କୋଭିଡ ସଂକ୍ରମିତଙ୍କୁ ସାହାଯ୍ୟ କଥାରେ ସୋନୁଙ୍କ ଟ୍ଵିଟ୍ ଉପରେ ଉଠିଲା ପ୍ରଶ୍ନ, ୟୁଜର୍ସ କହିଲେ- ଓଡିଶା ସରକାର ଅଭିନେତାଙ୍କ ବିରୁଧରେ କରନ୍ତୁ କାର୍ଯ୍ୟାନୁଷ୍ଠାନ

ବର୍ତ୍ତମାନ କରୋନା କାଳରେ ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ସେ ସମସ୍ତ ସାହାଯ୍ୟ ମାଗୁଥିବା ୟୁଜର୍ସଙ୍କ ସହ କଥା ହୋଇ ସେମାନଙ୍କୁ ସାହାର୍ଯ୍ୟ ର ହାତ ବଢାଉଛନ୍ତି ।

ବର୍ତ୍ତମାନ ଶୋନୁଙ୍କ ଏକ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି । ଯେଉଁଥିରେ ସୋନୁ ସୁଦ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଜଣେ ସଂକ୍ରମିତଙ୍କୁ ସାହାଯ୍ୟ କରିଥିବା ନେଇ ଦାବି କରିଛନ୍ତି ହେଲେ ତାହାକୁ ତାକୁ ଗଞ୍ଜାମ ଜିଲ୍ଲାପାଳ ଅସ୍ଵୀକାର କରିଛନ୍ତି । ଯାହା ପରେ ସୋନୁଙ୍କ ସଂକ୍ରମିତଙ୍କୁ ସାହାଯ୍ୟ କରିଥିବା କଥା ନେଇ କରିଥିବା ଟ୍ଵିଟ୍ ଉପରେ ପ୍ରଶ୍ନବାଚୀ ଉଠିଛି ।କିଛି ୟୁଜର୍ସ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ଯେ ସୋନୁ ସୁଦଙ୍କ ବିରୋଧରେ କେସ୍ ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ।

କିନ୍ତୁ ଏ ପର୍ଯ୍ୟନ୍ତ ଏହି ମାମଲାରେ ଶୋନୁ ଙ୍କର କୌଣସି ପ୍ରତିକ୍ରିୟା ଆସି ନାହିଁ । ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଇଛି ଓ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଓଡିଶା ସରକାର ପ୍ରଶାସନଙ୍କୁ ସୋନୁ ସୁଦଙ୍କ ପିଆର ଷ୍ଟାଣ୍ଡ ଓ ମିଥ୍ୟା ପ୍ରଚାର ପାଇଁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ଅନ୍ୟ ୟୁଜର ମଧ୍ୟ ସୋନୁ ସୁଦଙ୍କ ବିରୋଧରେ ଆଇନଗଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ।

ଜିଲ୍ଲାପାଳ କହିଲେ କିଛି ଏମିତି

ଅଭିନେତା ସୋନୁ ସୁଦ କିଛି ଦିନ ତଳେ ବ୍ରହ୍ମପୁରର ଗଞ୍ଜାମ ସିଟି ହସ୍ପିଟାଲରେ ଜଣେ ସଂକ୍ରମିତଙ୍କ ପାଇଁ ଶଯ୍ୟାର ବନ୍ଦୋବସ୍ତ କରାଇ ଦେଇଥିବା ଦାବି କରିଥିଲେ । ହେଲେ ଏହାକୁ ଗଞ୍ଜାମ ଜିଲ୍ଲାପାଳ ଖଣ୍ଡନ କରି କହିଛନ୍ତି, ବେଡର ଅଭାବ ନେଇ ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ କି, କେହି ବି ଏନେଇ ଅଭିଯୋଗ କରି ନାହାନ୍ତି ।

ବେଡ ପାଇଁ ସୋନୁ ଆମ ସହ କୌଣସି ଯୋଗାଯୋଗ କରି ନାହାନ୍ତି । ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ 17 ମେ ରେ ସୋନୁ ସୁଦଙ୍କ ଟ୍ଵିଟ୍‌ର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି, “ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁସୁଦଙ୍କଠୁ କୌଣସି ସୂଚନା ପାଇନାହୁଁ କି ତାଙ୍କ ଦ୍ଵାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ । ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି । ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ । ବ୍ରହ୍ମପୁରର ମହାନିଗରମ ଏହାର ତଦାରଖ କରୁଛନ୍ତି ।

ଖବର ଅନୁସାରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଜଣେ ସଂକ୍ରମିତ ମେ ୧୫ରେ ସୋସିଆଲ ମିଡିଆରେ ବେଡ ପାଇଁ ସୋନୁ ଙ୍କୁ ଆକୁଳ ନିବେଦନ କରିଥିଲେ ଯାହା ପରେ ସୋନୁ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ପ୍ରଦୀପ ବେହେରା ନାମକ ଜଣେ ଯୁବକ ସୋନୁ ସୁଦ୍‌ଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ ।

ସେ ବହୁ ଚେଷ୍ଟା କରିବା ପରେ ବି ତାଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ କୌଣସି ହସ୍‌ପିଟାଲ୍‌ରେ ବେଡ ମିଳୁନି । ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇଦେବାକୁ ସେ ଅନୁରୋଧ କରିଥିଲେ । ଏହାର କିଛି ସମୟ ପରେ ନିଜ ଟ୍ୱିଟ୍‌ ଆକାଉଣ୍ଟ୍‌ରେ ସିଟି ହସ୍‌ପିଟାଲ୍‌ରେ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା କଥା କହିଥିଲେ ସୋନୁ ସୁଦ୍‌ । ଉଭୟଙ୍କ ଟ୍ୱିଟ୍‌ ବର୍ତ୍ତମାନ ବୃହ୍ମପୁର ପୁର ଠାରୁ ନେଇ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *