ସ୍ୱାମୀଙ୍କ ଠାରୁ ଡିଭୋର୍ସ ପରେ ଏକୁଟିଆ ହିଁ ଜୀବନର ଅସଲ ମଜା ନେଉଛନ୍ତି TV ର ଏହି Actresses

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ଦେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବହୁତ ଲୋକପ୍ରିୟ ଅଟନ୍ତି । ଏହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ କେତେ ଜଣ ସଫଳ ହୋଇଥାନ୍ତି ତ ଅନ୍ୟ କେତେଜଣ ବିଫଳ ହୋଇ ରହିଯାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ସଫଳ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ, ଯେଉଁ ମାନେ ନିଜ ସ୍ଵାମୀଙ୍କ ଠାରୁ ଡିଭୋର୍ସ ନେବା ପରେ ମଧ୍ୟ ବହୁତ ଖୁସିରେ ରହୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଜେନିଫର ୱିଙ୍ଗେଟ- ଆପଣ ମାନେ ସମସ୍ତେ ଟିଭିର ଫେମସ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ନିଶ୍ଚୟ ଜାଣିଥିବେ । ଜେନିଫର ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଜେନିଫର ହିନ୍ଦୀ ଟେଲିଭିଜନର ବହୁତ ସିରିଏଲରେ କାମ କରିଛନ୍ତି । ଟିଭି ଦୁନିଆର ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜେନିଫର ସବୁଠାରୁ ଅଧିକ ଟଙ୍କା ନେଇଥାନ୍ତି ।

୨୦୧୨ରେ ଜେନିଫର ଅଭିନେତା କରନ ସିଂହ ଗ୍ରୋବରଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା । ଯାହା ଫଳରେ ଦୁଇ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଏହା ପରେ କରନ ବଲିଉଡ ଅଭିନେତ୍ରୀ ବିପାଶା ବାସୁଙ୍କ ସହ ବିବାହ କରିଥିଲେ, ହେଲେ ଜେନିଫର ଅନ୍ୟ କାହାକୁ ବିବାହ ନକରି ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ।

ଶ୍ଵେତା ତିଵାରି- ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜ ଅଭିନେତ୍ରୀ ଶ୍ଵେତା ତିବାରିଙ୍କୁ ନିଶ୍ଚୟ ଜାଣିଥିବେ । ହିନ୍ଦୀ ଟେଲିଭିଜନ ଦୁନିଆରେ ଶ୍ଵେତା ସଫଳତା ହାସଲ କରିଛନ୍ତି । କେବଳ ୧୯ ବର୍ଷ ବୟସରେ ପରିବାର ବିରୁଧରେ ଯାଇ ଶ୍ଵେତା ସାଉଥ ଫିଲ୍ମ ଅଭିନେତା ରାଜା ଚୌଧରିଙ୍କ ସହ ପ୍ରେମ ବିବାହ କରିଥିଲେ । ହେଲେ ବିବାହର କିଛି ବର୍ଷ ପରେ ଏମାନଙ୍କ ମଧ୍ୟରେ ବହୁତ ବାଦ ବିବାଦ ଆରମ୍ଭ ହୋଇଥିଲା, ଯାହା ଫଳରେ ଏମାନଙ୍କ ବୈବାହିକ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।

ଏହା ପରେ ୨୦୧୨ରେ ଶ୍ଵେତା ରାଜାଙ୍କ ଠାରୁ ଡିଭୋର୍ସ ନେଇଥିଲେ । ଏହା ପରେ ଶ୍ଵେତା ଅଭିନବ କୋହିଲିଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ହେଲେ ଏହି ବିବାହ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ୨୦୧୯ରେ ଶ୍ଵେତା ଅଭିନବଙ୍କ ଠାରୁ ଡିଭୋର୍ସ ନେଇଥିଲେ । ଆଜି ଶ୍ଵେତା ନିଜ ଛୁଆ ମାନଙ୍କ ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଦଲଜିତ କୋର- ‘ଇସ ପ୍ୟାର କୋ କ୍ୟା ନାମ ଦୂ’ ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ ଦଲଜିତଙ୍କ ଲୋକପ୍ରିୟତା ବହୁତ ଅଧିକ । ଦଲଜିତ ୨୦୦୯ରେ ଅଭିନେତା ସାଲିନ ଭନୋଟଙ୍କ ସହ ବିବାହ କରିଥିଲେ । ହେଲେ ବିବାହର ପାଞ୍ଚ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ହୋଇଥିବା ବିବାଦ ଯୋଗୁ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଦଲଜିତ ସାଲିନଙ୍କ ବିରୋଧରେ ମାରପିଟର ଆରୋପ ମଧ୍ୟ ଲଗାଇ ଥିଲେ । ତଲାକ ପରଠାରୁ ଏହି ଦୁଇଜଣ ନିଜ ଜୀବନକୁ ଅଲଗା ଅଲଗା ହୋଇ ଅତିବାହିତ କରୁଛନ୍ତି ।

ଏମିତି ହିଁ ଟିଭି ଦୁନିଆ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *