ବିବାହର15 ବର୍ଷ ପରେ ହଠାତ ଏମିତି କଣ ହେଲା କି Amir Khan ଓ Kiran ନେଲେ ଡିଭୋର୍ସ

ନମସ୍କାର ବନ୍ଧୁଗଣ ଆମିର ଖାନ ଙ୍କୁ କିରଣ ରାୟ ଙ୍କ ସହିତ ବିବାହ କରିବା ପାଇଁ ଦେବାକୁ ପଡିଥିଲା ମୋଟା ରକମ ସେ ଏହା ନିଜର ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ଦେବା ପାଇଁ ହିଁ ଭରିଥିଲେ ।

ଏହି କଥା ଟି ସେତେ ବେଳ ର ଯେତେବେଳେ ଆମିର ଖାନ ‘ଲଗାନ’ ସିନେମା ରେ କାମ କରୁଥିଲେ ଏବଂ କିରଣ ସେଥିରେ ଆସିଷ୍ଟାଣ୍ଟ ନିର୍ଦେଶକ ଥିଲେ । ଆମିର ପୂର୍ବରୁ ହିଁ ବିବାହିତ ଥିଲେ କିନ୍ତୁ କିରଣ ଙ୍କ ଆକର୍ଷଣୀୟ ରୂପ ତାଙ୍କୁ ପାଗଳ କରିଥିଲା ଏବଂ ଯାହା ଯୋଗୁଁ ସେ ନିଜ ପ୍ରଥମ ସ୍ତ୍ରୀ କୁ ମଧ୍ୟ ଛାଡିବା ପାଇଁ ରାଜି ହୋଇ ଯାଇଥିଲେ । କିନ୍ତୁ ଏହି ଛାଡ଼ପତ୍ର ଆମିର ଙ୍କୁ ବହୁତ ମହଙ୍ଗା ପଡିଥିଲା

ଆମିର ଏବଂ ରୀନା ମଧ୍ୟ ପ୍ରେମ ବିବାହ କରିଥିଲେ । କିନ୍ତୁ ତାଙ୍କ ପରିବାର ଲୋକ ଏହି ବିବାହ ପାଇଁ ରାଜି ନଥିଲେ କିନ୍ତୁ ଏ ଦୁଇ ଜଣ ପରସ୍ପର ଙ୍କ ବିନା ରହି ପାରିବେ ନାହିଁ ବୋଲି ବିନା ଅନୁମତି ରେ ବିବାହ କରି ଦେଇଥିଲେ । ତେବେ କିଛି କଥା ଯୋଗୁଁ ସେମାନେ ଅଲଗା ମଧ୍ୟ ହୋଇ ଯାଇଥିଲେ ଏବଂ ତା ପରେ କିରଣ ରାଓ ତାଙ୍କ ଜୀଵନ ରେ ଆସିଥିଲେ । ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ ଏବଂ ବିବାହ ମଧ୍ୟ କରିଥିଲେ ।

ତେବେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି କି ବିବାହ ର ୧୫ ବର୍ଷ ପରେ କିରଣ ଏବଂ ଆମିର ପରସ୍ପର ଠାରୁ ଛାଡପତ୍ର ନେଇ ଅଲଗା ରହିବାକୁ ଚାହୁଁଛନ୍ତି । ତେବେ ଏହି ଖବର ସେମାନଙ୍କ ଫ୍ୟାନ ପାଇଁ ଏବଂ ଅନ୍ୟ ଲୋକଙ୍କ ପାଇଁ ଏକ ପ୍ରକାର ଝଟକା ଥିଲା ।

ତେବେ ସେମାନେ ଦୁଇ ଜଣ ନିଜ ଷ୍ଟେଟମେଣ୍ଟ ରେ କହିଛନ୍ତି କି ଏହି ୧୫ ବର୍ଷ ତାଙ୍କ ପାଇଁ ବହୁତ ଭଲ ଥିଲା ଦୁହେଁ ଏକାଠି ହସିଛନ୍ତି ଏବଂ ଏକାଠି କାନ୍ଦିଛନ୍ତି ମଧ୍ୟ । ଏହା ମଧ୍ୟ କହିଛନ୍ତି କି ଆମ ସଂପର୍କ ପ୍ରେମ,ବିଶ୍ୱାସ ଏବଂ ସମ୍ମାନ ଯୋଗୁଁ ଆଗକୁ ବଢିଥିଲା । କିନ୍ତୁ ଏବେ ଆମେ ଆମ ଜୀଵନ ରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ ।

ସେ ଏହା ମଧ୍ୟ କହିଛନ୍ତି କି ସେ ନିଜ ପୁତ୍ର ଆଜାଦ ଙ୍କ ପାଇଁ ଏକାଠି ରହିବେ ଏବଂ ପାନି ଫାଉଣ୍ଡେସନ ଏବଂ କାର୍ଯ୍ୟକ୍ରମ ମଧ୍ୟ ଏକାଠି କରିବେ । ତେବେ ଫରକ ଏତିକି ରହିବ ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ରୂପେ ନୁହଁ ବରଂ ଦୁଇ ସାଙ୍ଗ ରୂପେ ରହିବୁ ଏବଂ କାର୍ଯ୍ୟ କରିବୁ । ତେବେ ଏଥିପ୍ରତି ଆପଣ ମାନଂକ ମତ କଣ ? ଆମକୁ ନିଶ୍ଚୟ ଲେଖି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ , ଧନ୍ୟବାଦ

Leave a Reply

Your email address will not be published. Required fields are marked *