ସୀମା ହାଇଦରକୁ ଫେରାଇ ଦେବାକୁ ଆସିଲା ପାକିସ୍ତାନରୁ ଧମକ , ନହେଲେ ହିନ୍ଦୁ ପରିବାରକୁ ଦେବାକୁ ପଡିବ ଏହାର ମୂଲ୍ୟ ।

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପାକିସ୍ଥାନରୁ ଆସିଲା ଡାକୁଙ୍କ ଧମକ ସୀମା ହାଇଦରକୁ ଶୀଘ୍ର ଭରତ ପଠାଇଦିଅ ନହେଲେ ପାକିସ୍ତାନରେ ଥିବା ହିନ୍ଦୁ ମନ୍ଦିରକୁ ଧ୍ଵଂସ କରିଦେବୁ । Pubg ଖେଳରୁ ପ୍ରେମ ଆରମ୍ଭ ହୋଇଥିଲା ଏବଂ ସୀମା ପାକିସ୍ଥାନ ଛାଡି ଭାରତ ଆସିଥିଲେ ସଚିନଙ୍କ ପାଇଁ ତେବେ ବେଆଇନ ଭାବରେ ଭାରତକୁ ଆସିଥିବାରୁ ତାଙ୍କୁ ଚାରିଦିନ ଜେଲରେ ରଖାଯିଥିଲା ଏବଂ ପରେ ଜାମିନରେ ବାହାରକୁ ଆସି ସଚିନଙ୍କ ସହ ତାଙ୍କ ଘରେ ରହୁଛନ୍ତି ସୀମା ।

ସୀମାଙ୍କ କହିବା ଅନୁସାରେ ନେପାଲରେ ସଚିନ ଓ ସୀମାଙ୍କ ବିବାହ ହୋଇଯାଇଛି କିନ୍ତୁ ସେ ଭାରତରେ ଗଙ୍ଗା ସାନ୍ନ କରି ଭାରତୀୟ ରୀତିନୀତି ଅନୁସାରେ ହିନ୍ଦୁ ଧର୍ମକୁ ଗ୍ରହଣ କରି ସଚିନକୁ ପୁନର୍ବାର ବିବାହ କରିବେ  । ଏଥିପାଇ ସେ ଉତ୍ତରପ୍ରଦେଶ ସରକାରକୁ ନିବେଦନ କରିଛନ୍ତି । ତେବେ ଅପର ପକ୍ଷରେ ଗତକାଲି ପାକିସ୍ତାନର ଏକ ଡାକୁଦଳ ଭିଡିଓ ଜାରି କରି କହିଛନ୍ତି ସୀମା ହାଇଦରକୁ ତୁରନ୍ତ ପାକିସ୍ତାନକୁ ଫେରାଇ ଦିଅ ନଚେତ୍ ପରିଣାମ ବହୁତ ଭୟଙ୍କର ହେବ ।

ହିନ୍ଦୁମାନଙ୍କ ମନ୍ଦିର ଓ ଘରମାନଙ୍କ ଉପରେ ଆକ୍ରମଣ କରାଯିବ ଅନ୍ତରଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନର ସୀନ ନାମକ ପ୍ରଦେଶର ସିନ୍ଦୁନଦୀ ପାର୍ଶ୍ଵବର୍ତ୍ତୀରେ ଲୁଚି ରହି ସେ ଡକାୟତି ଚାଲୁ କରିଆସୁଛନ୍ତି । ତେବେ ଡାକୁଦଳରେ ମୁଖ୍ୟ ରାଣୁସାର ଏହି ଭିଡିଓକୁ ଅପ୍ଲୋଡ କରିଛନ୍ତି ଏବଂ କହିଛନ୍ତି ଏହି ସ୍ତ୍ରୀ ନେପାଲ ବାଟେ ପାକିସ୍ତାନରେ ପହଞ୍ଚି ହିନ୍ଦୁ ଧର୍ମକୁ ଗ୍ରହଣ କରିଛି ତେଣୁ ଯଦି ସୀମାଙ୍କୁ ପାକିସ୍ତାନକୁ ନ ପଠାଯାଏ ତେବେ ଆମେ ପାକିସ୍ତାନରେ ଥିବା ହିନ୍ଦୁ ପରିବାରମାନଙ୍କ ଉପରେ ଆକ୍ରମଣ କରିବୁ ଏହା କହି ପାକିସ୍ଥାନ ଜିନ୍ଦାବାଦ କହିଛନ୍ତି ।

ଏହାକୁ ଶୁଣିବା ପରେ ପାକିସ୍ତାନରେ ରହୁଥିବା ହିନ୍ଦୁ ପରିବାର ଗୁଡିକ ଭୟ କରୁଛନ୍ତି ଓ ମୁଖ ଖୋଲିବାକୁ ଡରୁଛନ୍ତି । ତେବେ ପାକିସ୍ତାନର କର୍ତ୍ତୁପକ୍ଷ ତାଙ୍କୁ ଧରିବାକୁ ଚେଷ୍ଟା କରୁଛି କିନ୍ତୁ ଯଦି ସେମାନେ ଆତଙ୍କବାଦୀଙ୍କ ସହ ହାତମିଶାଇ ଦିଅନ୍ତି  ତେବେ ତାହାର ପରିଣାମ ବହୁତ ଭୟଙ୍କର ହୋଇଯିବ ।

ଅପର ପକ୍ଷେ ସୀମାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ପାକିସ୍ତାନକୁ ଆସିବାକୁ କହୁଛନ୍ତି କିନ୍ତୁ ସୀମା କହୁଛନ୍ତି ମୁଁ ଭାରତରେ ରହିବି କାରଣ ମୁଁ ଯଦି ପାକିସ୍ତାନକୁ ଯାଏ ତେବେ ମୋତେ ମାରିଦେବେ । ମୋର ବିବାହ ବହୁତ କମ୍ ବୟସରେ ହୋଇଥିଲା ଏବଂ ମୋ ସ୍ଵାମୀ ମୋତେ ନିର୍ଜ୍ଯାତନ କରନ୍ତି । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *