Exclusive : ଆତ୍ମହତ୍ୟା ପୂର୍ବରୁ Sonali ଙ୍କୁ Soumya ଙ୍କ ଶେଷ WhatsApp ମେସେଜ ! ଲେଖିଥିଲେ କିଛି ଏମିତି…ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ !

ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି ।ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲିଙ୍କ ମା ବାପା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିସାରିଛନ୍ତି ।

ବର୍ତ୍ତମାନ ସୋମ୍ୟ ଓ ସୋନାଲିଙ୍କ ୱ୍ହାଟ୍ସ ଅପ୍ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ୱ୍ହାଟ୍ସ ଅପ୍ ମେସେଜ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆତ୍ମହତ୍ୟା ପୂର୍ବରୁ ସୋମ୍ୟ ନିଜ ପ୍ରେମିକା ସୋନାଲିଙ୍କୁ ଶେଷ ଥର ପାଇଁ ୱ୍ହାଟ୍ସଅପ୍ ମେସେଜ ପଠାଇ ଥିଲେ ।

ରାତି ପ୍ରାୟ ୧୦ଟାରୁ ଭୋର ୩ଟା ପର୍ଯ୍ୟନ୍ତ ବାରମ୍ବାର ମେସେଜ ପରେ ମେସେଜ ଆଉ କଲ୍ ପରେ କଲ୍ କରୁଥିଲେ ସୋମ୍ୟ ଯେଉଁଥିରେ ସୋମ୍ୟ ବାରମ୍ବାର ସୋନାଲିଙ୍କୁ କ୍ଷମା ମାଗୁଥିବାର ଦେଖା ଯାଇଛି । ସୋମ୍ୟ ୱ୍ହାଟ୍ସଅପ୍ ରେ ଲେଖିଥିଲେ-‘କିଛି କହିବାର ଅଛି । ମିସଅଣ୍ଡରଷ୍ଟାଣ୍ଡିଙ୍ଗ ରଖନି । ଚିଡେଇଲି ତୋତେ ସାରସ୍ଵତ ସହ କଥା ହଉଚ ? ଆଉ ଟିକେ ରାଗିବୁ ବୋଲି ଯେମିତି ମୁଁ ଚିଡାଏ’ ।

ଆଗକୁ ସେ ଲେଖିଛନ୍ତି-‘ତମେ ସରି କହିବା ପାଇଁ ଫୋନ କରିବ ଆଉ ମୁଁ ଏମିତି ପକାରିବି ? ଏଇଟା ଠିକ ଭାବୁଛ ? ଖାଇକି ମେଡ଼ିସିନ ଖାଅ ଆଣ୍ଡ କଲ୍ କର ଟିକେ । ମିସଅଣ୍ଡରଷ୍ଟାଣ୍ଡିଙ୍ଗ ରଖନି । ସାରସ୍ଵତ ସହ କଥା ହେଲ ପଚାରିଲି ବୋଲି ରାଗିଲ । ସରି କହିବାର ଅଛି ଦେନ୍ ପୁଣି ପଚାରିଲି ସାରସ୍ଵତ ସହ କଥା ହେଉଛ ଦେନ୍ ଚିଡେଇଲି ଟିକେ ମୁଡ୍ ଠିକ ହେଇଯିବ ବୋଲି । ଆଇ ଆମ ସରି ସୋନାଲି ମୋର ଯାହା ହେବ ତୁମେ ଦାୟୀ’ ।

ଆଗକୁ ସେ ଲେଖିଛନ୍ତି-‘ଫୋନ ଉଠାଅ ଲାଷ୍ଟ ୱାର୍ଡ ଶୁଣ ମୁଁ ଚାଲିଲି’ । ତା ପରେ ସୋମ୍ୟ ଆଇଫୋନ ପାସୱାର୍ଡ ଦେଲେ ଓ ଆତ୍ମହତ୍ୟା କରିଦେଲେ । ବନ୍ଧୁଗଣ ଏହି ମାମଲାର ଅଧିକାଂଶ ତଥ୍ୟ ପ୍ରମାଣ ସୋନାଲିଙ୍କ ବିରୋଧରେ ରହିଛି । ତେବେ ବର୍ତ୍ତମାନ ସୋମ୍ୟଙ୍କ ପରିବାର ନ୍ୟାୟ ପାଇବା ପାଇଁ ଅନୁରୋଧ କରୁଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *