ଆଜିର ସୋସାଇଟିରେ ଦେଖା ଯାଉଥିବା ମୋବାଇଲ ନି-ଶା ବା ଇଲେକ୍ଟ୍ରୋନିକ୍ସ ସ୍କ୍ରିନିଂ ସିଣ୍ଡ୍ରୋମର ଶି-କା-ର ଛୋଟ ପିଲାମାନେ ବହୁଳ ପରିମାଣରେ ହେଉଛନ୍ତି । ଆଜିର ପିତାମାତା ମାନେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ କହିଲେ ଭୁଲ୍ ହେବ ନାହିଁ ।
ମାତ୍ର ଏହାର ପରିଣାମ ଖୁବ୍ ଭୟଙ୍କର ହୋଇପାରେ ଓ ଅନେକ ସମୟରେ ମଧ୍ୟ ଏହାର ଭ-ୟା-ବ-ହ-ତା-ର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମଧ୍ୟ ମିଳୁଛି । ସେଥିପାଇଁ ସମୟ ଥାଉ ଥାଉ ପିଲାମାନଙ୍କୁ ଏହାର କୁ-ପ-ରି-ଣାମରୁ ବଞ୍ଚିତ ରଖିବା ପାଇଁ ପିତାମାତା ସାବଧାନ ହେବା ଉଚିତ୍ । ପିତାମାତା ମାନେ ନିଜ କାର୍ଯ୍ୟ ବ୍ୟସ୍ତତା ହେତୁ ପିଲାଙ୍କୁ ମୋବାଇଲ ଦେବାର ଅଭ୍ୟାସ କରୁଛନ୍ତି । ପିଲା ବାରମ୍ବାର ବିରକ୍ତି କଲେ କିମ୍ବା ଖାଇବାକୁ ହଇରାଣ କଲେ ପିଲାକୁ ଫୋନ୍ ଦେଇ ଏକ କୁଭ୍ୟାସରେ ପକାଇ ଦେଉଛନ୍ତି ।
ପିଲା ବାହାରେ ଖେଳିବା ଦ୍ବାରା ତାର ଶାରୀରିକ ଓ ମା-ନ-ସି-କ ଉଭୟର ବିକାଶ ହୋଇଥାଏ । ମାତ୍ର କେବଳ ଫୋନ୍ ଦେଖିବା ଦ୍ବାରା ଶରୀରର ଠିକ୍ ବୃଦ୍ଧି ହୋଇ ପାରୁ ନାହିଁ ଏବଂ ମାନସିକ ବିକାଶ ମଧ୍ୟ ବାଧା ପ୍ରାପ୍ତ ହେଉଛି । ଫୋନ୍ ର ହାଇ ଫ୍ରିକ୍ୟୁଏନ୍ସି ଲାଇଟ୍ ମୁହଁ ଓ ଆଖିରେ ମଧ୍ୟ କୁପ୍ରଭାବ ପକାଉଛି । ଏହା ଦ୍ବାରା ଛୋଟ ବେଳୁ ହିଁ ସେମାନଙ୍କୁ ଚଷମା ପିନ୍ଧିବାକୁ ପଡୁଛି । ମୋବାଇଲର ବ୍ୟବହାର ଦ୍ବାରା ଶିଶୁର ମାନସିକ ବିକାଶ ସଙ୍କୁଚିତ ରହୁଛି ଓ ବୌଧିକ ବିକାଶ ବିଲକୁଲ୍ ହୋଇ ପାରୁ ନାହିଁ ।
ଏହା ଦ୍ବାରା ପିଲାମାନେ ଆମ ସମାଜ, ସଂସ୍କୃତି, ବ୍ୟବହାର କିଛି ଶିକ୍ଷା କରି ପାରୁ ନାହାଁନ୍ତି ବା ଶିଖିବାକୁ ଇଛା କରୁ ନାହାଁନ୍ତି । ଗୁରୁଜନଙ୍କ କିପରି ବ୍ୟବହାର କରିବା, କିପରି କଥା କହିବା ଏହି ସବୁ ଆଜିର ପିଲାମାନେ ବିଲକୁଲ୍ ମଧ୍ୟ ଶିଖୁ ନାହାନ୍ତି । କଥା ନ ମାନିବା, ସାମାନ୍ୟ କଥାରେ ଅଧିକ କ୍ରୋଧ କରିବା ବା କେବେ କେବେ ମରାମରି ଆଡ଼କୁ ମଧ୍ୟ ପିଲା ଚାଲି ଯାଉଛନ୍ତି । କାରଣ ମୋବାଇଲରେ ଅନେକ ପ୍ରକାର ଗେମ୍ ସବୁ ସେମାନେ ଖେଳୁଛନ୍ତି ଯାହା ସେମାନଙ୍କ ମାନସିକତା ଉପରେ ପ୍ରଭାବ ପକାଉଛି ।
ଛୋଟ ପିଲା ଯାହା ଦେଖନ୍ତି ସେହିପରି ଚିନ୍ତା କରନ୍ତି ଓ ବ୍ୟବହାର ମଧ୍ୟ କରନ୍ତି । ବିଭିନ୍ନ ଗେମ୍ ମାନଙ୍କରେ ଛୁରୀ, ବନ୍ଧୁକ ଆଦି ଦେଖି ଦେଖି ସେମାନଙ୍କ କୋମଳମତି ମନ ସେହିପରି ଚିନ୍ତା କରିବାକୁ ଲାଗୁଛି । ଅତ୍ୟଧିକ କାର୍ଟୁନ୍ ଦେଖିବା ଦ୍ବାରା ମଧ୍ୟ ସେମାନେ ନିଜେ ବା ଅନ୍ୟକୁ କାର୍ଟୁନ୍ ପରି ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ମୋବାଇଲ ଧରିବା ହେତୁ ଶାରୀରିକ ବ୍ୟାୟାମ ମଧ୍ୟ ହୋଇ ପାରୁ ନାହିଁ । ଖାଇକି ଶୋଇ ରହି ଫୋନ୍ ଖେଳିବା, ଖେଳ କୁଦ ନ କରିବା ହେତୁ ଆଜିର ପିଲାଙ୍କ ମଧ୍ୟରେ ଅତ୍ୟଧିକ ଭାବେ ମେଦବହୁଳତା ଦେଖା ଦେଉଛି ।
ଆଜିକାଲି ପିତାମାତାଙ୍କୁ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ପିଲା ପାଇଁ ସମୟ ବାହାର କରିବାକୁ ପଡ଼ିବ । ବାପା ମା ଉଭୟ ଯେତେ ଥକି ଥିଲେ ମଧ୍ୟ ପିଲା ସହ ଖେଳିବାର ଅଛି, କଥା ବାର୍ତ୍ତା କରିବା ବା ଗପ କହିବା ଆଦି ଆବଶ୍ୟକ ରହିଛି । ଉଭୟ ବାପା ମା ବସି ପିଲା ସହ ସମୟ ବିତାଇବାକୁ ପଡ଼ିବ । ସମୟ ପାଉଥିଲେ ପିଲାକୁ ପାର୍କ କିମ୍ବା ପଡ଼ିଆରେ ଖେଳେଇବାକୁ ନିଅନ୍ତୁ । ପଡିଶା ଘରର ପିଲାଙ୍କ ସହ ମିଶିବାକୁ ଖେଳିବାକୁ ଛାଡ଼ନ୍ତୁ ।
ଅଧିକ ମାତ୍ରାରେ ପିଲାକୁ ସବୁ କଥାରେ ତାଗିଦ୍ କରନ୍ତୁ ନାହିଁ । ପାଠ ପଢିବା ସହ ବାହାର ଦୁନିଆରେ ମିଳିମିଶି ରହିବା, ଖେଳିବା ବୁଲିବା ଦ୍ବାରା ପିଲା ପାଇଁ ଖୁବ୍ ଉପଯୋଗୀ ଅଟେ । କାରଣ ପିଲାର ଶାରୀରିକ ଅସୁସ୍ଥତା ପାଇଁ ଚିକିତ୍ସା ରହିଛି ମାତ୍ର ମାନସିକ ଓ ବୋୖଧିକ ଅସୁସ୍ଥତା ପାଇଁ ଚିକିତ୍ସା ଦେବା ବହୁତ କଷ୍ଟକର ଅଟେ । ବେଲ ଥାଉ ଥାଉ ପିତାମାତା ସଜାଗ ହୋଇ ପିଲାର ଏହି ତିନୋଟି ବିକାଶ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଲେ ଯାଇ ସେମାନେ ଏହି ଫୋନ୍ ନି-ଶାର ଶି-କା-ର ହେବାରୁ ବଞ୍ଚିତ ହେବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ