କରିଶ୍ମା କଲେ ବଡ ଖୁଲାସା, ଏମିତି ପୁରା କରିଥିଲେ ‘ରାଜା ହିନ୍ଦୁସ୍ତାନୀ’ର କିସିଙ୍ଗ ସିନ

କେତେକ ଫିଲ୍ମର ଏମିତି କିଛି ଖାସ ସିନ ଥାଏ ଯାହା ଆମ ମନରେ ଘର କରିଯାଏ । କିନ୍ତୁ ସେହି ସିନ ପଛରର କାହାଣୀ କଣ ଥାଏ ଏହା କାହାକୁ ବି ଜଣା ନ ଥାଏ । ଏମିତିରେ କିଛି ଦିନ ତଳେ ହିଁ ନିଜର ସୁପରହିଟ ଫିଲ୍ମ “ରାଜା ହିନ୍ଦସ୍ତାନୀ’ରେ ଆମିର ଖାନଙ୍କ ସହିତ କରିଥିବା କିସିଙ୍ଗ ସିନ ବିଷୟରେ କରିଶ୍ମା କପୁର ଖୋଲିକରି ସବୁ କରିଲେ । ତେବେ ଚାଲନ୍ତୁ ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ କରିଶ୍ମା କପୁରଙ୍କ ଏହି ସିନ ପଛରେ ଥିବା କାହାଣୀ ବିଷୟରେ ।

ଦର୍ଶକମାନଙ୍କର ପ୍ରିୟ ଫିଲ୍ମ ମଧ୍ୟରେ ଗୋଟିଏ ଫିଲ୍ମ ଅଟେ ‘ରାଜା ହିନ୍ଦୁସ୍ତାନୀ” । ଯାହା ବର୍ଷ ୧୯୯୬ରେ ରିଲିଜ ହୋଇଥିଲା । ଏମିତିରେ ଫିଲ୍ମରେ କରାଯାଇଥିବା କିସିଙ୍ଗ ସିନ ବିଷୟରେ ଅଭିନେତ୍ରୀ କରିଶ୍ମା କପୁର ବହୁତ ମଜାଦାର କଥା କହିଲେ । ସେ କହିଲେ “ଏହି ଫିଲ୍ମର ଶୁଟିଙ୍ଗ ତିନି ଦିନ ପାଇଁ ଊଟୀ ର ଥଣ୍ଡା ଲୋକେସନରେ ରଖାଯାଇଥିଲା । ଆମ ପାଖରେ ଏହି ସମୟର ବହୁତ ସ୍ମୃତି ଅଛି । ଆମେ ସେହି ସମୟରେ ବହୁତ ଖରାପ ପରିସ୍ଥିତି ଦେଇ ଗତି କରିଥିଲୁ । କିନ୍ତୁ ସେହି ତିନି ଦିନ ମଧ୍ୟରେ ଆମେ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିଛୁ ତାହା କେବଳ ଆମେ ହିଁ ଜାଣିଛୁ ।”

ଶୁଟିଙ୍ଗ ସମୟର କଥା କହି କରିଶ୍ମା କପୁର କହିଲେ, “ଊଟୀରେ ଫେବୃୟାରୀ ମାସରେ ଶୁଟିଙ୍ଗ ଚାଲୁଥିଲା ଓ ଏହି ସମୟରେ ଆମେ କେବଳ ଚିନ୍ତା କରୁଥିଲୁ କି ଏହି ଶୁଟିଙ୍ଗ କେତେବେଳେ ଶେଷ ହେବ ଓ ଖାସକରି ଏହି କିସିଙ୍ଗ ସିନ । ଫେବୃୟାରୀ ମାସର ଥଣ୍ଡା ପାଣି ସହିତ ଥଣ୍ଡା ପବନ କାରଣରୁ ମୌସମ ଆହୁରି ବି ଥଣ୍ଡା ହୋଇ ଯାଉଥିଲା ଓ ସେହି ପରିସ୍ଥିତିରେ ଆମେ ସକାଳ ୭ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କାମ କରୁଥିଲୁ । ଶଟ ମଝିରେ ମଝିରେ ଆମେ ଥଣ୍ଡାରେ ଥରୁ ଥିଲୁ । କିନ୍ତୁ ମୋତେ ଲାଗୁଛି କି ସେହି ପରିସ୍ଥିତି କୌଣସି ଅଲଗା ଯୁଗର ପରିସ୍ଥିତି ମଧ୍ୟରୁ ଗୋଟିଏ ଥିଲା ।”

Leave a Reply

Your email address will not be published. Required fields are marked *