ସରିଲା ବାହାଘର, ସୋନାଲିଙ୍କ ହାତ ଧରି ଘରକୁ ପଶିଲେ Raju Das…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ସରିଛି ବାହାଘର । ନୂଆ ବୋହୂ ଙ୍କୁ ଧରି ନିଜ ଘରକୁ ଆସିଛନ୍ତି ରାଜୁ ଦାସ । ତେବେ କୁହାଯାଇଅଛି ଯେ ଯୋଡି ଉପରୁ ଭଗବାନ ଗଢିଥାନ୍ତି, ସେଥିପାଇଁ ବର୍ତ୍ତମାନ ରାଜୁ ଏବଂ ସୋନାଲି ଧରିଛନ୍ତି ଦୁହି ଦୁହିଙ୍କ ହାତ । ନିଜ କମେଡି ମାଧ୍ୟମରେ ସାରା ଓଡିଶାବାସୀ ଙ୍କ ହୃଦୟରେ ଘର କରିଥିବା ରାଜୁ ବର୍ତ୍ତମାନ ଆରମ୍ଭ କରିଛନ୍ତି ନିଜର ନୂଆ ଜୀବନ । ଗତକାଲି ମୁଣ୍ଡରେ ମୁକୁଟ ଏବଂ ହାତରେ ଗୁଆ ଚାଉଳ ଧରି, ବାର ଯାତ୍ରୀ ଙ୍କ ସହିତ କେନ୍ଦୁଝର କୁ ବାହାରି ପଡିଥିଲେ ରାଜୁ ।

ଡିଜେ ସାଙ୍ଗକୁ ସେଲଫି ବେବୋ ଠାରୁ ଆରମ୍ଭ କରି ଗରମ ଗରମ ନିଆଳି ଛେନା ଗୀତ ରେ ଧୂମ ନାଚିଥିଲେ ବରଯାତ୍ରୀ । ଅନ୍ୟପଟରେ ବାହାଘର ଭୋଜିରେ ଭାତ, ଡାଲି, ଖଟା, ମାଛ ଏବଂ ମଟନ ଠାରୁ ଆରମ୍ଭ କରି ଭଳିକି ଭଳି ଆଇଟମ ହୋଇଥିଲା । ମଟନ ସଫିସିଏଣ୍ଟ ଥିବାରୁ କିଛି ମଜାଳିଆ ଅନ୍ଦାଜ ରେ ଝଗଡା କରିପାରିନଥିବା କହିଛନ୍ତି ବରଯାତ୍ରୀ ।

ଦୀର୍ଘ 3 ଘଣ୍ଟା ପରେ କେନ୍ଦୁଝରରେ ପହଞ୍ଚିଥିଲେ ରାଜୁ । ସେଠାରେ ତାଙ୍କୁ ଖୁବ ଚର୍ଚ୍ଚା କରାଯାଇଥିଲା । ଶାଳି ଙ୍କ ହାତରୁ ସରବତ ପିଇବା ପରେ ବେଦୀରେ ବସି ହୋମ ନିଆଁ କୁ ସାକ୍ଷୀ ରଖି ସୋନାଲି ଙ୍କ ହାତ ଧରିଥିଲେ । ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବାରୁ ସେ ବେସ ଖୁସିଥିବା କହିଛନ୍ତି ରାଜୁ ଏବଂ ତାଙ୍କ ସ୍ତ୍ରୀ ସୋନାଲି ।

ସୋନାଲି କହିଛନ୍ତି ଯେ ତାଙ୍କୁ ବହୁତ ଖୁସି ଲାଗୁଛି ଏବଂ ନିଜ ବୈବାହିକ ଜୀବନ ବେସ ଆନନ୍ଦରେ ବିତାଇବେ ବୋଲି ଆଶା ରଖିଛନ୍ତି ବୋଲି କହିଥିଲେ । ରାଜୁ ଦାସ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଅନେକ ଅନେକ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ ଯେଉଁଭଳି ଝିଅଟିଏ ଚାହିଁଥିଲେ ନିଜ ଜୀବନରେ ସେହିଭଳି ଜୀବନସଠି ପାଇଲେ । ସୋନାଲି ବହୁତ ଭଲ ଏବଂ ସଂସ୍କାରୀ ଅଟନ୍ତି । ଏଣୁ ଆଗକୁ ରାଜୁ ଙ୍କ ପରିବାରକୁ ନିଜ ପରିବାର ଭାବି ଚାଲିବେ ବୋଲି ଆଶା ରଖିଛନ୍ତି ରାଜୁ ।

ଏହାପରେ ରାଜୁ କହିଥିଲେ ଯେ ମା’ ଙ୍କୁ ହରାଇ ବହୁତ ଭାଙ୍ଗି ପଡିଥିଲେ, ବର୍ତ୍ତମାନ ସ୍ତ୍ରୀ ଆସିବା ପରେ ମା’ ଭଳି ସ୍ନେହ ନିଶ୍ଚିତ ଭାବରେ ତାଙ୍କୁ ମିଳିବ । ତେବେ ଆମ୍ଭ ତରଫରୁ ରାଜୁ ଏବଂ ସୋନାଲି ଙ୍କୁ ଅନେକ ଅନେକ ଶୁଭକାମନା ଏବଂ ଉଭୟଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *