VK Pandian କିଏ ? ଓଡିଶା ବାହାରୁ ଆସି କେମିତି ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶା ରାଜନୀତିର ଚାଣକ୍ୟ ହେଉଛନ୍ତି ଭିକେ ପାଣ୍ଡିଆନ ! ସେ କେମିତି ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏତେ ନିକଟତର ସଚିବ ! କେଉଁଠାରୁ ପାଇଲେ ଏତେ ପାୱାର ! ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନାମ ଆସିଲେ ଭିକେ ପାଣ୍ଡିଆନଙ୍କ କଥା ମଧ୍ୟ ଆସିଥାଏ । ତେବେ ଚାଲନ୍ତୁ ସେହି IAS ଅଫିସର ଭିକେ ପଣ୍ଡିଆନଙ୍କ ଜୀବନୀ ଉପରେ ଆଲୋଚନା କରିବା ।

ଭିକେ ପାଣ୍ଡିଆନଙ୍କ ପୁରା ନାମ ହେଉଛି V କାରିଥିକେୟାନ ପାଣ୍ଡିଆନ । ସେ ତାମିଲନାଡୁର ମୁଦୁରାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେହିଠାରେ ହିଁ ତାଙ୍କର ଶିକ୍ଷାକ୍ଯାରିଅର ଆରମ୍ଭ ହୋଇ ସମାପ୍ତ ହୋଇଥିଲା । MAC କରିବା ସହ IAS ପରୀକ୍ଷାରେ ମଧ୍ୟ ଭିକେ ପାଣ୍ଡିଆନ ଉତ୍ତୀଣ୍ଣ ହୋଇଥିଲେ । ଓଡ଼ିଆରେ ଜଣେ ଯୁବକଲେକ୍ଟର ଭାବରେ ନିଜର କ୍ଯାରିଅର ଆରମ୍ଭ କରିଥିଲେ ଭିକେ ପାଣ୍ଡିଆନ । ଗଞ୍ଜାମ ଜିଲ୍ଲାର ଧର୍ମଗଡରୁ ସବକଲେକ୍ଟର ଭାବରେ ପ୍ରଥମେ ନିଯୁକ୍ତି ପାଇଥିଲେ ।

ତାପରେ ମୟୂରଭଞ୍ଜର କଲେକ୍ଟର ମଧ୍ୟ ସେ ହୋଇଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଭିକେ ପାଣ୍ଡିଆନ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ଦେଇ ଚର୍ଚାକୁ ଆସିଥିଲେ। ଯାହା ଦ୍ଵାରା ମୟୂରଭଞ୍ଜକୁ ଜାତୀୟ ସମ୍ମାନ ମଧ୍ୟ ମିଳିଥିଲା । ତେବେ ଏହିପରି ବହୁ ଗୁଡିଏ ଉନ୍ନତି ମୂଳକ କାର୍ଯ୍ୟ ଜଣେ କଲେକ୍ଟର ହିସାବରେ ନିଜ ଜିଲ୍ଲା ପାଇଁ କରିଥିଲେ । ଓଡିଶାର ଉତ୍ତରରୁ ତାପରେ ଦକ୍ଷିଣକୁ ଆସିଥିଲେ ଭିକେ ପାଣ୍ଡିଆନ । ତାପରେ ମୟୂରଭଞ୍ଜରୁ ବଦଳି ହୋଇ ଗଞ୍ଜାମର କଲେକ୍ଟର ହୋଇଥିଲେ ।

ତେବେ ଓଡିଶାର ସମସ୍ତ ଜିଲା ମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାକୁ ଏକ ପଛୁଆ ଜିଲ୍ଲା ହିସାବରେ ଗଣତି କରାଯାଇଥାଏ । ହେଲେ ସେଠାରେ ଭିକେ ପାଣ୍ଡିଆନଙ୍କର କଲେକ୍ଟର ହେବା ପରେ ଗଞ୍ଜାମ ଜିଲାର ମାନଚିତ୍ର ସଂପୂର୍ଣ୍ଣ ବଦଳି ଯାଇଥିଲା । ତେବେ ଏହି ସମୟରେ ୨ ଥର ରାଷ୍ଟ୍ରପତି ପୁରସ୍କାର ମଧ୍ୟ ଗଞ୍ଜାମ ଜିଲ୍ଲା ପାଇଥିଲା । ତେବେ ଭିକେ ପାଣ୍ଡିଆନଙ୍କର ଉନ୍ନତିମୂଳକ କାର୍ଯ୍ୟର ମନୋଭାବ ଦେଖି ତାଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମନରେ ପ୍ରଶଂଷା ଆସିଯାଇଥିଲା ।

ତାପରେ ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିଆନଙ୍କୁ ନିଜର ବ୍ୟକ୍ତିଗତ ସଚିବ ସହ 5 ଟି ସଚିବ ମଧ୍ୟ କରିଦେଇଥିଲେ । ତେବେ ସେବେ ଠାରୁ ହିଁ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ସବୁବେଳେ ପାଖାପାଖି ତଥା ଅତି ନିକଟବର୍ତ୍ତୀ ଲୋକ ଭାବରେ 5 ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *