ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଶାଶୁ କଥା ନମନି ବୋଲବମ ଗଲା ବୋହୁ , ଏବେ ଘରକୁ ଆସିବାକୁ ଦେଉନି ଶାଶୁ । ତେବେ ଏହି ଘଟଣାଟି ହେଉଛି ରାୟଗଡା ଜିଲ୍ଲା ଶାନ୍ତିନଗରର ସ୍ଵାମୀ ପ୍ରଶାନ୍ତ ନାୟକଙ୍କ ତାଙ୍କ ଧର୍ମପତ୍ନୀ ବିଷ୍ଣୁ ପ୍ରିୟା ଶିବଲୀଙ୍ଗରେ ପାଣି ଢାଳିବେ ବୋଲି ଶାଶୁକ୍କୁ କହି ବୋଲବମକୁ ଯାଇଥିଲେ କିନ୍ତୁ ସେ ପାଣି ଢାଳି ଆସିଲା ବେଳକୁ ଶାଶୁ ଘର କବାଟ ବନ୍ଦ କରିଦେଇଥିଲେ ଏବଂ ଯେତେ କହିଲେ ବି ଖୋଲିନଥିଲେ ବିଷ୍ଣୁ ପ୍ରିୟା ରାତିସାରା ଏଭଳି ଛିଡା ହୋଇ କବାଟ ପିଟୁଥିଲେ ।

ଯେବେ ସମାଜସେବୀ ରିନା ଏହି ଘଟଣା ସମ୍ବନ୍ଧରେ ସୂଚନା ପାଇଥିଲେ ଏବଂ ଶାଶୁଙ୍କ ପାଖକୁ ଯାଇ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଶାଶୁ ଶୁଣିବାକୁ ନାରାଜ ଶାଶୁଙ୍କ କହିବା ଅନୁସାରେ ବୋହୁ ତା କଥାକୁ ନ ଶୁଣି ପାଣି ଢାଳିବାକୁ ଯାଇଥିଲା । କାରଣ ବୋହୁ ଏହି ମାସରେ ଆମିଷ ଖାଇଥିଲା ତେଣୁ ଶାଶୁ ଶିବଲୀଙ୍ଗ ଉପରେ ପାଣି ଢାଳିବାକୁ ମନା କରିଥିଲେ କିନ୍ତୁ ବୋହୁ ତାଙ୍କ କଥା ଅମାନ୍ଯ କରିଛି ।
ଅପର ପକ୍ଷରେ ବିଷ୍ଣୁ ପ୍ରିୟା କହୁଛନ୍ତି କି ତାଙ୍କ ସ୍ଵାମୀଙ୍କର ଅନ୍ୟ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରହିଛି ତେଣୁ ସେ ମୋତେ ଘରୁ ବାହାର କରିବାକୁ ଉଦ୍ୟମ କରିଛନ୍ତି , ଏହି ବାହାନାରେ ଘରୁ ବାହାର କରୁଛନ୍ତି । ଏହି ଅନୈତିକ ସମ୍ପର୍କ ଜିଲ୍ଲା ସାଂସ୍କୃତିକ ଅଧିକାରିଣୀ ସୁସ୍ମିତା ବାହୁରିକ ସହ ସେଥିପାଇଁ ତାଙ୍କୁ ପରିବାରରୁ ହନ୍ତସନ୍ତ କରାଯାଉଛି ।

ଶାଶୁ କହୁଛନ୍ତି ମୋ ବୋହୁ ଘରକାମ କରେ ନାହିଁ ନା ମୋ କଥା ବୁଝେ ନା ମୋ ପୁଅ କଥା ତେଣୁ ମୁଁ ଆଉ ତାହା ସହିତ ରହିବିନି । ସେ ଘର ଛାଡି ପଲାଉ କିନ୍ତୁ ବିଷ୍ଣୁ ପ୍ରିୟା ସ୍ଵାମୀଙ୍କ ଅନୈତିକ ସମ୍ପର୍କ ବାବଦରେ ପୂର୍ବରୁ ଜାଣିଥିଲେ ଓ ସ୍ଵାମୀଙ୍କୁ ବହୁତ ଥର ବୁଝାଇଥିଲେ ।
ମାତ୍ର ପ୍ରଶାନ୍ତ ତାଙ୍କ କଥାକୁ ଶୁଣିନଥିଲେ ତେଣୁ ସେ ନ୍ୟାୟ ପାଇବା ପାଇଁ ସମାଜସେବୀ ରିନାଙ୍କ ସହ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ଏବଂ ସେ ଆଶା ରଖିଛନ୍ତି କି ଏହି ଘଟଣାରେ ତାଙ୍କୁ ନ୍ୟାୟ ନିଶ୍ଚିତ ମିଳିବ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

