‘ସିଦ୍ଧାନ୍ତ (Siddhanta Mahapatra) ଙ୍କୁ କାହିଁକି ଏତେ ଭଲ ପାଆନ୍ତି Anu Choudhury’ ଦେଖନ୍ତୁ କଣ କହିଲେ ଅନୁ…

ନମସ୍କାର ବନ୍ଧୁଗଣ, ଗୋଟିଏ ସମୟ ଥିଲା ଓଡିଆ ସିନେ ଜଗତରେ ଯେଉଁ ସମୟରେ ସିନେମା ଅପେକ୍ଷା କଳକାରଙ୍କ ଝଲକ ଦେଖିବା ପାଇଁ ପରଦା ଉପରେ ଲୋକଙ୍କ ଭିଡ ଜମୁଥିଲା । ସେତେବେଳର ହିରୋ ଏବଂ ହିରୋଇନଙ୍କ ଭଲ ପାଇବାରେ ଦର୍ଶକ ମାନେ ବାନ୍ଧି ହୋଇଥିଲେ । ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନୁ ଚୌଧୁରୀ । ଏତେଦିନ ପରେ ଅନୁ ଚୌଧୁରୀ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ତାଙ୍କ ମନରେ ଥିବା ଭାବନାକୁ ପ୍ରକାଶ କରିଛନ୍ତି ଯାହା ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତେବେ ଆସନ୍ତୁ ନଜର ପକାଇବା ସେ କହିଥିବା କଥା ଉପରେ । ଅନୁ ଚୌଧୁରୀ ସିଧା ସଳଖ ଭାବରେ କହିଲେ ହିରୋ ହିସାବରେ ସିଦ୍ଧାନ୍ତ ମହପାତ୍ର ତାଙ୍କର ଅଲ ଟାଇମ ଫେବରେଟ ଅଟନ୍ତି । କାରଣ ସେ ବହୁତ ଶାନ୍ତ ସ୍ଵାଭାବର । ଆଉ ସମୟ ଜ୍ଞାନ ତାଙ୍କର ବେସ ଭଲ ସବୁ କିଛି ଠିକ ଟାଇମରେ କରିଥାନ୍ତି ସିଦ୍ଧାନ୍ତ । ଆଉ ଏହା ଆପଣଙ୍କ କାମ ପାଇଁ ବହୁତ ସହର୍ଜ୍ୟ କରେ ଆଉ ସେହି ଗୁଣଟି ସିଦ୍ଧାନ୍ତ ପାଖରେ ରହିଛି ଯେଉଁଥି ପାଇଁ ମୁଁ ତାଙ୍କୁ ପସନ୍ଦ କରେ ଏଭଳି କିଛି କହିଛନ୍ତି ଅନୁ ।

ଏହା ସହିତ କହିଛନ୍ତି ସେ ଡାଉନ ଟୁ ଆର୍ଥ ସବୁବେଳେ ରହିଥାନ୍ତି । କେବେବି ନିଜକୁ ଗର୍ବ କରେ ଦେଖେଇ ହେବାର ସ୍ଵାଭାବ ତାଙ୍କ ପାଖରେ ନଥିଲା । ତେଣୁ ତାଙ୍କ ସହ କାମ କରିବା ସମୟରେ ସେ ତାଙ୍କ ଠୁ ବହୁତ କିଛି ଶିଖିଛନ୍ତି । ଆଉ ବ୍ୟାକଷ୍ଟେଜରେ ଆମ ସମ୍ପର୍କ ଭଲ ଥିବାରୁ ହୁଏତ ଲୋକେ ଅନ ସ୍କ୍ରିନ ଆମ କେମେଷ୍ଟ୍ରିକୁ ଭଲ ପାଇଛନ୍ତି ବୋଲି କହୁଛନ୍ତି ଅଭିନେତ୍ରୀ ଅନୁ ।

ନିଜର ଫିଟନେସ ସମ୍ପର୍କରେ ଅନୁ ଚୌଧୁରୀ କହିଛନ୍ତି ସେ ଯେଉଁ ଜାଗାକୁ ବି ଯାଆନ୍ତି ସେହି ଖାଦ୍ୟ ଖାଆନ୍ତି । କଡା କଡି ଭାବରେ ସମସ୍ତେ ଜେଭଳି ଡାଏଟ କରୁଛନ୍ତି ସେ ସେମିତି ବିଲକୁଲ ବି ନୁହନ୍ତି । ଅନୁ ଚୌଧୁରୀ ନିଜକୁ ପୁରା ଦେଶୀ ବୋଲି କହିଛନ୍ତି । ଆମ ଓଡିଶାର ଖାଦ୍ୟକୁ ସେ ଭଲ ପାଉଛନ୍ତି ।

ଋତୁ ଅନୁଯାୟୀ ହେଉଥିବା ପନି ପରିବା ସେସବୁ ଖାଆନ୍ତି । ସିଦ୍ଧାନ୍ତ ଏବଂ ଅନୁ ଚୌଧୁରୀଙ୍କ ଚିନ୍ତାଧାରା ପ୍ରାୟତଃ ସମାନ ଭଳି ଲାଗିଥାଏ । କାରଣ ସେ ନିଜ କହିଛନ୍ତି ସେ ସିଦ୍ଧାନ୍ତଙ୍କ ଠାରୁ ଅନେକ କଥା ଶିଖିଛନ୍ତି । ଏହା ସମ୍ପର୍କରେ ଆପଣ ମାନଙ୍କର ମାତାମତ ଜଣାଇବା ପାଇଁ ଜମା ବି ଭୁଲିବେନି ଦର୍ଶକ ବନ୍ଧୁ ।

Leave a Reply

Your email address will not be published. Required fields are marked *