୍ତାବ କିଛି ପଡିନଥିଲା ଝିଅ ତାଙ୍କ ଘର ଲୋକଙ୍କ ସହ ଅଧିକ ମିଶୁ ଥିଲା ମୋ ଅପେକ୍ଷା । ମୋ ଝିଅ ତାଙ୍କ ମା ଆଉ ବାପାଙ୍କ ସହ ବହୁତ ଭଲ ଭାବରେ ମିଶି ଯାଇଥିଲା । ମୁ ମଧ୍ୟ ମୋ ଝିଅକୁ ଏତିକି ଭଲ ପାଇବା ଦେଇ ପାରି ନାହିଁ ଯେତିକି ତାଙ୍କ ମା ବାପା ମୋ ଝିଅକୁ ଦେଉଥିଲେ । ହେଲେ ମୁ ଯାହା ଲକ୍ଷ କରିଛି ସୋମ୍ୟ କ୍ଷଣ କ୍ଷଣରେ ବଦଳି ଯାଉଥିଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୋନାଲିଙ୍କ ମା ନିଜର ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *