Ollywood ର ଲୋକପ୍ରିୟ ଅଭିନେତା Mihir Das ଙ୍କ ପରିବାର ଓ ଜୀବନୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଏହା ଜାଣିଛନ୍ତି ଯେ, ଆଜି ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ମିହିର ଦାସ ଙ୍କ ନିଧନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବହୁତ ବଡ଼ ଝଟକା ଅଟେ । ତାଙ୍କର ସ୍ଥାନ ସ୍ୱତନ୍ତ୍ର ଅଟେ ଏବଂ ତାଙ୍କ ଦେହାନ୍ତ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ । ନାୟକ ହେଉ କିମ୍ବା ଖଳନାୟକ, ଭାଇ ହେଉ କିମ୍ବା ପୁଅ ସମସ୍ତ ଭୂମିକା ରେ ସେ ନିଖୁଣ ଭାବରେ ଅଭିନୟ ପ୍ରଦର୍ଶନ କରିଛନ୍ତି ।

ତାଙ୍କ ଦ୍ଵାରା ଅଭିନୀତ ସମସ୍ତ ଫିଲ୍ମ ବ୍ଲକ ବଷ୍ଟର୍ ସାବ୍ୟସ୍ତ ହୋଇଥାଏ । ଏହି ଲୋକପ୍ରିୟ ଅଭିନେତା ଙ୍କ ଦ୍ଵାରା ଅଭିନୀତ କେତେକ ପ୍ରସିଦ୍ଧ ଫିଲ୍ମ ହେଉଛି, ପୁଅ ମୋର ଭୋଳା ଶଙ୍କର, କଟକ, ତୁ ମୋ ଦେହର ଛାଇ, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ବାଏ ବାଏ ଦୁବାଇ, ଶ୍ରୀମାନ ସୁରଦାସ ଇତ୍ୟାଦି । ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ବରିଷ୍ଠ ଅଭିନେତା ମିହିର ଦାସ ଙ୍କୁ ଅନସ୍କ୍ରିନ ତ ନିଶ୍ଚିତ ଭାବରେ ଦେଖିଥିବେ ।

କିନ୍ତୁ କଣ ଆପଣ ମାନେ ତାଙ୍କର ବାସ୍ତବ ଜୀବନ ସହିତ ପରିଚିତ ଅଛନ୍ତି? ଆଜି ଆମେ ଆପଣ ମାନଙ୍କୁ ତାଙ୍କର ଏବଂ ତାଙ୍କ ପରିବାର ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପ୍ରସିଦ୍ଧ ଅଭିନେତା ମିହିର ଦାସ ଙ୍କ ଜନ୍ମ ୧୯୫୯ ମସିହା ଫେବ୍ରୁଆରୀ ୧୧ ରେ ବାରିପଦା ଜିଲ୍ଲା ରେ ହୋଇଥିଲା । ସେ ୧୯୮୦ ମସିହାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ।

ତାଙ୍କ ଦ୍ୱାରା ଅଭିନୀତ ପ୍ରଥମ ଫିଲ୍ମ ଥିଲା ରାମାୟଣ । ଯେଉଁଥିରେ ସେ ଶତ୍ରୁଘ୍ନ ଙ୍କ ଭୂମିକା ରେ ଅଭିନୟ କରିଥିଲେ । ଏହାପରେ ସେ ଆଉ ପଛକୁ ଅନାଇ ନଥିଲେ ଏବଂ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଥିଲେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ । ସେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଫିଲ୍ମ ରେ କାମ କରିଛନ୍ତି ।

ସମସ୍ତ ଓଡ଼ିଶା ବାସୀ ଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସିଥାଏ ଏବଂ ଦର୍ଶକ ମାନେ ତାଙ୍କୁ ସମସ୍ତ ପ୍ରକାର ଭୂମିକା ରେ ଦେଖିବାକୁ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଏହି ଅଭିନେତା ଙ୍କ ପରିବାର ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସଂଗୀତା ଦାସ । ସେ ଜଣେ ଗାୟିକା ଥିଲେ । ତାଙ୍କର ବହୁତ ପୂର୍ବରୁ ପରଲୋକ ହୋଇ ସାରିଛି । ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି ।

ଏହା ବ୍ୟତୀତ ତାଙ୍କ ବଡ଼ ପୁଅ ଅମ୍ଳାନ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ତାଙ୍କ ପତ୍ନୀ ଅର୍ଥାତ ମିହିର ଦାସ ଙ୍କ ବୋହୁ ଙ୍କ ନାମ ହେଉଛି ଭୂମିକା ଦାସ । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କ ସମ୍ପୂର୍ଣ୍ଣ ପରିବାର ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *