ନମସ୍କର ବନ୍ଧୁଗଣ । ସୂଚନା ମୁତାବକ ” ସସ୍ମିତା ହେଉଛି ବଣମଲ୍ଲୀ , ତା ଘର ଅବସ୍ଥା ଦେଖି ମୋ ଆଖିରେ ଲୁହ ଆସିଗଲା ” ପ୍ରଯୋଜକ ସୁବାଷ । ଏଭଳି କିଛି ବିଷୟ ସୋସିଆଲ ମିଡିଆରେ କହିଛନ୍ତି ପ୍ରଯୋଜକ ସୁବାଷ । ମୁଁ କେବେବି ଭାବିନଥିଲେ କି ସସ୍ମିତାଙ୍କ ଗୀତ ମିଲିୟନ୍ସ ଛୁଇଁବ ବୋଲି । ମୁଁ ଯେବେ ପ୍ରଥମେ ସସ୍ମିତାଙ୍କ ଗୀତ ସୋସିଆଲ ସାଇଟରେ ଭାଇରାଲ ହେବାର ଦେଖିଥିଲି ତେବେ ହିଁ ଭାବିନେଇଥିଲି କି ମୁଁ ତାଙ୍କ ସହ ନିଶ୍ଚୟ ଏକ ଗୀତ କରିବି ।
କାରଣ ମଣିଷ ଭିତରେ ଗୁପ୍ତ ଜ୍ଞାନ ଭଣ୍ଡାର ରହିଛି ଯାହା ସବୁବେଳେ ଲୋକଲୋଚନକୁ ଆସିପାରିନଥାଏ । ଆପଣମାନେ ବଣମଲ୍ଲୀକୁ ଦେଖିଥିବେ ତାହା ବଣରେ ଫୁଟି ବଣରେ ମରିଯାଏ । ମାତ୍ର ଲୋକେ ତାହା କେଉଁଠି ଫୁଟିଛି ତାହା ଜାଣିପାରନ୍ତି ନାହିଁ । ସସ୍ମିତା ମଧ୍ୟ ବଣମଲ୍ଲୀ ପରି ଥିଲେ ମାତ୍ର ଏବେ ସେ ଲୋକଲୋଚନକୁ ଆସିଛନ୍ତି ।
ମୁଁ ସସ୍ମିତାଙ୍କ ସହ ମୋର ପ୍ରଥମ ଗୀତ କରିସାରିଛି ଏବଂ ମୁଁ ସ୍ଵପ୍ନରେ ବି ଭାବିନଥିଲି କି ଲୋକେ ଏତେ ଭଲ ପାଇବା ଦେବେ ବୋଲି । ସସ୍ମିତାଙ୍କ ଗୀତ ମିଲିୟନ୍ସ ଛୁଇଁବ ଅଭାବନୀୟ ମୁଁ ଚାରି ଦିନ ହେଲା ଶୋଇନି ଖୁସିରେ ଏଣୁ ମୁଁ ମୋର ସକ୍ଷମ ଅନୁସାରେ ପ୍ରଥମ ଗୀତ ଟଙ୍କା ଦେବାକୁ ସସ୍ମିତାଙ୍କ ଘରକୁ ଯାଇଥିଲି । ସସ୍ମିତା ତାହାକୁ ତାଙ୍କ ମା ‘ ଙ୍କୁ ଦେଇଥିଲେ ମୁଁ ଯେବେ ପ୍ରଥମଥର ତାଙ୍କ ଘରକୁ ଦେଖିଲି ଆଖିରୁ ଲୁହ ଆପେ ଆପେ ବୋହି ଆସୁଥାଏ ।
ଭଉଣୀ ସସ୍ମିତା ଓ ତାଙ୍କ ମା ‘ ବହୁତ କଷ୍ଟରେ ସେହି ଘରେ ରହୁଛନ୍ତି ବର୍ଷା ହେଲେ ଶୋଇବା ଅସମ୍ଭବ ହୋଇଯାଏ । ତେଣୁ ମୁଁ ଭାବିଛି କୁ ଆଗକୁ ଆହୁରି ଗୀତ କରିବି ମୋର ବି ବଡ ୟୁଟ୍ଯୂବ ଚାନେଲ ନୁହେଁ କିନ୍ତୁ ମୁଁ ଆଗକୁ ନିଶ୍ଚୟ ସସ୍ମିତାଙ୍କ ସହ ଗୀତ କରିବି । ସସ୍ମିତାଙ୍କ ଦୁଇଟା ଗୀତ ସରିଲାଣି ଏବଂ ଦର୍ଶକମାନେ ମଧ୍ୟ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ଯାହାକୁ ମୁଁ କମେଣ୍ଟ ରୂପରେ ପଡେ ବହୁତ ଖୁସି ଅନୁଭବ କରେ ।
ସସ୍ମିତାଙ୍କ ଭିତରେ ଟ୍ଯାଲେନ୍ଟ ଅଛି କିନ୍ତୁ କେହି ଚିହ୍ନି ପାରିନଥିଲେ ମାତ୍ର ଭଗବାନଙ୍କ ଦୟା ହେତୁ ତାହା ପ୍ରକାଶିତ ହୋଇଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।