ନିଜର ପର୍ସନାଲ ପ୍ରାଇଭେଟ ଜେଟରେ ଯାତ୍ରା କରନ୍ତି Bollywood ର ଏହି 5 ଜଣ ଷ୍ଟାର, Nita Ambani ଙ୍କ ପ୍ଳେନ ତ ମହଲ ଠାରୁ କିଛି କମ ନୁହେଁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । କିଛି ବଲିଉଡ କଳାକାର ମାନଙ୍କ ପାଖରେ ଦୁନିଆର ସମସ୍ତ ସୁଖ ସୁବିଧା ରହିଛି । ଏପରିକି ସେମାନଙ୍କ ପାଖରେ ପ୍ରାଇଭେଟ ଜେଟ ରହିଛି । ବନ୍ଧୁଗଣ ଦୁନିଆରେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନଙ୍କର ପ୍ରାଇଭେଟ ଜେଟ ରହିଛି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କ ପାଖରେ ପ୍ରାଇଭେଟ ଜେଟ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାର । ୧୯୯୧ ମସିହାରେ ଅକ୍ଷୟ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ କାରିୟରର ଆରମ୍ଭ କରିଥିଲେ ଓ ଆଜି ସେ ଏକ ପ୍ରସିଦ୍ଧ ଅଭିନେତା ରୂପେ ପରିଚିତ । ଅକ୍ଷୟ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ଓ ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି ।

ଅମିତାବ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ଅମିତାବ ବଚ୍ଚନ । ୯୦ ଦଶକରୁ ଅମିତାବ ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ଗତ ୫୨ ବର୍ଷ ହେବ ଅମିତାବ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ଅନେକ ସଫଳତା ହାସଲ କରିଛନ୍ତି । ଅମିତାବ କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି ଓ ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି ।

ଅଜୟ ଦେବଗନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅଜୟ ଦେବଗନ । ଅଜୟ ହେଉଛନ୍ତି ବଲିଉଡର ଏକ ପ୍ରସିଦ୍ଧ ଅଭିନେତା ଓ ସେ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଅଜୟଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ଅଛି ମିଡିଆ ରିପୋର୍ଟସ ମୁତାବକ ଅଜୟଙ୍କ ପାଖରେ ଏୟାରକ୍ରାଫ୍ଟ ସିକ୍ସ ସିଟର ହଙ୍କର ୮୦୦ ଅଛି ।

ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ପ୍ରିୟାଙ୍କା ହଲିଉଡ ସିଙ୍ଗର ନିକ ଜୋନସଙ୍କ ସହ ବିବାହ କରିଛନ୍ତି ଓ ସେ କୋଟି କୋଟି ସମ୍ପତିର ମାଲିକ ମଧ୍ୟ ଅଟନ୍ତି । ପ୍ରିୟାଙ୍କାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ଅଛି ଓ ସେ ନିଜ ପ୍ରାଇଭେଟ ଜେଟରେ ସବୁ ସ୍ଥାନକୁ ବୁଲିବାକୁ ଯାନ୍ତି ।

ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ । ଶାହରୁଖଙ୍କୁ ଭାରତର ଦ୍ଵିତୀୟ ଧନୀ ମଣିଷ ବୋଲି କୁହାଯାଏ । ଶାହରୁଖ କୋଟି କୋଟି ଟଙ୍କା ସମ୍ପତିର ମାଲିକ ଅଟନ୍ତି ଓ ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି ।

ନିତା ଅମ୍ବାନୀ- ଏସିଆର ସବୁଠାରୁ ଧନୀ ବ୍ୟକ୍ତି ରିଲାଏନ୍ସ ର ମୁଖ୍ୟ ମୁକେଶ ଅମ୍ବାନୀ କେବଳ ତାଙ୍କ ବ୍ୟକ୍ତିଗତ ଜେଟରେ ଯାତ୍ରା କରନ୍ତି ନାହିଁ, ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କର ମଧ୍ୟ ମହଙ୍ଗା ଲାଇଫଷ୍ଟାଇଲ ରହିଛି। ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ନୀତାଙ୍କ ପାଖରେ ମଧ୍ୟ ନିଜର ଏକ ପ୍ରାଇଭେଟ ଜେଟ ରହିଛି, ଯାହାର ମୂଲ୍ୟ 252 କୋଟି ଟଙ୍କା ବୋଲି କୁହାଯାଉଛି । ଏହି ବିମାନଟି ଭିତରୁ ଏକ ପ୍ୟାଲେସ ପରି ଦେଖାଯାଏ ।

Leave a Reply

Your email address will not be published. Required fields are marked *