Mihir Das ଙ୍କ ଜୀବନର ଶେଷ ଯାତ୍ରା ସମୟରେ ଏତେ ବର୍ଷା କଣ ପାଇଁ ? ଦେଖନ୍ତୁ Video

ବନ୍ଧୁଗଣ ଆଜି ଓଡିଶା ଏକ ଦିଗଜ କଳାକାରକୁ ହରାଇଛି । ବନ୍ଧୁଗଣ ଏହି କଳାକାର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମିହିର ଦାସ । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ସେ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି ।

ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ମିହିରଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ବନ୍ଧୁଗଣ ଗତ କାଲି ମିହିର ଦାସଙ୍କ ଶେଷ ଯାତ୍ରା ହୋଇଥିଲା ଓ ତାଙ୍କ ଶେଷକୃତ୍ୟ ସତୀଚଉରାରେ ପୂରଣ ହୋଇଥିଲା । ଗତ କାଲି ମିହିରଙ୍କ କଟକ ସିଡିଏ ସ୍ଥିତ ଘର ପାଖରେ ଜନସାଧାରଣ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।

ସମସ୍ତ ଲୋକଙ୍କ ଆଖିରେ ଲୁହ ଥିଲା ସେହି ସ୍ଥାନରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ଦିଗଜ ଅଭିନେତା ମାନେ ମଧ୍ୟ ଯୋଗ ଦେଇଥିଲେ ଏବଂ ନିଜ ଦୁଃଖ ପ୍ରକାଶ କରିଥିଲେ । ମିହିର ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ତାଙ୍କ ଦୁଇ ପୁଅ ଓ ବୋହୁ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ହେଲେ ଗତ କାଲି ମିହିରଙ୍କ ଶେଷକୃତ୍ୟ ହେବା ସମୟରେ ବର୍ଷା ଲାଗି ରହିଥିଲା । ବନ୍ଧୁଗଣ ଏତେ ଦିନ ପରେ ଏଭଳି ମିହିରଙ୍କ ଶେଷକୃତ୍ୟର ବର୍ଷା ହେବାର କାରଣ କଣ ତାକୁ ନେଇ ଏବେ ଜୋର ସୋର ଚାଲିଛି । ଗତ କଳାଇ ସତୀଚଉରାରେ ପୁଅ ଅମ୍ଳାନ ଦାସ ମିହିରଙ୍କୁ ମୁଖାଗ୍ନି ଦେଇଥିଲେ । ଗତ କାଲି ସତୀଚଉରାରେ ଅନେକ ବରିଷ୍ଠ ବ୍ୟକ୍ତି ମାନେ ଆସିଥିଲେ ।

ତେବେ ମିହିର ଯିବା ପରେ ସୋସିଆଲ ମିଡିଆରେ କେବଳ ତାଙ୍କର ହିଁ ଚର୍ଚା ହେଉଛି । ତାଙ୍କର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମିହିର ଯିବା ପରେ ସାରା ଓଡିଶା ବାସୀ ଦୁଃଖ ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମିହିର ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *