Sapna Choudhary ଙ୍କ ସ୍ଵାମୀ Priyanka Chopra ଙ୍କ ସ୍ୱାମୀଙ୍କ ଠାରୁ ବି ଅଧିକ ଧନୀ, ଗୁପ୍ତ ରୂପେ କରିଥିଲେ ବିବାହ

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କର ଲୋକପ୍ରିୟତା ଭାରତରେ ବହୁତ ଅଧିକ । ସେ ଜଣେ ଅଭିନେତ୍ରୀ ହୋଇ ନଥିଲେ ମଧ୍ୟ ତାଙ୍କର ଡ୍ୟାନ୍ସକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବିଗବସ୍ କ୍ଵିନ ସପନା ଚୌଧରି । ଏହି କିଛି ଦିନ ହେବ ସପନା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । କାରଣ ଏହି କିଛି ଦିନ ତଳେ ସପନା ଏକ ପୁଅକୁ ଜନ୍ମ ଦେଇଛନ୍ତି ।

ସପନା ନିଜ ଡ୍ୟାନ୍ସ ଓ ସିଙ୍ଗିଙ୍ଗ ପାଇଁ ଭାରତରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସପନାଙ୍କ ପୁଅ କଥା ଶୁଣି ତାଙ୍କ ଫ୍ୟାନ୍ସ ମାନେ ଯେତିକି ଖୁସି ଅଛନ୍ତି ସେତିକି ମାତ୍ରାରେ ଦୁଃଖ ଅନୁଭବ ମଧ୍ୟ କରିଛନ୍ତି । କାରଣ ସପନା ବିବାହ କରିବାର ୧୦ ମାସ ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ବିବାହ ବିଷୟରେ କହିଥିଲେ । ଏହା ଫଳରେ ସପନାଙ୍କୁ ବହୁତ ମାତ୍ରାରେ ଟ୍ରୋଲୀଙ୍ଗ ର ଶିକାର ହେବାକୁ ମଧ୍ୟ ପଡିଥିଲା ।

ଯାହା ଫଳରେ ସପନାଙ୍କ ସ୍ଵାମୀ ବୀର ସାହୁ ସୋସିଆଲ ମିଡିଆରେ ଆସି ଏକ ଲାଇଭ ଭିଡିଓ ଜରିଆରେ ସେହି ଟ୍ରୋଲର ମାନଙ୍କୁ ବହୁତ ବଡ ଜବାବ ଦେଇଛନ୍ତି । ବୀରଙ୍କ ମତରେ, କାହାର ନିଜସ୍ଵ ଜୀବନ ବିଷୟରେ ଏମିତି ଠିକ ଭୁଲ କଥା କହିବା ଉଚିତ ନୁହେଁ । ବୀର ଓ ସପନା ନିଜ ଇଛାରେ ବିବାହ କରିଛନ୍ତି। ସେଥିପାଇଁ ଅନ୍ୟ ଲୋକ ମାନଙ୍କୁ ଏହି ବିବାହ ସହ ଜଡିତ କୌଣସି ଭୁଲ କଥା କହିବା ଉଚିତ ନୁହେଁ ।

ଏହି ଲକଡାଉନ ହେବା ସମୟରେ ସପନା ବହୁତ ସମୟ ପର୍ଯ୍ୟନ୍ତ ନିଜ ଫ୍ୟାନ୍ସ ମାନଙ୍କ ଠାରୁ ଦୂରରେ ରହିଥିଲେ । ସପନାଙ୍କ ଫ୍ୟାନ୍ସ ମାନେ ବହୁତ ସମୟ ପୂର୍ବରୁ ସପନାଙ୍କ ବିବାହ ପାଇଁ ଅପେକ୍ଷା କରିଥିଲେ । ହେଲେ ଏହି ବର୍ଷ ସପନା ଓ ବୀରଙ୍କ ମଧ୍ୟରେ କୋର୍ଟ ମ୍ୟାରେଜ ହୋଇଥିଲା । ବିବାହ କରିବାର ୯ ମାସ ପରେ ସପନା ମା ହୋଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏହା ଖବର ମିଳିଥିଲା ଯେ, ବୀର ଓ ସପନା ୪ ବର୍ଷ ପର୍ଯ୍ୟନ୍ତ ରିଲେସନରେ ଥିଲେ । ସେଥିପାଇଁ ସେମାନେ ବିବାହ କରିଥିଲେ । ବୀର ପେଶା ରେ ହରିୟାଣାର ଜଣେ ଆକ୍ଟର ଓ ସିଙ୍ଗର ଅଟନ୍ତି । ତାଙ୍କର ଅନ୍ୟ ନାମ ହେଉଛି ବବୁମାନ, ସ୍କୁଲ ଓ କଲେଜ ସମୟରେ ବୀର ବହୁତ ଭଲ ପାଠ ପଢୁଥିଲେ । ହେଲେ ନିଜ ଆକ୍ଟିଙ୍ଗ କାରିୟରକୁ ଦେଖି ସେ ନିଜର ଏମବିବିଏସ ପାଠକୁ ଛାଡି ୨୦୧୬ରେ ଆସିଥିବା ଆଲବମ ‘ଥାଡି ବୋଡି’ରେ ନିଜ ଭାଗ୍ୟ ବଦଳାଇ ଥିଲେ ।


ଏହି ଭିଡିଓ ଦ୍ଵାରା ସେ ବହୁତ ଅଧିକ ଫେମସ ମଧ୍ୟ ହୋଇ ଯାଇଥିଲେ । ଏହା ପରେ ୨୦୧୭ରେ ଆସିଥିବା ଭିଡିଓ ‘ରସୁ କାଲା ଜାଟ’ ଓ ‘ଆଚକ୍’ ବୀରଙ୍କ ଲୋକପ୍ରିୟତାକୁ ଦୁଇଗୁଣ ବଢାଇ ଥିଲା । ବୀର ହରିୟଣାର ଏକ ଜମିଦାର ପରିବାରର ଅଟନ୍ତି । କୋଟି କୋଟି ସମ୍ପତି ର ମାଲିକ ଅଟନ୍ତି ବୀର । ଏହି ଦୁଇଜଣଙ୍କର ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *