Ollywood ର ସୁପର ଷ୍ଟାର Siddhanta ଙ୍କ ମିମିକ୍ରି କଲେ Anugulia Bunty ଓ ଦେଲେ ଏକ ବଡ ସରପ୍ରାଇଜ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଶାର ୟୁଟ୍ୟୁବର ମାନଙ୍କୁ ନିଶ୍ଚୟ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଜଣେ ୟୁଟ୍ୟୁବରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଦମଦାର କମେଡିରେ ଲୋକଙ୍କୁ ଖୁବ ହସାନ୍ତି । ତେବେ ଦର୍ଶକ ବନ୍ଧୁ ଏହି କମେଡିଆନ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବଣ୍ଟି ଅନୁଗୁଳିଆ । ଆପଣ ମାନେ ସମସ୍ତେ ୟୁଟ୍ୟୁବରେ ବଣ୍ଟି ଅନୁଗୁଳିଆଙ୍କର ଅନେକ କମେଡି ଭିଡିଓ ଦେଖି ଥିବେ ।

ଓଡିଶାର ସମସ୍ତ ଲୋକ ତାଙ୍କୁ ଖୁବ ଭଲ ପାଇବା ଏବଂ ଆଶୀର୍ବାଦ ଦେଇଛନ୍ତି । ନିଜ କମେଡି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଣ୍ଟି ଏବେ ଏକ ସାକ୍ଷାତ୍କାର ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବଣ୍ଟିଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ମାନେ ଦେଖିବେ ବଣ୍ଟି କିଭଳି ସିଦ୍ଧାନ୍ତ ମହାପାତ୍ରଙ୍କର ମିମିକ୍ରି କରୁଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବଣ୍ଟି ପୋଲିସ ୟୁନିଫର୍ମରେ ଏହି ସାକ୍ଷାତ୍କାର ଦେଇଛନ୍ତି । ସେ କହିଛନ୍ତି-‘ମୁଁ ଏବେ ପୋଲିସ ଡ୍ରେସ ପିନ୍ଧିଛି ହେଲେ ମୋର ପୋଲିସ ହେବା ପାଇଁ ଯେଉଁ ଯୋଗ୍ୟତା ଦରକାର ତାହା ନାହିଁ । ମୋର ହାଇଟ ବହୁତ କମ ଅଛି ମୁଁ ଥରେ ଫରେଷ୍ଟର ପକେଇଥିଲି ହାଇଟ ହେଲାନି ମୋତେ କାଟି ଦେଲେ । ବହୁତ ଶୀଘ୍ର ଆପଣ ମାନେ ମୋତେ ୟୁଟ୍ୟୁବରେ ଦେଖୁ ଥିଲେ ଏବେ ବଡ ପରଦାରେ ଦେଖିବେ ।

ଏକ ହଲ ସିନେମା ଆସୁଛି ଏକ କମେଡି ସିନେମା । ଆପଣ ଆଗକୁ ଜାଣି ପାରିବେ । ବାସ୍ତବ ଜୀବନରେ ମୁଁ ପୋଲିସ, ସାପ ଆଉ ଭୁତକୁ ବହୁତ ଭୟ କରେ । ଓଲିଉଡରେ ଅନେକ କଳାକାର ଅଛନ୍ତି ଯଦି ସିଦ୍ଧାନ୍ତ ମହାପାତ୍ରଙ୍କ କଥା କହିବେ ସେ ଜଣେ ଓଲିଉଡର ଭଗବାନ ମୁଁ ତାଙ୍କର ମିମିକ୍ରି କରିବି ହେଲେ ଭୁଲ ହେଲେ ନେଗେଟିଭ କମେଣ୍ଟ କରିବେନି’ । ଦର୍ଶକ ବନ୍ଧୁ ଏହା ପରେ ବଣ୍ଟି ଅନୁଗୁଳିଆ ସିଦ୍ଧାନ୍ତ ମହାପାତ୍ରଙ୍କ ମିମିକ୍ରି କରୁଛନ୍ତି ।

ସେ ଯେଉଁ ଭଳି ଭାବରେ ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ମିମିକ୍ରି କରିଛନ୍ତି ତାହା ଦେଖିଲେ ଆପଣ ହସି ହସି ଗଡିବେ । ତେବେ ବର୍ତ୍ତମାନ ବଣ୍ଟି ଅନୁଗୁଳିଆଙ୍କ ଏହି ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *