ମଡେଲ Soumyarajan ମୃତ୍ୟୁ ଘଟଣା: ଜେଲ ଯିବେ Sonali ଓ ତାଙ୍କ ମାଆ !

ବନ୍ଧୁଗଣ ଓଡିଶାର ଚର୍ଚ୍ଚିତ ସୋମ୍ୟ ଆତ୍ମହତୟଆ ମାମଲାରେ ଏବେ ଏକ ନୂଆ ଟୁଇସ୍ଟ ସାମ୍ନାକୁ ଆସିଛି । ଅଢେଇ ମାସ ପରେ ସୋମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଙ୍କ ବିରୋଧରେ ଇନଫୋସିଟି ପୋଲିସ ମାମଲା ରୁଜୁ କରିଛି । ସୋମ୍ୟଙ୍କ ଭଉଣୀ ଅଭିଯୋଗ ଆଧାରରେ ଗତ ଜାନୁୟାରୀ ୩୦ ତାରିଖ ରାତିରେ ସୋମ୍ୟ ଆତ୍ମହତୟଆ କରିଥିଲେ । ଆତ୍ମହତୟଆ ପୂର୍ବରୁ ସେ ଏକ ହାତ ଲେଖା ଚିଠି ଛାଡି ଯାଇଥିଲେ ।

ଯେଉଁଥିରେ କି ତାଙ୍କ ଆତ୍ମହତୟଆ ଲାଗି ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ ।  ଉଭୟଙ୍କ  ମଧ୍ୟରେ ବିବାହ ସ୍ତିର ହୋଇଥିବା ବେଳେ ସୋନାଲି ବହୁତ ଥର ସୋମ୍ୟଙ୍କ ପରିବାର ସହ ରହୁଥିଲେ । କିନ୍ତୁ ତାଙ୍କ ପରିବାର ଲୋକେ ବିବାହ କରିବା ଆଳରେ ଦିନ ଗଡେଇ ଚାଲିଲେ  । ଏମିତି କି ସୋମ୍ୟ ତାଙ୍କ ରୋଜଗାରର ସମସ୍ତ ଅର୍ଥ ସୋନାଲିଙ୍କ ପାଇଁ ଖର୍ଚ୍ଚ କରିଥିବା ସୋମ୍ୟଙ୍କ ଭଉଣୀ ଅଭିଯୋଗ କରିଥିଲେ ।

ସୋନାଲି ଅନ୍ୟ ପୁଅକୁ ଭଲ ପାଇ ବସିଥିଲେ ଆଉ ଏହାକୁ ସହି ପାରି ନଥିଲେ ପ୍ରେମିକ ସୋମ୍ୟ ଯେଉଁଥି ପାଇଁ ସୋମ୍ୟଙ୍କୁ ଏକା ଏକା ଲାଗୁଥିଲା । ସୋମ୍ୟଙ୍କୁ ତାଙ୍କ ଜୀବନ ପିତା ଲାଗିଲା । ଏ ଦୁନିଆ ତାଙ୍କୁ ବିଷ ଭଳିଆ ଲାଗିଲା । ଆଉ ସେ ଶେଷରେ ଆତ୍ମହତୟଆ କରି ନେଲେ ।

ଆଉ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲେ ସୋନାଲି ଆଉ ତାଙ୍କ ମା ସୋମ୍ୟଙ୍କୁ ଏକ ଦାମୀ କାର କିଣିବା ପାଇଁ କହିଥିଲେ । ଆଉ ଏହି କାର ଦେଲେ ସୋନାଲି ତାଙ୍କ ସହ ସାରା ଜୀବନ ରହିବେ ବୋଲି ଉଭୟ ମା ଆଉ ଝିଅ କହିଥିଲେ । ଆଉ ଯଦି କାର ନ ଦେଇ ବାରମ୍ବାର ଫୋନ କର ତା ହେଲେ ତମ ନାଁରେ ଥାନାରେ ମିଛ ମାମଲା ଦେଇ ଫସେଇ ଦେବୁ ଏମିତି କିଛି ସୋନାଲି ଆଉ ତାଙ୍କ ମା କହିଥିବା ସୋମ୍ୟଙ୍କ ଭଉଣୀ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିଲା । ଯେଉଁଥି ପାଇଁ ସୋମ୍ୟଙ୍କ ପରିବାର ଲୋକେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଏହା ପରେ ହାଇକୋର୍ଟ ଭୁବନେଶ୍ବର ଡିସିପିଙ୍କୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହାର ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବା ପାଇଁ ମଧ୍ୟ କୁହାଯାଇଥିଲା । ଆଜି ଦେଢ ମାସ ପରେ ସୋମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଙ୍କ ବିରୋଧରେ ମାମଲା ରୁଜୁ କରିଛି ଇନଫୋସିଟି ପୋଲିସ ।

Leave a Reply

Your email address will not be published. Required fields are marked *