ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶୋଇବା ସମୟରେ ଏମିତି କେଉଁ ସବୁ ଜିନିଷ ଅଛି ଯାହାକୁ ଆପଣ ନିଜ ପାଖରେ ବା ନିଜ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ଶୋଇବା ସମୟରେ ଆମ ଶରୀର କାର୍ଯ୍ୟ ରହିତ ହୋଇଥାଏ । ସେହି ସମୟରେ ଆମ ଶରୀରର ପଞ୍ଚତନ୍ତ୍ର ଆମ ପାଇଁ କାର୍ଯ୍ୟ କରନ୍ତି । ସେହି ସମୟରେ ଯଦି ଆପଣଙ୍କ ପାଖରେ କିଛି ଏମିତି ଜିନିଷ ରହୁଛି ଯାହା ଦ୍ଵାରା ନକରାତ୍ମକ ଊର୍ଜାର ସଂଚାର ହେଉଥାଏ ତେବେ ଏମିତି ଊର୍ଜା ଆପଣଙ୍କ ଶରୀର ଓ ଆପଣଙ୍କ ଜୀବନ ଦୁଇଟି ଯାକ ଉପରେ ପ୍ରଭାବ ପକାଇଥାଏ , ତେଣୁ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ସବୁ ଜିନିଷ ଶୋଇବା ସମୟରେ ଆପଣଙ୍କ ପାଖରେ ରହିବା ଉଚିତ ନୁହେଁ ।
୧. ମଇଳା କପଡା – ବହୁତ ଲୋକଙ୍କର ଏହି ଅଭ୍ଯାସ ଥାଏ କି କପଡା ବଦାଳିବା ପରେ ନିଜର ମଇଳା କପଡାକୁ ସେଜ ଉପରେ ପକାଇ ଦିଅନ୍ତି । ମଇଳା କପଡାରୁ ନକରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ । ଏଥିପାଇଁ ତ କୌଣସି ପୂଜା ଓ ଶୁଭ କାର୍ଯ୍ୟରେ ପୁରୁଣା ବା ମଇଳା କପଡା ପିନ୍ଧିବା ଉଚିତ ନୁହେଁ । ତେଣୁ ଆପଣ ନିଜ ସେଜ ପାଖରେ କୌଣସି ମଇଳା କପଡା ରଖନ୍ତୁ ନାହିଁ ।
୨. ଜୋତା, ଚପଲ, ରୁମାଲ ଓ ମାସ୍କ
ସମସ୍ତେ ଏହି ଜିନିଷ ସବୁର ବ୍ୟବାହାର କରିଥାନ୍ତି କିନ୍ତୁ ଏହାର ବ୍ୟବହାର ନିଜର ପୁରା ଦିନ ର କାର୍ଯ୍ୟ ସମୟରେ କରନ୍ତୁ କିନ୍ତୁ ରାତିରେ ଶୋଇବା ସମୟରେ ଏହି ସବୁ ଜିନିଷକୁ ନିଜ ଠାରୁ ବା ନିଜ ସେଜ ପାଖରୁ ଦୂରେଇ ରଖନ୍ତୁ । ବୈଜ୍ଞାନିକ ଦ୍ରୁଷ୍ଟି କୋଣରୁ ବି ଏହି ସବୁ ଜିନିଷ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । କିନ୍ତୁ ଏହା ଦ୍ଵାରା ବାସ୍ତୁ ଦୋଷ ବି ଲାଗି ଥାଏ । ଜୋତା ଚପଲ କେତେ କେତେ ଜାଗାରୁ ଅଲଗା ଅଲଗା ଊର୍ଜା କୁ ନିଜ ସହିତ ଆଣିଥାନ୍ତି । ଏହି କାରଣରୁ ଏଗୁଡ଼ିକୁ ଘର ବାହାରେ ହିଁ ରଖିବା ଉଚିତ ।
୩. ଲୁଣ, ହଳଦୀ, ସିନ୍ଦୁର ଓ ଶୁଖିଲା ତୁଳସୀ ପାତ୍ର
ଏଗୁଡିକ କିଛି ଏମିତି ଜିନିଷ ଅଟେ ଯାହାକୁ ଯଦି ଆପଣ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖି ଦେଉଛନ୍ତି ତେବେ ଏହାର ବହୁତ ଗଭୀର ପ୍ରଭାବ ପଡିଥାଏ । ଏହି ସବୁ ଜିନିଷ ନଜର ଦୋଷ ଦୂର କରିବା ଓ ପୂଜା ବିଧିରେ ଲାଗୁଥିବା ବସ୍ତୁ ଅଟେ । କିନ୍ତୁ ରାତି ସମୟରେ ଏହି ସବୁ ଜିନିଷର ଉପଯୋଗ ବର୍ଜିତ ହୋଇଥାଏ ।
ଧ୍ୟାନ ରଖିବେ ଏହା ମଧ୍ୟରୁ କୌଣସି ଜିନିଷ ଶୋଇବା ସମୟରେ ନିଜ ପାଖରେ ରଖନ୍ତୁ ନାହିଁ । ଆଉ ଗୋଟିଏ ଜିନିଷର ଧ୍ୟାନ ରଖିବେ ତୁଳସୀ ପତ୍ର କୁ ସନ୍ଧ୍ୟା ସମୟ ପରେ କେବେ ବି ଛିଣ୍ଡାଇବେ ନାହିଁ , ବିଛଣା ଓ ବେଡ ରୁମ ରେ ଏହି ପତ୍ରର ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ଵାରା ତୁଳସୀ ମାତାଙ୍କର ଅପମାନ ହୋଇଥାଏ ।
୪. ବହି
ବହୁତ ସାରା ଲୋକଙ୍କୁ ରାତିରେ ଶୋଇବା ସମୟରେ ବହି ପଢି କି ଶୋଇବା ଅଭ୍ଯାସ ଅଛି । ଓ ଶୋଇବା ସମୟରେ ସେମାନେ ସେହି ବହିକୁ ବିଛଣା ଉପରେ ଛାଡି ଦିଅନ୍ତି । ଅନେକ ବିଦ୍ୟାର୍ଥୀ ମଧ୍ୟ ଏମିତି କରିଥାନ୍ତି । କିନ୍ତୁ ନିଜ ବିଛଣା ଉପରେ କେବେ ବି ଆପଣ କୌଣସି ବହି କିମ୍ବା ଅନ୍ୟ କୌଣସି ପାଠ୍ୟ ଉପକରଣ ରଖନ୍ତୁ ନାହିଁ । ବିଦ୍ୟା ମା’ ସରସ୍ଵତୀଙ୍କ ଦାନ ଅଟେ । ଏଥିରେ ମା’ ଙ୍କର ବାସ ହୋଇଥାଏ । ବିଛଣା ରେ ଶୋଇବା ସମୟରେ ଆମ ପାଦ କେବେ ବି ଏହି ସବୁ ବସ୍ତୁରେ ଲାଗିପାରେ । ଯାହା ଦ୍ଵାରା ମା’ ସରସ୍ବତୀଙ୍କର ଅପମାନ ହୋଇଥାଏ ।
୫. ଉପକରଣ
ଶୋଇବା ସମୟରେ ଉପକରଣ ଗୁଡିକର ରେଡିଏସନ ବା କିରଣ ବହୁତ ଷ୍ଟ୍ରଙ୍ଗ ହୋଇ ଯାଇଥାଏ । ତେଣୁ ଆପଣ ନିଜ ପାଖରେ ମୋବାଇଲ, ଲ୍ଯାପଟପ, ବ୍ଲୁ ଟୁଥ, ରେଡିଓ, କାନରେ କୌଣସି ପ୍ରକାରର ଉପକାରଣ ଲଗାଇ ବିଲକୁଲ ବି ଶୁଅନ୍ତୁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।
ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।