କେଶ ଝଡିବା ବନ୍ଦ ହେଇଯିବ, କେଶକୁ ମୂଳରୁ କଳା ଓ ଘନ କରିଦେବ, ବାସ ସୋରିଷ ତେଲରେ ମିଶାଇ ଲଗାନ୍ତୁ ଏହି 1 ଜିନିଷ (Hair Care Tips)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ। ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ।

ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ। ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ।

ବନ୍ଧୁଗଣ ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଂକୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଂକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ମାତ୍ର ୨ଟି ସାମଗ୍ରୀ ର ଆବଶ୍ୟକତା ରହିଛି। ତାହା ହେଉଛି, ‘ସୋରିଷ ତେଲ’ ଏବଂ ‘ମେଥି’। ଆପଣ ମାନେ ତ ଜାଣିଥିବେ ଯେ ଏହି ଦୁଇଟି ସାମଗ୍ରୀ ଆମ କେଶ ପାଇଁ ବହୁତ ଲାଭକାରୀ ହୋଇଥାଏ। ଏହାଦ୍ବାରା କେଶ ଘନ ଓ ମଜବୁତ ହୋଇଥାଏ ଏବଂ ଏଥିରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ମଧ୍ୟ ଆମ କେଶକୁ ମିଳିଥାଏ।

୨.ତେବେ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣ ଗ୍ୟାସ ରେ କଢ଼େଇ କୁ ଲୋ ଫ୍ଲେମ ରେ ବସାନ୍ତୁ ଏବଂ ସେଥିରେ ସୋରିଷ ତେଲ ପକାନ୍ତୁ। ଏହାପରେ ସେଥିରେ ଏକ ବଡ଼ ଚାମଚ ମେଥି ର ଦାନା କୁ ପକାନ୍ତୁ।ଏହାପରେ ଏହି ତେଲ କୁ ଲୋ ଫ୍ଲେମ ରେ ଭଲ ଭାବରେ ଫୁଟାଇବା। ନଚେତ ଯଦି ଏହି ତେଲ ଟିକେ ବି ଜଳିଯିବ ତେବେ ଏହାର କୌଣସି ଫାଇଦା ମିଳିବ ନାହିଁ।ତେବେ ତେଲ ଫୁଟି ସାରିବା ପରେ ଗ୍ୟାସ ବନ୍ଦ କରିଦେବା ଏବଂ ଏହି ତେଲ ଭଲ ଭାବରେ ଥଣ୍ଡା ହେବା ପରେ ଛାଣି କରି ଅଲଗା ପାତ୍ର ରେ ରଖି ଦେବା। ବର୍ତ୍ତମାନ ଏହି ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା।

୩. ଏହି ତେଲ କୁ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ କେଶ ମୂଳରେ ଭଲ ଭାବରେ ଲଗାଇ ଦିଅନ୍ତୁ। ଏହାକୁ ଆପଣ ରାତି ସାରା ଲଗାଇ ମଧ୍ୟ ରଖି ପାରିବେ। ଏହି ତେଲକୁ ଭଲ ଭାବରେ ନିଜ କେଶ ମୂଳରେ ଲଗାଇ ରାତିରେ ଶୁଅନ୍ତୁ ଏବଂ ସକାଳୁ ଉଠିବା ପରେ ନିଜ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ।

ବନ୍ଧୁଗଣ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ। ଏହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ତୁରନ୍ତ ଦୁର ହୋଇଯିବ ଏବଂ ପ୍ରାକୃତିକ ଉପାୟରେ ଆପଣଙ୍କ କେଶ ଘନ ଓ ଲମ୍ବା ହୋଇଯିବ।

Leave a Reply

Your email address will not be published. Required fields are marked *