ସୀମା ଓ ସଚିନଙ୍କ ପ୍ରେମ କାହାଣୀଙ୍କୁ ନେଇ ଆସିଛି ଏକ ବଡ ଖବର, ସ୍ଵାମୀ କହିଲେ ସୀମାଙ୍କ ଅତୀତ ପ୍ରେମ ବାବଦରେ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସୀମା ଓ ସଚିନ ପ୍ରେମ କାହାଣୀରେ ଆସିଛି ବଡ ଖବର ସୀମାଙ୍କ ପ୍ରଥମ ସ୍ଵାମୀ କହିଲେ ସୀମାଙ୍କ ପ୍ରକୃତ ସତ । ଆପଣମାନେ ସମସ୍ତେ ଜାଣିଥିବେ ସୀମା ଓ ସଚିନଙ୍କ କାହାଣୀ ସୀମା ଜଣେ ପାକିସ୍ତାନୀ ମହିଳା ହୋଇଥିବା ବେଳେ PUBG  ଖେଳରେ ଉଭୟଙ୍କ ପରିଚୟ ହୋଇଥିଲା ।

ସାମାନ୍ୟ ଖେଳରୁ ଆରମ୍ଭ ହୋଇଥିବା ବନ୍ଧୁତା ପରେ ପରେ ପ୍ରେମରେ ପରିବର୍ତ୍ତନ ହୋଇଥିଲା । ସୀମା ସଚିନକୁ ଏତେ ଭଲ ପାଇଥିଲେ କି ତାଙ୍କୁ ଦ୍ଵିତୀୟ ବିବାହ କରିବା ପାଇଁ ଭାରତ ପଳେଇଆସିଥିଲେ । ମାତ୍ର ଭାରତର ଆଇନକୁ ଭଙ୍ଗ କରିବା କାରଣରୁ ସୀମା ହାଇଦରକୁ ଗିରଫ କରଯାଇଥିଲା ପରେ ଜାମିନରେ ସୀମା ବାହାରକୁ ଆସି ସଚିନଙ୍କ ସହ ବିବାହ କରାଇବାକୁ ଉତ୍ତରପ୍ରଦେଶ ସରକାରକୁ ନିବେଦନ କରିଛନ୍ତି ଏବଂ ନିଜ ଧର୍ମକୁ ପରିବର୍ତ୍ତନ କରିବେ ବୋଲି କହିଛନ୍ତି ।

ତେବେ ଏହାକୁ ଶୁଣିଥିବା ସୀମାଙ୍କ ସ୍ଵାମୀ ଗୁଲମ ହାଇଦର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ କହୁଛନ୍ତି କି ସୀମା ଓ ସେ ପ୍ରେମ କରି ବିବାହ କରିଥିଲେ । ସୀମାଙ୍କ ଘରେ ତାଙ୍କ ଇଛା ବିରୁଦ୍ଧରେ ଅନ୍ୟ କାହା ସହ ବିବାହ କରିବାକୁ ଚେଷ୍ଟା କରୁଥିବା ବେଳେ ସୀମା ଗୁଲାମକୁ ତାଙ୍କୁ ବିବାହ କରିବାକୁ କହିଥିଲେ ।

ପରବର୍ତ୍ତୀ ସମୟରେ ଗୁଲାମ ଓ ସୀମା ବିବାହ କରିଥିଲେ ସେତେବେଳେ ସୀମାଙ୍କ ବୟସ 19 ବର୍ଷ ତେଣୁ ସେ ଅଫ୍ଫିଡାବିଟରେ ଲେଖିଥିଲେ କି ମୋ ବାପାମା ବହୁତ ଲୋଭୀ ତେଣୁ ମୁଁ ଗୁଲାମକୁ  ପ୍ରେମ କରି ବିବାହ କରିଛି । ବିବାହ ପରେ ସେମାନଙ୍କର ତିନି ସନ୍ତାନ ଜାତ ହୋଇଥିଲେ ଚତୁର୍ଥ ସନ୍ତାନ ବେଳକୁ ତାଙ୍କ ଆର୍ଥିକ ସ୍ଥିତି  ଖରାପ ଥିବା ହେତୁ  ଗୁଲାମ ହାଇଦର ଆରଫ ଦେଶକୁ ପଇସା ରୋଜଗାର କରିବା ନିମନ୍ତେ ଯାଇଥିଲେ ।

ସେତେବେଳେ ସୀମା ତାଙ୍କୁ ଫୋନ କରୁଥିଲେ ଓ ଭଲ କଥା ହେଉଥିଲେ କିନ୍ତୁ ଏଭଳି ହେବ ବୋଲି ସେ ଭାବିନଥିଲେ ।  ସଚିନ ପାଖକୁ ଯିବା ପୂବରୁ ମଧ୍ୟ ସେ ଗୁଲାମଙ୍କ ଠାରୁ ତିନି ଲକ୍ଷ ଟଙ୍କା ନେଇଥିଲେ ଏବଂ ଧାର କରିକି ପଳେଇଛନ୍ତି । ଯାହାକୁ ଏବେ ଗୁଲାମ ସୁଝୁଛନ୍ତି ତେଣୁ ସେ ଭାରତ ସରକାରଙ୍କୁ ନିବେଦନ କରୁଛନ୍ତି କି ସୀମା ଓ ତାଙ୍କ ପିଲାମାନଙ୍କୁ ପାକିସ୍ତାନକୁ ଫେରାଇ ଦେବାକୁ । ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତି ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ  ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *