Vastu Tips – ଦଶହରା ପୂର୍ବ ଦିନ ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ ଏହି ୬ ଟି ଜିନିଷ ନଚେତ ଘରେ ଲାଗିରହିବ ଧନର ଅଭାବ

ବନ୍ଧୁଗଣ ପର୍ବ ପର୍ବାଣି ଅବସରରେ ଲୋକମାନେ ନିଜ ଘରକୁ ସଫା ସୁତୁରା କରିବା ପାଇଁ ଚେଷ୍ଟା କରନ୍ତି । ଦଶହରା ପାଇଁ ଆପଣମାନେ ନିଶ୍ଚିତ ଭାବେ ନିଜ ଘରକୁ ସଫା କରି ସାରିଥିବେ । ଶାସ୍ତ୍ର ଅନୁସାରେ ସଫା ସୁତୁରା ଘରେ ହିଁ ମା’ ଦୂର୍ଗା ଙ୍କର ଆଗମନ ହୋଇଥାଏ । ଯଦି ଦଶହରା ପୂଜା ଆରମ୍ଭ ହେବା ପୂର୍ବରୁ ଆପଣ ନିଜ ଘରକୁ ସଫା ସୁତୁରା କରିଥାନ୍ତି ତେବେ ଆପଣଙ୍କୁ ବିଶେଷ ଧନପ୍ରାପ୍ତି ର ଯୋଗ ରହିଥାଏ । ତେଣୁ ଆପଣ ମାନଙ୍କୁ ଘର ସଫା କରିବା ସମୟରେ କିଛି ବିଶେଷ କଥାର ଧ୍ୟାନ ରଖିବା ଉଚିତ ।

ଏହା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଯିବା ସହିତ ଆପଣଙ୍କ ଜୀବନ ଆନନ୍ଦରେ କଟିଥାଏ । ତେଣୁ ସଫା କରିବା ସମୟରେ ଘରୁ ଏହି 6 ଟି ଜିନିଷକୁ ବାହାର କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର କୃପା ଦ୍ରୁଷ୍ଟି ପଡିବା ସହିତ ସକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡିବ । ମା’ ଲକ୍ଷ୍ମୀ, ମା’ ସରସ୍ଵତୀ ଓ ମା’ ଦୂର୍ଗା ଙ୍କ ଆଶୀର୍ବାଦ ରୁ ଘର ଧନ ରତ୍ନରେ ପୁରି ଉଠିବ । ତେବେ ଆସନ୍ତୁ ଜାଣିବା ସେହି 6 ଟି ଜିନିଷ କଣ ।

୧. ଭାଙ୍ଗିଯାଇଥିବା କାଚ –

ଦଶହରା ସମୟରେ ଘର ସଫା କରିବା ସମୟରେ ଯଦି ଆପଣ ଘରେ ଭାଙ୍ଗି ଯାଇଥିବା କାଚ ଦେଖିବାକୁ ପାଇଥାନ୍ତି ତେବେ ତୁରନ୍ତ ଏହାକୁ ଘରୁ ବାହାର କରି ଦିଅନ୍ତୁ । ଏହା ଦ୍ଵାରା ଆପଣମାଙ୍କର ମାନସିକ ଦୁଶ୍ଚିନ୍ତା ବଢିଥାଇପାରେ । ଆପଣ କୌଣସି ଶୁଭ କାର୍ଯ୍ୟରେ ସଫଳ ହୋଇ ନଥାନ୍ତି ।

୨. ଖରାପ ବା ଅଚଳ ଘଣ୍ଟା –

ସାଧାରଣତଃ ଆପଣ ମାନେ ଖରାପ ଘଣ୍ଟାକୁ ଘରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ପରିବାରର ସଦସ୍ୟ ମାନେ କେବେ ହେଲେ କୌଣସି କାମରେ ସଫଳ ହୋଇ ପାରନ୍ତି ନାହିଁ । ଯାହା ଦ୍ଵାରା ଘରର ପରିବେଶ ଖରାପ ହୋଇଥାଏ ।

୩. ଭାଙ୍ଗିଯାଇଥିବା ଖଟ ବା ଫରନିଚର

ଯଦି ଆପଣଙ୍କ ଘରେ ଭାଙ୍ଗି ଯାଇଥିବା ଖଟ ବା ଅନ୍ୟ କୌଣସି ଫରନିଚର ରହିଛି ତେବେ ଆପଣଙ୍କ ବୈବାହିକ ଜୀବନରେ ନାନା ପ୍ରକାରର ସମସ୍ଯା ସୃଷ୍ଟି ହୋଇଥାଏ । ପତି ପତ୍ନୀ ଙ୍କ ମଧ୍ୟରେ ନାନା ପ୍ରକାରର ବିବାଦ ଲାଗି ରହିଥାଏ । ତେଣୁ ଘର ସଫା କରିବା ସମୟରେ ଏହାକୁ ଘରୁ ବାହାର କରି ଦିଅନ୍ତୁ ।

୪. ଭଙ୍ଗା ଫଟୋ

ଘରେ ଯଦି କୌଣସି ଭଙ୍ଗା ଫଟୋ ରହିଛି ତେବେ ଏହା ଦ୍ଵାରା ଆପଣଙ୍କ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ । ଘରେ ଯଦି ଭଙ୍ଗା ଫଟୋ ଥାଏ ତେବେ ନକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ । ତେଣୁ ଭଙ୍ଗା ଫଟୋ ଆଦି ଆପଣ ମାନେ ଗୃହ ମଧ୍ୟରୁ ବାହାର କରି ଦିଅନ୍ତୁ ।

୫. ପୁରୁଣା ଦୀପ

ଯଦି ଆପଣ ଠାକୁର ଘରେ ପୁରୁଣା ମାଟି ଦୀପ କୁ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି ତେବେ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏହାକୁ ଘରୁ ବାହାର କରି ଫୋପାଡି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ତେଣୁ ଆପଣ ଦଶହରା ପର୍ବ ପାଳନ କରିବା ପାଇଁ ଘରକୁ ନୂଆ ଦୀପ ନେଇ ଆସନ୍ତୁ ।

୬. ଭଙ୍ଗା କବାଟ

ଯଦି ଆପଣଙ୍କ ଘରର କବାଟ ଭାଙ୍ଗି ଯାଇଛି ତେବେ ଏହାକୁ ତୁରନ୍ତ ସଜାଡି ନିଅନ୍ତୁ । ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ର ବାସ ହୋଇଥାଏ । ତେଣୁ ଏହି ସବୁ ବିଶେଷ କଥାର ଧ୍ୟାନ ଦେଲେ ମାତା ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି । ତେଣୁ ଦଶହରା ପୂର୍ବରୁ ଘରେ ଯଦି ଏହି ସବୁ ଜିନିଷ ରହିଛି ତେବେ ଏହାକୁ ତୁରନ୍ତ ବାହାର କରି ଦିଅନ୍ତୁ । ଦେଖିବେ ଆପଣଙ୍କ ପରିବାର ପୁରା ଆନନ୍ଦରେ ରହିବେ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *