ଆସିଲା ବଡ ଖବର, ଦେଖନ୍ତୁ ଏବେ କେମିତି ଅଛନ୍ତି Ollywood ସିଙ୍ଗର Shakti Mishra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଗାୟକ ଶକ୍ତି ମିଶ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି କଣ୍ଠଶିଳ୍ପୀ ନବେ ଦଶକ ରେ ଅନେକ ହିଟ ଗୀତ ରେ ନିଜର କଣ୍ଠଦାନ କରିଛନ୍ତି ଏବଂ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିଛନ୍ତି ।

ସେ କଣ୍ଠଦାନ କରିଥିବା ଗୀତ ଗୁଡ଼ିକ ମଧ୍ୟରୁ ‘ତୋର ଲମ୍ବା ବେଣୀ’ ବେଶ ପ୍ରସିଦ୍ଧି ଲାଭ କରିଥିଲା । ‘ବୟସ ଚଲାପଥ’ ଭଳି ସୁନ୍ଦର ସଙ୍ଗୀତ ରେ ମଧ୍ୟ ସେ ନିଜର କଣ୍ଠଦାନ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ଆଲବମ୍ ଓ ଭଜନ ରେ ନିଜର କଣ୍ଠଦାନ କରିଛନ୍ତି । ସବୁ ପ୍ରକାର ଗୀତ ରେ ନିଜର ପାରିଦର୍ଶିତା ଦେଖାଇଥିଲେ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ।

ଆପଣ ମାନେ ଜାଣିଥିବେ ଯେ, ବିଗତ ୪ ଦିନ ହେବ ଶକ୍ତି ମିଶ୍ର ଲିଭର ଜନିତ ସମସ୍ୟା ରେ ପୀଡ଼ିତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା ଓ ସେ ଆଇସିୟୁ ରେ ଆଡ଼ମିଟ ହୋଇଥିଲେ । ବର୍ତ୍ତମାନ ସମୟ ରେ ଶୁଣିବାକୁ ମିଳୁଛି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ହୋଇ ଯାଇଛି ।

ସମୟ ଥିଲା ‘ଏ ସମିତା ଆଗୋ ସମିତା’ ଗୀତ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କୁ ମନୋରଞ୍ଜନ କରାଇଥିଲେ କଣ୍ଠଶିଳ୍ପୀ ଶକ୍ତି ମିଶ୍ର । ଏହି ଗୀତ ମାଧ୍ୟମରେ ହିଁ ସେ ବିଶେଷ ସଫଳତା ହାସଲ କରିଥିଲେ । ଏହା ସହିତ ଶକ୍ତି ମିଶ୍ର ଅନେକ ଷ୍ଟେଜ ସୋ ରେ ମଧ୍ୟ ଗୀତ ଗାଇଛନ୍ତି ।

ବର୍ତ୍ତମାନ ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ଙ୍କ ଆସୁ ଆରୋଗ୍ୟ କାମନା ଓଲିଉଡ ର ସମସ୍ତ କଳାକାର କରୁଛନ୍ତି ଏବଂ ଶକ୍ତି ମିଶ୍ର ଙ୍କ ଫାନ୍ସ ମାନେ ମଧ୍ୟ ତାଙ୍କ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରୁଛନ୍ତି । ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ଙ୍କ ଆସୁ ଆରୋଗ୍ୟ ନିମନ୍ତେ ଆମେ ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ସୁସ୍ଥ ହୋଇ ପୁଣିଥରେ ଶକ୍ତି ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରି ଆସନ୍ତୁ ଏବଂ ବିଭିନ୍ନ ଷ୍ଟେଜ ସୋ ଓ ସଙ୍ଗୀତ ମାଧ୍ୟମରେ ଦର୍ଶକ ମାନଙ୍କ ମନୋରଞ୍ଜନ କରନ୍ତୁ ।

Leave a Reply

Your email address will not be published. Required fields are marked *