ଏହି ଫେମସ Actress ଙ୍କୁ ପ୍ରଡ୍ୟୁସର ଯେତେବେଳେ କହିଲେ, ‘ହିରୋଇନ ବନେଇ ଦେବି, କିନ୍ତୁ ମୋ ସହିତ ଶୋଇବାକୁ ହେବ’ ଆଉ ତା’ ପରେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମସ୍ତ ବ୍ୟକ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ ରେ କାମ କରିବାକୁ ଚାହିଁଥାଏ ଏବଂ ଜଣେ ବଡ଼ ଷ୍ଟାର ହେବା ପାଇଁ ସ୍ୱପ୍ନ ମଧ୍ୟ ଦେଖିଥାଏ । କିନ୍ତୁ ଫିଲ୍ମ ଦୁନିଆ ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଖାସ କରି ସେମାନଙ୍କ ପାଇଁ ଯେଉଁ ମାନଙ୍କୁ ଏହି ସମ୍ବନ୍ଧରେ ଆଦୋୖ ଜଣା ନଥାଏ । ତାଙ୍କୁ କେବଳ ଷ୍ଟାର ହେବାର ଇଚ୍ଛା ଥାଏ । କିନ୍ତୁ ଏହିଭଳି କିଛି ହୋଇଥିଲା ୧୯ ବର୍ଷୀୟ ଶୃତି ହରିହରନ ଙ୍କ ସହିତ । ୨ ଫେବୃଆରୀ ୧୯୮୯ ମସିହାରେ ଶୃତି ହରିହରନ ଙ୍କ ଜନ୍ମ କେରଳ ରେ ହୋଇଥିଲା ।

ପାଠପଢ଼ା ରେ ମାହିର ଶୃତି ଙ୍କୁ ପ୍ରସିଦ୍ଧ କୋର୍ୟୋଗ୍ରାଫର୍ ଇମ୍ରାନ ସରଦାରିୟା ଙ୍କ ସହିତ ଆସିଷ୍ଟାଣ୍ଟ କୋର୍ୟୋଗ୍ରାଫର୍ ରୂପରେ କାମ କରିବାର ସୁଯୋଗ ମିଳିଥିଲା । ଆଗକୁ ବଢିବା ପରେ ବ୍ୟାକ ଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ କାମ କରିବାର ସୁଯୋଗ ହାସଲ ହେଲା । କିଛି ଦିନ ପରେ ଶୃତି ପ୍ରଡ୍ୟୁସର୍ ଙ୍କ ପାଖକୁ ଅଭିନେତ୍ରୀ ରୂପରେ କାମ ମାଗିବାକୁ ଯାଇଥିଲେ । ତାଙ୍କୁ କାମ ମିଳି ମଧ୍ୟ ଯାଇଥିଲା । କିନ୍ତୁ ସେହି ପ୍ରଡ୍ୟୁସର ଜଣକ ଶୃତି ଙ୍କ ସହିତ ଶୋଇବା ପାଇଁ ପ୍ରସ୍ତାବ ରଖିଥିଲେ ।

ଏହି କଥା ଶୁଣିବା ପରେ ଶୃତି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ । ଜଣେ ୧୯ ବର୍ଷ ଝିଅ ଙ୍କୁ ଏଭଳି ପ୍ରସ୍ତାବ ଦେବା ତାଙ୍କୁ ହଜମ ହେଲା ନାହିଁ । ଏହା ପରେ ଶୃତି ନିଜର ଭଙ୍ଗା ହୃଦୟ କୁ ନେଇ ନିଜ କୋର୍ୟୋଗ୍ରାଫର୍ ଙ୍କ ପାଖକୁ ଆସିଲେ ଏବଂ ତାଙ୍କୁ ସବୁ କଥା କହିଲେ ।

ଶୃତି ଙ୍କ ଠାରୁ ସବୁ କଥା ଶୁଣିବା ପରେ ତାଙ୍କ କୋର୍ୟୋଗ୍ରାଫର୍ ଶୃତି ଙ୍କୁ ବହୁତ ଗାଳି ଦେଇଥିଲେ ଏବଂ କହିଥିଲେ ଯେ ଯଦି ତୁମ ପାଖରେ ଧର୍ଯ୍ୟ ନାହିଁ ତେବେ ହିରୋଇନ ହେବାର ସ୍ୱପ୍ନ ଛାଡିଦିଅ । ପରେ ତାଙ୍କୁ ସେଠାରୁ ଚାଲି ଯିବାକୁ ମଧ୍ୟ କହିଲେ ।

କିନ୍ତୁ ଶୃତି ନିଜ ମନରେ ହିରୋଇନ ହେବା ର ଦୃଢ଼ ସଂକଳ୍ପ କରିଥିଲେ ଏବଂ ପରେ ତାଙ୍କୁ ଏକ ଫିଲ୍ମ ରେ କାମ କରିବାର ସୁଯୋଗ ମିଳିଲା । ଫିଲ୍ମ ଟି ହେଉଛି ‘ସିନେମା କଂପାନୀ’ । ଏହାପରେ ଅଭିନେତ୍ରୀ ଶୃତି ହରିହରନ ପଛକୁ ଅନାଇ ଦେଖି ନଥିଲେ ।

Leave a Reply

Your email address will not be published. Required fields are marked *