ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶ ରେ ଅନେକ ପ୍ରକାର ପରିବର୍ତ୍ତନ ଚାଲୁଥିବାର ଦେଖିବାକୁ ମିଳୁଛି । ଦେଶ ର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ସ୍ତର ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ସବୁ କରୁଛନ୍ତି ।
ଯାହାକି ସାଧାରଣ ଉପଭୋକ୍ତା ମାନଙ୍କୁ ଭୋଗିବାକୁ ପଡୁଛି । କରୋନା ଭଳି ମହାମାରୀ ସମୟ ରେ ଦେଶ ର ଅର୍ଥ କୋଷ ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇଯାଇଥିଲା । ସେହି ଅର୍ଥ କୋଷ କୁ ପୂରଣ କରିବା ପାଇଁ ବର୍ତ୍ତମାନ ସରକାର ଅନେକ ଜିନିଷ ର ଦରଦାମ ବଢ଼ାଇ ଚାଲିଛନ୍ତି । ଏହି ସବୁ ର ପ୍ରଭାବ ସାଧରଣ ଜନତା ମାନଙ୍କ ଉପରେ ବହୁତ ଭାବରେ ପଡୁଛି । କେନ୍ଦ୍ର ସରକାର ଅନେକ ସମୟ ରେ ବିଭିନ୍ନ ପ୍ରକାର ଜିନିଷ ରେ ପରିବର୍ତ୍ତନ ଆଣିଥାନ୍ତି ।

ଯାହା କି ଲୋକ ମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ତେବେ ବର୍ତ୍ତମାନ ସମୟ ରେ ସୂଚନା ମିଳିଛି ଯେ ଗ୍ୟାସ ସିଲିଣ୍ଡର ର ଦାମ ରେ ପରିବର୍ତ୍ତନ ହେବାକୁ ଯାଉଛି । ଶୁଣିବାକୁ ମିଳୁଛି ଯେ ଗ୍ୟାସ ସିଲିଣ୍ଡର ଶସ୍ତା ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ ସମ୍ପୂର୍ଣ୍ଣ କଥା ।

ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟରୁ ଯେଉଁମାନେ ଏଲ ପି ଜି ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଗ୍ୟାସ ସିଲିଣ୍ଡର ର ଦାମ ରେ ବର୍ତ୍ତମାନ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏଲ ପି ଜି ଗ୍ୟାସ ସିଲିଣ୍ଡର ର ଦର ଶସ୍ତା ହେବାକୁ ଯାଉଛି । ଆୟୁସି ପକ୍ଷ ରୁ ସୂଚନା ଦିଆଯାଇଛି ଯେ ୧୯ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ବର୍ତ୍ତମାନ ଉପଭୋକ୍ତା ମାନଙ୍କୁ ଖୁବ ଶସ୍ତା ରେ ମିଳିବାକୁ ଯାଉଛି ।
ପୂର୍ବ ରୁ ମେ ମାସ ରେ ମଧ୍ୟ ଗ୍ୟାସ ସିଲିଣ୍ଡର ର ଦର ହ୍ରାସ କରାଯାଇଥିଲା । କିନ୍ତୁ ୧୪ କିଲୋ ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡର ର ଦର ରେ କୌଣସି ପରିବର୍ତ୍ତନ ହେବ ବୋଲି ସୂଚନା ଦିଆ ଯାଇନାହିଁ । ଆୟୁସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଦିଲ୍ଲୀରେ ଏହି ଜୁନ ମାସ ଠାରୁ ୧୯ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ର ଦାମ ୧୪୭୩ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି ।

ଏହା ପୂର୍ବ ରୁ ଏହି ୧୯ କିଲୋ ର ଗ୍ୟାସ ସିଲିଣ୍ଡର ର ଦର ୧୫୯୫ ଟଙ୍କା ୫୦ପଇସା ଥିଲା । କିନ୍ତୁ ବର୍ତ୍ତମାନ ସମୟ ରେ ସିଲିଣ୍ଡର ର ଦର ରେ ୧୨୨ ୫ ଟଙ୍କା ହ୍ରାସ କରାଯାଇଛି । ମେ ମାସ ରେ ସରକାର ଙ୍କ ଦ୍ଵାରା ପରିଚାଳିତ ପେଟ୍ରୋଲିୟମ କମ୍ପାନୀ ଗୁଡିକ ଏହି କମର୍ସିଆଲ ଗ୍ୟାସ ସିଲିଣ୍ଡର ର ଦର କୁ ୪୫ଟଙ୍କା କମ କରିଥିଲା । ଅର୍ଥାତ ଏହାର ଦର ୧୬୪୧ଟଙ୍କା ରୁ ୧୫୯୫ଟଙ୍କା ହୋଇଥିଲା ।
ବନ୍ଧୁଗଣ ଦିଲ୍ଲୀ ସହିତ ମୁମ୍ବାଇ, କୋଲକାତା ,ଚେନ୍ନାଇ ଭଳି ବଡ଼ ବଡ଼ ସହର ମାନଙ୍କରେ ବର୍ତ୍ତମାନ ୧୯ କିଲୋ ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ର ଦର କୁ ହ୍ରାସ କରାଯାଇଛି । କିନ୍ତୁ ଅନ୍ୟ ପକ୍ଷରେ ଘରୋଇ ଏଲ ପି ଜି ଗ୍ୟାସ ସିଲିଣ୍ଡର ର ଦାମ ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଘରୋଇ ଗ୍ଯାସ ର ଦର ପୂର୍ବ ରୁ ଯାହା ଥିଲା ବର୍ତ୍ତମାନ ମଧ୍ୟ ତାହା ହିଁ ଅଛି । ଯାହାଦ୍ୱାରା ଉପଭୋକ୍ତା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ର ଦର ହ୍ରାସ ହେବା ଦ୍ଵାରା ସାଧାରଣ ଉପଭୋକ୍ତା ମାନେ ଏହା ଦ୍ଵାରା ବହୁତ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

