ଶ୍ରୀମନ୍ଦିରରେ କରାଯାଏ କୁକୁରଙ୍କୁ ପୂଜା, କାହିଁକି ଜଗନ୍ନାଥଙ୍କ ମନ୍ଦିରରେ ପୂଜା ପାଉଛି କୁକୁର ? ଜାଣନ୍ତୁ ଏହାର କାରଣ

ନମସ୍କାର ବନ୍ଧୁଗଣ । ସୂଚନା ମୁତ୍ତାବକ ପୁରୀ ସମୁଦ୍ରରରେ କୁକୁରକୁ ପୂଜା କରାଯାଇଥାଏ ,ତେବେ ଶ୍ରୀମନ୍ଦିରରେ କାହିଁକି ପୂଜା ପାଉଛି କୁକୁର ? ଆସନ୍ତୁ ଜାଣିବା ତାହାର ପଛରେ ଥିବା କାରଣ । ପୁରାତନ କାଳରେ କୁକୁରକୁ ଅଛୁଆ ବୋଲି ମନେ କରୁଥିଲେ କୋଣସି କାରଣ ବଶତ କୁକୁର ଘର ଭିତରକୁ ପଶିଆସେ ତେବେ ଘରକୁ ପରିଷ୍କାର ପରିଚ୍ଛନ କରି ଗଙ୍ଗାଜଳ ସିଞ୍ଚନ କରୁଥିଲେ ।

ମାତ୍ର ଅଛୁଆ ମାନା ଯାଉଥିବା କୁକୁର ପୁରୀ ଶ୍ରୀମନ୍ଦିରରେ ପୂଜା ପାଏ । ଏହା ଅନେକ ଲୋକମାନେ ଜାଣିନଥାନ୍ତି ଆପଣମାନେ କେବେ ପୁରୀମନ୍ଦିର ଦର୍ଶନ କରିବାକୁ ଯାଇଥିବେ ତେବେ ପୁରୀମନ୍ଦିରର ଦକ୍ଷିଣ ଦ୍ଵାରରେ ମୁକ୍ତି ମନ୍ଦିରର ପଛ ପାଖରେ ଥିବା ଅନନ୍ତ ନାରାୟଣ ମୂର୍ତ୍ତି ପାଖ କାନ୍ଥରେ ଏକ କୁକୁର ପୂଜା ପାଉଥିବା ଦୃଶ୍ୟ ଦେଖିପାରିବେ ।

ଯାହା ବହୁ ଦୀର୍ଘ ବର୍ଷଧରି ପୂଜା ପାଇ ଆସୁଛି । ତେବେ ଏହା ପଛରେ ଥିବା କାରଣ ହେଉଛି ଯେବେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଟା ହେବାର ଥିଲା ତେବେ ରାଜା ଇନ୍ଦ୍ରଦ୍ଯୁମ୍ନଙ୍କ ଅନୁରୋଧ ରକ୍ଷା କରି ବ୍ରହ୍ମାଦେବ ମନ୍ଦିର ପ୍ରତିଷ୍ଟାକୁ ଆସିଥାନ୍ତି  ଏବଂ ମୁକ୍ତି ମଣ୍ଡପ ନିକଟରେ ବସିଥାନ୍ତି । ତାଙ୍କ ସହ ଅନେକ ରୁଷୀମାନେ ଉପସ୍ଥିତ ହୋଇଥାନ୍ତି ତେବେ ବାହାରୁ କୁକୁର ଟିଏ ବାରମ୍ବାର ଭୋକୁ ଥିବା ଶବ୍ଦ ଶୁଣିବାକୁ ମିଳୁଥିବା ଯେବେ ସିଫାହୀମାନେ ଯାଇକି ପଚାରନ୍ତି ତେବେ କୁକୁର ଭଗବାନ ବ୍ରହ୍ମାଦେବ  ସାକ୍ଷାତ କରିବାକୁ ନିବେଦନ କରିଥାଏ ।

ଯେତେବେଳେ ବ୍ରହ୍ମା କୁକୁର ପାଖକୁ ଆସି ତୋର କଣ ହେଇଛି ବୋଲି ପଚାରନ୍ତି ତେବେ କୁକୁରଟି କହିଲା ହେ ପ୍ରଭୁ ସବୁଦେବାଦେବୀ କୋଟି ବ୍ରହ୍ମାଣ୍ଡ ନାୟକଙ୍କ ପୂଜା କରୁଛନ୍ତି ମୋତେ ମଧ୍ୟ ସୁଯୋଗ ଦିଅନ୍ତୁ ।  ଏକଥା ଶୁଣିଲା ପରେ ବ୍ରହ୍ମାଦେବ କିଛି ସମୟ ଚିନ୍ତାରେ ପଡିଗଲେ ଓ କହିଲେ ଠିକ ଅଛି ତୁମେ ଦକ୍ଷିଣ ଦ୍ଵାରରେ ସର୍ବଦା ଜଗିରହିବ କାରଣ ଏପଟେ ରନ୍ଧାଶାଳା ଯଦି ରନ୍ଧାରେ କୋଣସି ବ୍ୟତିକ୍ରମ ଦେଖାଯାଏ ।

ତେବେ ତୁରନ୍ତ ତୁମେ ଆବିର୍ଭାବ ହେବ ଓ ସେହିଦିନ ଯେତେ ଲକ୍ଷ ଟଙ୍କାର ଭୋଗ ପ୍ରସ୍ତୁତ ହେଲେ ମଧ୍ୟ ତାହା ଭୂମିରେ ପୋତା ହେବ । କୁହାଯାଏ ଶ୍ରୀମନ୍ଦିରରେ ଅନେକ ଥର କୁକୁରଟି ଦୃଶ୍ୟମାନ ହୋଇ ଗାୟବ ହୋଇଯାଏ ଏବଂ ସେହିଦିନର ଭୋଗ ଭୂମିରେ ପୋତାଯାଏ । ଏହା ଛଡା କୁକୁରକୁ ଭୋଗ ପ୍ରସାଦ ହେଇ ପୂଜା କରାଯାଏ । କୁକୁରକୁ ପୂଜା କରିବା କେବଳ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥାଏ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published.