SCB ମେଡିକାଲରେ ଇଏ କି କାଣ୍ଡ ! ‘କ୍ୟାନସର ହୋଇନି କାଟିଦେଲେ ଅଙ୍ଗ, କେମୋ ଦେଇଦେଲେ, ଆଉ ଏବେ ମୋ ମା’…’ ଦେଖନ୍ତୁ କଣ କହିଲେ ଏହି ଯୁବକ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସରକାର କହୁଛନ୍ତି କଟକ ବଡ ମେଡିକାଲରେ ଏମ୍ସ ହସପିଟାଲରେ ସବୁ ସୁବିଧା ରହିଛି ଆଉ ସବୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ଉନ୍ନତ ମାନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଆମେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି SCB ରେ କିଭଳି ଚାଲିଛି ଚିକିତ୍ସା ? କାରଣ ମଣିଷର ଭୁଲ ପାଇଁ SCB କର୍ତ୍ତୁପକ୍ଷଙ୍କ ଭୁଲ ପାଇଁ ଜଣେ ବ୍ୟକ୍ତିଙ୍କୁ କ୍ୟାନ୍ସର ନ ହୋଇ ମଧ୍ୟ ସେ କେମୋ ନେଉଛନ୍ତି ।

ତେବେ ଯାହାଙ୍କର ମା’ଙ୍କର ଏଭଳି ଘଟଣା ଘଟିଛି ତାଙ୍କ ପୁଅ ଏ ବାବାଦରେ କହିଛନ୍ତି କି SCB ରେ ଆସିଥିଲେ ତାଙ୍କ ମା’ଙ୍କର ମାଂସ ବଢିଥିଲା ତେଣୁ ସେ ସର୍ଜରୀ ଡିପାର୍ଟମେଣ୍ଟରେ ଦେଖାଇଥିଲେ । ସେମାନେ ଟେଷ୍ଟ କରିବାପରେ କହିଥିଲେ ସେମିତି କିଛି ନାହି ମେଡ଼ିସିନ ଖାଇଲେ ଭଲ ହୋଇଯିବ । ଡିସେମ୍ବର ଯାଏଁ ମେଡ଼ିସିନ ଖାଇଥିଲେ । ପରେ ଜାନୁଆରୀରେ ଅପରେସନ କରିବାକୁ ସ୍ଥିର ହୋଇଥିଲା ।

କାରଣ ସେହି ସମୟରେ କୋରୋନାର ତୃତୀୟ ଲହର ଆରମ୍ଭ ହୋଇଥିଲା । ଏହାପରେ ସର୍ଜରୀ ହେଲା ଆଉ ଏପ୍ରିଲ ୬ ରେ ରିପୋର୍ଟ ଆସିଲା କ୍ୟାନ୍ସର ପଜେଟିଭ । ତା’ ପରେ ମେ ମାସରେ ଅପରେସନ ହୋଇ ଦୁଇଟା ଅଙ୍ଗ କାଟି ଦିଆଗଲା । ଏହାପରେ ୨ଟା କେମୋ ଦିଆଗଲା । କେମୋ ଦେବାପରେ ଆଉ କେତୋଟି କେମୋ ଓ ଲାଇଟ ଦିଆଯିବ ତାର ଆନାଲିସିସ କରିବା ପାଇଁ ଡାକ୍ତର କହିଲେ ଅପରେସନ ରିପୋର୍ଟ ଆଣିବା ପାଇଁ ଯେଉଁଟା ଆଚାର୍ଯ୍ୟ ହରିହର ହସପିଟାଲରେ ହୋଇଥିଲା ।

ଯେବେ ବାୟୋଏଫସି ରିପୋର୍ଟ ଦେଖି ଡାକ୍ତର କହିଲେ ସେମିତି କିଛି ନାହିଁ ଆପଣ SCB ମେଡିକାଲକୁ ଯାଇ ପାଥୋଲିଜିରୁ ଆଣନ୍ତୁ । ଏହାପରେ SCB ରେ ପାଥୋଲିଜିରେ ରିପୋର୍ଟ ଦେଲାନାହିଁ । ଯାହା ପରେ ସେମାନେ ଅନେକ ଚେଷ୍ଟା ପରେ ପାଥୋଲୋଜିକୁ ଯାଇ କହିଲେ ଭୁଲ ହୋଇଛି ସେମାନେ ରିପୋର୍ଟ ଦେଉ ନାହାଁନ୍ତି, SCB କର୍ମଚାରୀ ମାନେ ଗଲେ ସେମାନଙ୍କର ଚେକ କରିଲେ । ଆଉ ପେନରେ ଚେଜ କରିଲେ p-୫୩ କୁ p-୬୩ କରିଦେଲେ ।

ସେହି ମେମୋ ଦେଖାଇ ବାହାରେ ଟେଷ୍ଟ କରିବା ପରେ କ୍ୟାନ୍ସର ନେଗେଟିଭ ଆସିଲା । ତା’ ପରେ ଡାକ୍ତର କହିଲେ ଯେଉଁଟା ପଜେଟିଭ ରିପୋର୍ଟ ଅଛି ସେଇଟା ଯାଇ SCBରୁ ଆଣିବା ପାଇଁ । ଜୁଲାଇ ୧୯ରେ SCB ରେ ରିପୋର୍ଟ ଦେଲେ କ୍ୟାନ୍ସର ନାହିଁ ସେତେବେଳକୁ ଦୁଇଟା ଅଙ୍ଗ କଟାଯିବା ସହ ୨ଟା କେମୋ ଦିଆଯାଇ ସାରିଥିଲା । କେମୋରେ ଯାହା ସବୁ ସାଇଡ ଇଫେକ୍ଟ ହୋଇଥାଏ, ତାହା ତାଙ୍କ ମା’ ଙ୍କ କ୍ଷେତ୍ରରେ ଦେଖାଯାଇଛି ।

ତେବେ ଭୁଲ ପାଥୋଲୋଜି ଲ୍ୟାବ କାରଣରୁ ଜଣେ ଭଲ ମଣିଷକୁ କ୍ୟାନ୍ସର ରୋଗୀ ବୋଲି କହିଛି SCB । ତେବେ ଏହାର ଅଭିଯୋଗ କରିଛନ୍ତି ପରିବାର ଲୋକେ କିନ୍ତୁ ଏ ଯାଏଁ ତଦନ୍ତ ଚାଲିଛି । ଯିଏ ଦୋଷୀ ତା’ ଉପରେ କାର୍ଯ୍ୟନୁଷ୍ଠାନ ହେବା ଜରୁରୀ ବୋଲି ଦାବି କରିଛନ୍ତି ପରିବାର ଲୋକେ । ଜଣେ ସାଧାରଣ ଲୋକଙ୍କୁ କ୍ୟାନ୍ସର ନ ହୋଇ କେମୋ ଦିଆଯାଇ ତାଙ୍କର ଚୁଟି ଉପୁଡିବା ସହ ଅନେକ ସମସ୍ୟା ଦେଖାଯାଇଛି । ବନ୍ଧୁଗଣ ଏଭଳି ଚିକିତ୍ସା ପାଇଁ କିଏ ଦାୟୀ ଆପଣମାନେ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *