‘Manike Mage Hithe’ ଗାଇ ରାତାରାତି ଫେମସ ହୋଇଥିବା ସିଙ୍ଗର Yohani ଙ୍କ Biography, ଜାଣନ୍ତୁ ତାଙ୍କ ଘର ପରିବାର ଓ ଲାଇଫସ୍ଟାଇଲ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ପ୍ରତିଦିନ କିଛି ନା କିଛି ଗୀତ ଏବଂ ନୃତ୍ୟ ର ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସୋସିଆଲ ମିଡ଼ିଆ ର ଯୁଗ ରେ କିଏ ଭି ହଠାତ ଫେମସ୍ ମଧ୍ୟ ହୋଇ ଯାଉଛି ଏବଂ ରାତାରାତି ତାକୁ ପ୍ରସିଦ୍ଧି ମଧ୍ୟ ମିଳୁଛି । ତେବେ ସେହି ଭଳି ବର୍ତ୍ତମାନ ଏକ ଗୀତ ତିନି ମାସ ହେବ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଗୀତ ଟି ହେଉଛି ମାନିକେ ମାଗେ ହିଥେ.. ତେବେ ଏହା ହେଉଛି ଏକ ଶ୍ରୀଲଂକୀୟ ଗୀତ ।


ତେବେ ଏହି ଗୀତ ଟି ବର୍ତ୍ତମାନ ବହୁତ କ୍ଷୀବ୍ର ଭାବରେ ଭାଇରାଲ ହେଉଛି । କାହାର କଲର ଟିୟୁନ ରହୁଛି ତ କିଏ ଏହି ଗୀତରେ ନୃତ୍ୟ କରୁଛି । ତେବେ ଏହି ଗୀତ ଟି କୁ ଗାଇଛନ୍ତି ଶ୍ରୀଲଂକୀୟ ସୁନ୍ଦରୀ ୟୋହାନି । ତେବେ ସେ କହିଛନ୍ତି କି ଏହି ଗୀତ ଟି କୁ ସେ ଏତେ ସିରିୟସ ଏବଂ ପ୍ରସ୍ତୁତ ହୋଇ ଗାଇ ନଥିଲେ କେବଳ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଗାଇ ଥିଲେ ।

କିନ୍ତୁ ଏହି ଗୀତ ଲୋକ ମାନଂକୁ ଏତେ ପସନ୍ଦ ଆସିବ ଏବଂ ଏତେ ଅଧିକ ଭାଇରାଲ ହେବ ତାହା ଜଣା ନଥିଲା । ତିନି ମାସ ରେ ୧୦୦ ମିଲିୟନ ଭିୟୁ ଛୁଇଁ ଗଲାଣି । ତେବେ ଏହି ଗୀତ ରେ ଅନେକ ସେଲିବ୍ରେଟି ମାନେ ମଧ୍ୟ ନିଜର ଭିଡିଓ ବନଉଛନ୍ତି ଏବଂ ୟୋହାନି ଙ୍କ ପ୍ରଶଂସା କରୁଛନ୍ତି ।

ତେବେ ୟୋହାନି ଙ୍କ ବାପା ଜଣେ ଆର୍ମି ଅଫିସର ଏବଂ ମାତା ଜଣେ ଏୟାର ଫୋର୍ସ ତେବେ ସଙ୍ଗୀତ ବ୍ୟାଗରାଉଣ୍ଡ ରୁ ଆସି ନଥିଲେ ମଧ୍ୟ ସେ ଛୋଟ ବେଳୁ ସଙ୍ଗୀତ ପ୍ରତି ବହୁତ ରୁଚି ରଖୁଥିଲେ ଏବଂ ପିଆନୋ ଏବଂ ଗୀତାର ମଧ୍ୟ ବଜାଉଥିଲେ ଏବଂ ସେ ଜଣେ ସଫଳ ଗାୟିକା ମଧ୍ୟ । ୟୋହାନି ଙ୍କ ଜନ୍ମ ୩୦ ଜୁଲାଇ ୧୯୯୩ ମସିହାରେ ହୋଇଥିଲା ।


ବର୍ତ୍ତମାନ ସେ ୨୮ ବର୍ଷର ତେବେ ସେ ପାଠ ପଢ଼ାରେ ମଧ୍ୟ ଖୁବ ଭଲ । ନିଜର ବିଦ୍ୟାଳୟ ର ପାଠପଢ଼ା ସେ ବିଶାଖା ବିଦ୍ୟାଳୟ, କଲମ୍ଭୋ ରେ କରିଥିଲେ ଏବଂ କଲେଜ ସେ ସର ଜନ କୋଟେଲା ବାଲେ ଡିଫେନ୍ସ ୟୁନିବର୍ଷଟି ରୁ । ସେ ଜଣେ ଖ୍ରୀଷ୍ଟିଆନ ଏବଂ ତାଙ୍କର ନେଟ ବର୍ଥ ହେଉଛି ତିନି କୋଟି ଟଙ୍କା । ତେବେ ସେ ନିଜ ପରିବାର ସହିତ ଏକାଠି ରୁହନ୍ତି ।

Leave a Reply

Your email address will not be published. Required fields are marked *