ସିରିୟଲ ‘କୁମକୁମ ଭାଗ୍ୟ’ ର ପ୍ରଜ୍ଞା ଙ୍କୁ ବହୁତ ପସନ୍ଦ କରନ୍ତି ଏହି ୪ ଜଣ ଅଭିନେତା, ନମ୍ବର ୪ ଙ୍କ ସହିତ ବହୁତ ଜଲ୍ଦି ହେବାକୁ ଯାଉଛି ବିବାହ

ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନର ବିଭିନ୍ନ ଧାରାବାହିକ ନିଶ୍ଚୟ ଦେଖିଥିବେ, ଏହା ସହିତ ଆପଣ ମାନେ ‘କୁମକୁମ ଭାଗ୍ୟ’ ସିରିଏଲକୁ ମଧ୍ୟ ନିଶ୍ଚୟ ଦେଖିଥିବେ । ଏହି ସିରିଏଲକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଏଲରେ ଶ୍ରୁତି ଝା ମୁଖ୍ୟ ଭୂମିକାରେ ଅଛନ୍ତି । ସେ ବର୍ତ୍ତମାନ ଟିଭି ଜଗତର ବହୁତ ବଡ ଅଭିନେତ୍ରୀ ହୋଇସାରିଛନ୍ତି । ତାଙ୍କର ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ସେ ଟିଭି ସିରିଏଲ ‘ସୌଭାଗ୍ୟବତୀ ଭବ’ ରୁ ଟିଭି ଦୁନିଆରେ ପାଦ ରଖିଥିଲେ ।

ଧୀରେ ଧୀରେ ସେ ସମସ୍ତଙ୍କ ମଧ୍ୟରେ ପାପୁଳାର ହେବାକୁ ଲାଗିଲେ । ଅସଲ ସଫଳତା ତାଙ୍କୁ ସେତେବେଳେ ମିଳିଲା ଯେତେବେଳେ ସେ ଜୀ ଟିଭି ର ସୋ ‘କୁମକୁମ ଭାଗ୍ୟ’ ସିରିଏଲ ରେ କମ କରିଥିଲେ । ସେ ଏହି ସିରିଏଲ ଜରିଆରେ ଘରେ ଘରେ ଲୋକପ୍ରିୟ ହେଲେ । ସେ ସୁନ୍ଦରତାରେ ମଧ୍ୟ କୌଣସି ବଲିଉଡ ହିରୋଇନ ଙ୍କ ଠାରୁ କମ ନୁହଁନ୍ତି ।

ଆଜି ଘରେ ଘରେ ଲୋକ ତାଙ୍କୁ ଜାଣନ୍ତି ଓ ପସନ୍ଦ ମଧ୍ୟ କରନ୍ତି । ତାଙ୍କର ବହୁତ ଦିବାନା ମଧ୍ୟ ଅଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ମଧ୍ୟ ଶୃତି ଙ୍କ ପାଇଁ ଦିବାନା ଅଟନ୍ତି ଓ ତାଙ୍କୁ ପାଇବାକୁ ଚାହାଁନ୍ତି । ଟିଭି ଦୁନିଆରେ ଏମିତି ୪ଟି ଅଭିନେତା ଅଛନ୍ତି ଯେଉଁମାନେ ସୃତି ଝାଙ୍କୁ ବହୁତ ପସନ୍ଦ କରୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

୧. ହର୍ଷତ ଚୋପଡା


ଟେଲିଭିଜନ ଦୁନିଆରେ ହର୍ଷତ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ଏମିତି ଏକ ସମୟ ଥିଲା ଯେତେବେଳେ ହର୍ଷତ ଓ ସୃତି ପରସ୍ପରକୁ ପ୍ରେମ କରୁଥିଲେ । ହେଲେ ସମୟ କ୍ରମେ ଏହି ଦୁଇଜଣ ଅଲଗା ମଧ୍ୟ ହୋଇ ଯାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ହର୍ଷତ ସୃତିଙ୍କୁ ବହୁତ ପସନ୍ଦ କରୁଛନ୍ତି ।

୨. ଧୀରଜ ଧୂପର


ଧୀରଜ Zee TV ର ପପୁଲାର ଶୋ ‘କୁଣ୍ଡଳୀ ଭାଗ୍ୟ’ ରେ ନଜର ଆସୁଛନ୍ତି । ଧୀରଜ ଏକ ଇଣ୍ଟର୍ବ୍ୟୁରେ କହିଥିଲେ ତାଙ୍କୁ ସୃତିଙ୍କର ଅଭିନୟ ବହୁତ ଭଲ ଲାଗେ ଓ ସେ ଥରେ ସୃତିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ।

୩. ସବିର ଆଲୁବାଲିଆ

‘କୁମକୁମ ଭାଗ୍ୟ’ ସିରିଏଲରେ ସବିର ସୃତିଙ୍କ ସହ ଲିଡ ଭୂମିକାରେ ଅଛନ୍ତି । ସେ ଏକ ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ତାଙ୍କୁ ସୃତିଙ୍କର ଅଭିନୟ ବହୁତ ଭଲ ଲାଗେ ଓ ସେ ସୃତିଙ୍କୁ ବହୁତ ପସନ୍ଦ କରନ୍ତି ।

୪. କୁନାଲ କରନ କପୁର- ଏହି କିଛି ଦିନ ହେବ ସୃତି କୁନାଲଙ୍କୁ ଡେଟ କରୁଛନ୍ତି । କୁନାଲ ଟେଲିଭିଜନର ବିଭିନ୍ନ ଶୋରେ କମ କରିସାରିଛନ୍ତି । ଖବର ଅନୁସାରେ ଆସୁଥିବା ସମୟରେ ସୃତି ଓ କୁନାଲ ବିବାହ କରିପାରନ୍ତି ।

ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଟିଭି ଦୁନିଆର ସବୁ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *