ଏତେ ଦିନ ପରେ ହଠାତ Live ଆସି ନିଜ ବୟ ଫ୍ରେଣ୍ଡ ବିଷୟରେ କିଛି ଏମିତି କହିଲେ Rani Panda, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର କୁଇନ ରାନୀ ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ଏବଂ ଷ୍ଟେଜ ସୋ ମଧ୍ୟ କରିଛନ୍ତି ।

ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ଅଭିନେତ୍ରୀ ରାନୀ ପଣ୍ଡା କେବଳ ଅଭିନୟ କରନ୍ତି ନାହିଁ ଏହାସହିତ ଶୁଣିବାକୁ ମିଳିଥିଲା ଯେ ,ସେ ବହୁତ ଭଲ ଗୀତ ମଧ୍ୟ ଗାଆନ୍ତି । ଓଡ଼ିଶା ର ଲୋକମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହାର କାରଣ ହେଉଛି ଯେ, ସେ କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ ।

ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି । ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି । ଏହି ଅଭିନେତ୍ରୀ ଙ୍କୁ ଯାତ୍ରା ଜଗତର ରାଣୀ ବୋଲି କୁହନ୍ତି । ତାଙ୍କ ଡ୍ୟାନ୍ସ ଦେଖିବା ପାଇଁ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି ।

ତେବେ ଗତ ବୁଧବାର ଦିନ ରାନୀ ପଣ୍ଡା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲାଇଭ ଆସିଥିଲେ ଏବଂ ସେ କହିଥିଲେ ଯେ, ବୁଧବାର ଦିନ ସେ ଆମିଷ ଖାଇବାକୁ ବହୁତ ଭଲ ପାଆନ୍ତି । ସେ ସେଦିନ ମଟନ୍ ତରକାରୀ ମଧ୍ୟ କରିଥିଲେ । ଯାହା ସେ ନିଜ ଫାନ୍ସ ମାନଙ୍କୁ ଲାଇଭ ମାଧ୍ୟମରେ ଦେଖାଇଥିଲେ । ଏହା ସହିତ ସେ ନିଜ ବଏ ଫ୍ରେଣ୍ଡ ଙ୍କ ସମ୍ବନ୍ଧରେ ମଧ୍ୟ କହିଥିଲେ ଯେ, ସେ ରାନୀ ଙ୍କୁ ସବୁବେଳେ ସାହାଯ୍ୟ କରନ୍ତି ଏବଂ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଅନ୍ତି ।

ସେ ଲାଇଭ ରେ ଆସିଥିବା ବେଳେ ତାଙ୍କର ଜଣେ ଫାନ ତାଙ୍କୁ କହିଥିଲେ ଯେ ନିଜ ବଏଫ୍ରେଣ୍ଡ କୁ ଦେଖାନ୍ତୁ । ଏହାର ଉତ୍ତର ରେ ସେ ପ୍ରତ୍ୟାଖ୍ୟାନ କରି କହିଲେ ଯେ, ତାଙ୍କର ସିକ୍ରେଟ ଲଭ । ବର୍ତ୍ତମାନ ସେ ନିଜ ବଏଫ୍ରେଣ୍ଡ ଙ୍କୁ ଦେଖାଇ ପାରିବେ ନାହିଁ । ଶେଷରେ ସେ ନିଜ ଫାନ୍ସ ମାନଙ୍କୁ କହିଥିଲେ ଯେ, ବର୍ତ୍ତମାନ ର ପରିସ୍ଥିତି ରେ ଯେଉଁ ମାନଙ୍କ ଘରେ ସୁବିଧା ରହିଛି ସେମାନେ ବୁଧବାର ଦିନ ଆମିଷ ଖାଇ ମଜା କରନ୍ତୁ ଏବଂ ଯେଉଁ ମାନଙ୍କ ଅସୁବିଧା ରହିଛି ସେମାନେ ପରିସ୍ଥିତି କୁ ସମ୍ଭାଳି ଆଡ଼ଜଷ୍ଟ କରନ୍ତୁ ।

ସେ ମଧ୍ୟ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ବୋଲି କହିଛନ୍ତି । କିନ୍ତୁ ତାଙ୍କ ବଏଫ୍ରେଣ୍ଡ ତାଙ୍କୁ ସବୁବେଳେ ସାହାଯ୍ୟ କରନ୍ତି ତେଣୁ ତାଙ୍କର ଖାଇବା ପିଇବା ରେ କୌଣସି ଅସୁବିଧା ହୋଇ ନଥାଏ ବୋଲି କହିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *