ମହିଳାଙ୍କ ପାଖରେ ଦେଖାଯାଉଥିବା ଏହି ରୋଗରେ ପୀଡିତ ଅଛନ୍ତି ସୁମୋନା ଚକ୍ରବର୍ତ୍ତୀ, ନିଜେ ଖୋଲି କହିଲେ ସବୁ କିଛି…

ଆପଣ ମାନେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୁମୋନା ଚକ୍ରବର୍ତ୍ତୀ । ଆପଣ ମାନେ ସମସ୍ତେ ସୁମୋନାଙ୍କୁ ଟିଭି ରିଆଲିଟି ସୋ ‘ଦ କପିଲ ଶର୍ମା ସୋ’ରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସୁମୋନା ନିଜ କମେଡି ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି କିଛି ଦିନ ତଳେ ସୁମୋନା ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ।

ସେହ ପୋଷ୍ଟ ମାଧ୍ୟମରେ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ବିଶେଷ କଥା ବିଷୟରେ ଜଣାଇଥିଲେ । ସୁମୋନା ଗତ କିଛି ଦିନ ହେବ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ଏହି ରୋଗ ତାଙ୍କୁ ଗତ ୧୦ ବର୍ଷ ହେବ କଷ୍ଟ ଦେଇ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ରୋଗ ବିଷୟରେ କହିବାକୁ ଯାଉଛୁ ଯେଉଁଥି ପାଇଁ ସୁମୋନା ଦୀର୍ଘ ୧୦ ବର୍ଷ ହେବ କଷ୍ଟରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ।

ଗତ କିଛି ଦିନ ତଳେ ସୁମୋନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ସୁମୋନା ସେହି ପୋଷ୍ଟରେ ଲେଖିଥିଲେ, ‘ଗୋଟିଏ କଥା ଅଛି ଯାହା ବିଷୟରେ ମୁ ଆପଣ ମାନଙ୍କୁ କହି ନାହିଁ । ୨୦୧୧ ବର୍ଷ ଠାରୁ ମୁ ଏଣ୍ଡୋମେଟ୍ରିଓସିସ୍ ନାମକ ଏକ ରୋଗ ପୀଡିତ ଅଛି ଏବଂ ବହୁତ ବର୍ଷ ହେବ ମୁ ଏହି ରୋଗ ସହିତ ଲଢେଇ କରୁଛି । ଏହି ରୋଗଟି ବର୍ତ୍ତମାନ ଚତୁର୍ଥ ସ୍ଟେଜରେ ଅଛି’ ।

ଏହା ପରେ ଆଗକୁ ସୁମୋନା କହିଛନ୍ତି, ‘ଭଲ ଖାଇବା ଅଭ୍ୟାସ, ବ୍ୟାୟାମ ଏବଂ ଚାପ ନ ନେବା ମୋ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ କିନ୍ତୁ ମୋ ପାଇଁ ଏହି ଲକଡାଉନ୍ କଷ୍ଟସାଧ୍ୟ ହୋଇଛି | ଏହି କଥାଟି କହିବା ମୋ ପାଇଁ ସହଜ ନଥିଲା | କିନ୍ତୁ କାହାକୁ ଯଦି ପ୍ରେରଣା ଦେଇପାରୁଛି ତାହା ମୋ ପାଇଁ ଯଥେଷ୍ଟ | ସମସ୍ତେ ନିଜ ଜୀବନରେ କିଛି ସମସ୍ୟା ସହିତ ଲଢ଼ୁଛନ୍ତି’ |

ବନ୍ଧୁଗଣ ଏହି ଏଣ୍ଡୋମେଟ୍ରିଓସିସ୍ ରୋଗ ହେଉଛି ଏକ ଗର୍ଭାଶୟ ରୋଗ ଯେଉଁଥିରେ ଏଣ୍ଡୋମେଟ୍ରିଆଲ୍ ଟିସୁ ଗର୍ଭାଶୟ ଭିତରେ ଅସ୍ୱାଭାବିକ ଅଭିବୃଦ୍ଧି ହୋଇଥାଏ ଏବଂ ଗର୍ଭାଶୟ ବାହାରେ ଥିବା ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । ଏଣ୍ଡୋମେଟ୍ରିଓସିସ୍ ଏକ ସାଧାରଣ ସମସ୍ୟା ଅଟେ । ଅନେକ ମହିଳାଙ୍କର ଏହି ରୋଗ ବିଷୟରେ କୌଣସି ଧାରଣା ନାହିଁ | ସାଧାରଣତଃ ଏହି ରୋଗ ୧୮ ରୁ ୩୫ ବର୍ଷ ବୟସର ମହିଳାମାନଙ୍କୁ ହୋଇଥାଏ |

ଏହାର ପ୍ରଥମ ଏବଂ ସାଧାରଣ ଲକ୍ଷଣ ହେଉଛି ଋତୁସ୍ରାବ ସମୟରେ ଅତ୍ୟଧିକ ଯନ୍ତ୍ରଣା ହୁଏ | କିନ୍ତୁ ମହିଳାମାନେ ଭାବନ୍ତି ଯେ ଋତୁସ୍ରାବ ସମୟରେ କିଛି ଯନ୍ତ୍ରଣା ହୁଏ ଏବଂ ଏହି ସମସ୍ୟା ବାବଦରେ ସେମାନେ ଜାଣିପାରନ୍ତି ନାହିଁ | ଏହି ରୋଗରେ ବର୍ତ୍ତମାନ ସୁମୋନା ପୀଡିତ ଅଛନ୍ତି । ଆଶା କରୁଛୁ ସୁମୋନା ବହୁତ ଶୀଘ୍ର ଏହି ରୋଗରୁ ସୁସ୍ଥ ହୋଇଯିବେ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁମୋନା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *